ETV Bharat / state

ବଙ୍ଗଳାଗୁଡା ବ୍ରିଜ ଭୁଶୁଡିବା ଘଟଣାକୁ ୫୦ ଦିନ, ସଂପୂର୍ଣ୍ଣ ପୁନଃରୁଦ୍ଧାର ନହେବା ନେଇ ଅସନ୍ତୋଷ

ବଙ୍ଗଳାଗୁଡା ବ୍ରିଜ ଭୁଶୁଡିବା ଘଟଣାକୁ ୫୦ ଦିନ । ୩୨୬ ନମ୍ବର ଜାତୀୟ ରାଜପଥରେ ବଙ୍ଗଳାଗୁଡା ବ୍ରିଜ ଭୁଶୁଡି ପଡିବା ଘଟଣା । ଅସ୍ଥାୟୀ ପୋଲ ନିର୍ମାଣ ପରେ ମଧ୍ୟ ଭାରିଯାନ ଯାତାୟତ ହୋଇ ପାରୁନଥିବାରୁ ଅସନ୍ତୋଷ । ଅଧିକ ପଢନ୍ତୁ

author img

By

Published : Oct 20, 2022, 10:57 PM IST

Updated : Oct 20, 2022, 11:07 PM IST

ବଙ୍ଗଳାଗୁଡା ବ୍ରିଜ ଭୁଶୁଡି ଘଟଣାକୁ ୫୦ ଦିନ
ବଙ୍ଗଳାଗୁଡା ବ୍ରିଜ ଭୁଶୁଡି ଘଟଣାକୁ ୫୦ ଦିନ

କୋରାପୁଟ: ବଙ୍ଗଳାଗୁଡା ବ୍ରିଜ ଭୁଶୁଡିବା ଘଟଣାକୁ ୫୦ ଦିନ । ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ହେବାରୁ କୋରାପୁଟ ଓ ରାୟଗଡା ମଧ୍ୟରେ ଥିବା ଲେନ୍ଦିରିମାଳିଗୁଡା ନିକଟ ବଙ୍ଗଳାଗୁଡା ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ରିଜ ଭୁଶୁଡି ପଡିଥିଲା (Bangalaguda Bridge Collapse Incident)। ୪୦ ଫୁଟର ବ୍ରିଜ୍‌ ୨୦ ଫୁଟ ତଳକୁ ଭୁଶୁଡି ପଡିଥିବା ବେଳେ ରାସ୍ତା ଦେଇ ଯିବା ଆସିବା କରିବାକୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଇତି ମଧ୍ୟରେ ପୋଲ ଭୁଶୁଡିବାର ୫୦ରୁ ଅଧିକ ଦିନ ବିତିଛି । କିନ୍ତୁ ଶକ୍ତ ଅସ୍ଥାୟୀ ପୋଲ ନିର୍ମାଣ କରାନଯିବାକୁ ନେଇ ଏହି ପୋଲର ଉଭୟ ପଟେ ରହୁଥିବା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଙ୍ଗଳାଗୁଡା ବ୍ରିଜ ଭୁଶୁଡିବା ଘଟଣାକୁ ୫୦ ଦିନ

ପୁରୁଣା ପୋଲ ହୋଇଥିବା ଯୋଗୁଁ ଏହି ପୋଲଟି ଭାଙ୍ଗି ଯାଇଥିବା ବେଳେ ଏହି ରାସ୍ତା ନିକଟରେ ଏକ ଅସ୍ଥାୟୀ ପୋଲ ତିଆରି କରି ସାଧାରଣ ଯାତାୟାତକୁ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଥିଲା । ପ୍ରତିଶୃତି ପାଳନ କରି ଅସ୍ଥାୟୀ ପୋଲ ମଧ୍ୟ ହେଲା, ଗତ କିଛିଦିନ ପୂର୍ବେ ଅସ୍ଥାୟୀ ପୋଲ ଉପରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପୋଲ ଉପରେ ବସ୍ ଓ ଟ୍ରକ ଭଳି ଭାରିଜାନ ଚଳପ୍ରଚଳ ହୋଇପାରୁ ନାହିଁ । ବସ୍ ଗୁଡ଼ିକ ପୋଲ ପର୍ଯ୍ୟନ୍ତ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି । ମହାଦେଇପୁଟ ଛକରେ ଲାଗିଥିବା ଏକ ସୂଚନା ଫଳକରେ କେଉଁ ଗାଡ଼ିକୁ ଏହି ପୋଲ ଦେଇ ଛଡା ଯାଉନାହିଁ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ନଥିବା ଯୋଗୁଁ ଏପରି ଅସୁବିଧା ହେଉଥିବା ବସ ଚାଳକ ଜଣାଇଛନ୍ତି । ବସ ଚଳାଚଳ ହେଲେ ଏହି ଅଞ୍ଚଳର ଛାତ୍ରଛାତ୍ରୀ କଲେଜ ଯିବା ଆସିବା କରିବାରେ ସୁବିଧା ହୁଅନ୍ତା ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଚାଞ୍ଚଲ୍ୟ: ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ହତ୍ୟା, ୪୫ଦିନ ପରେ ସାମ୍ନାକୁ ଆସିଲା ସତ

ବଙ୍ଗଳାଗୁଡା ନିକଟରେ ଭୁଶୁଡିଥିବା ପୋଲ ପଚାଶ ବର୍ଷ ପୁରୁଣା । ତେବେ ବର୍ଷା ହେବାରୁ ଏହି ପୋଲ ରାସ୍ତା ସହ ସଂଯୋଗ କରିଥିବା ସ୍ଥାନରେ ମାଟି ଧସିଯିବା ଯୋଗୁଁ ପ୍ରାୟ ୪୦ ଫୁଟ ଲମ୍ବ ଏହି ପୋଲଟି ଏକ ପଟକୁ ଖସିଯାଇଥିଲା । ଫଳରେ ରାସ୍ତା ଦେଇ ଲୋକେ ଅସୁରକ୍ଷିତ ଭାବେ ଯାତାୟାତ କରୁଥିଲେ । ଏହା ପରେ କୋରାପୁଟ ଓ ରାୟଗଡା ମଧ୍ୟରେ ଗମନାଗମନ ପ୍ରଭାବିତ ହୋଇଥିଲା । ବ୍ରିଜର ଅନୁଧ୍ୟାନ ପାଇଁ କୋରାପୁଟ ବଙ୍ଗଳାଗୁଡାରେ ଭୁବନେଶ୍ବରରୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମହେଶ ମହାନ୍ତି ଓ କେନ୍ଦ୍ର ମନ୍ତ୍ରଣାଳୟରୁ ଆଞ୍ଚଳିକ ଅଧିକାରୀ ପ୍ରସନ୍ନ କୁମାର ସେନାପତିଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାରେ ତଦାରଖ କରିଥିଲେ ।

ଏହି ଟିମ୍‌ ଆପ୍ରୋଚ ରୋଡ ପାଇଁ ଡାଇଗ୍ରାମ କାଟିଥିବା ବେଳେ ସମୟକ୍ରମେ ଏକ ଚାରି ଲେନ୍ ବ୍ରିଜ୍‌ ତିଆରି ପାଇଁ ଯୋଜନା ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଥିଲେ । ବଙ୍ଗଲାଗୁଡ଼ା ଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ହ୍ୟୁମ୍ ପାଇପ ଘଟଣାସ୍ଥଳରେ ପହଞ୍ଚି ଯାଇଥିବା ଜିଲ୍ଲାପାଳ ସେପ୍ଟେମ୍ବରରେ ସୂଚନା ଦେଇଥିଲେ ।

ଇଟିଭି ଭାରତ,କୋରାପୁଟ

Last Updated : Oct 20, 2022, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.