ETV Bharat / state

ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

author img

By ETV Bharat Odisha Team

Published : Nov 28, 2023, 12:16 PM IST

Updated : Nov 28, 2023, 12:30 PM IST

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଲକ୍ଷାଧିକ ଟଙ୍କା ନେଇ ବସରେ ଯାଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC,

କୋରାପୁଟ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ଅଟକ ରଖିଛି । ଗତକାଲି (ସୋମବାର) ସନ୍ଧ୍ୟାରେ ଏକ ଘରୋଇ ବସରେ ଥାନା ଅଧିକାରୀ ନିଜ କଟକସ୍ଥିତ ଘରକୁ ଯାଉଥିବା ବେଳେ ଜୟପୁରର ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ବସରେ ତାଙ୍କ ନିକଟରୁ ଦୁଇ ଲକ୍ଷ ସତୁରି ହଜାର ନଗଦ ଟଙ୍କା ଜବତ କରିଥିଲା ଜୟପୁର ଭିଜିଲାନ୍ସ । ଏହାପରେ ଆଜି ତାଙ୍କର କଟକରେ ଥିବା ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ରେଡ୍ କରିଛି ।

ଏହାମଧ୍ୟ ପଢନ୍ତୁ.. ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଗତକାଲି (ସୋମବାର) ସନ୍ଧ୍ୟାରେ ଏକ ଘରୋଇ ବସରେ ନିଜ କଟକସ୍ଥିତ ଘରକୁ ଯାଉଥିବା ବେଳେ ଧରିଥିଲା ଜୟପୁର ଭିଜିଲାନ୍ସ ଟିମ । ବସରେ ଲକ୍ଷାଧିକ ଟଙ୍କା ଧରି ଯାଉଥିବା ଖବର ପାଇଥିଲେ । ଲକ୍ଷାଧିକ ଟଙ୍କା ନେଇ ବସରେ ଯାଉଥିବା ବେଳେ ଜୟପୁର ସହର ଟାଙ୍କୁଆ ଠାରେ ଭିଜିଲାନ୍ସ ଅତର୍କିତ ଚଢାଉ କରି ତାଙ୍କୁ ଧରିଥିଲା । ଏହାପରେ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଜାରି ରହିଛି । ତେବେ ରେଡ୍ ବେଳେ କଟକସ୍ଥିତ କଟକସ୍ଥିତ ସରକାରୀ କ୍ବାର୍ଟରରୁ ମିଳିଲା ଘରୁ ମିଳିଲା ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ।

ଏହାମଧ୍ୟ ପଢନ୍ତୁ.. ଭିଜିଲାନ୍ସ ଜାଲରେ ଚକ୍ଷୁ ବିଭାଗ ଡାକ୍ତର, ଲାଞ୍ଚ ନେଇ ବନ୍ଧା ହେଲେ

ଥାନା ଅଧିକାରୀ ସୁଶାନ୍ତ କୁମାରୀ ଶତପଥି କିଛି ଦିନ ହେବ ବୈପାରୀଗୁଡା କୁ ବଦଳି ହୋଇ ଆସିଥିଲେ l ତେବେ ସେ 2 ଦିନ ଛୁଟି ନେଇ ଗୋଟିଏ ଘରୋଇ ବସରେ କଟକ ଅଭିମୁଖେ ଯାଉଥିଲେ । ତେବେ ତାଙ୍କ ପାଖରେ ଲକ୍ଷାଧିକ ଟଙ୍କା ଥିବା ନେଇ ବିଶେଷ ସୁତ୍ରକୁ ଖବର ପାଇଥିଲା ଭିଜିଲାନ୍ସ। ଏହାପରେ ବସ ଟାଙ୍କୁଆ ନିକଟରେ ପହଞ୍ଚିବା ପୂର୍ବରୁ ପୋଲିସ ସେଠାରେ ପହଞ୍ଚି ବସ ଅଟକ ରଖି ତାଙ୍କୁ ପଚରାଉଚରା କରିଥିଲା । ବସରେ ଥାନା ଅଧିକାରୀଙ୍କ ବ୍ୟାଗରୁ ନଗଦ 2 ଲକ୍ଷ 70 ହଜାର ଟଙ୍କା ବାହାରିବାରୁ ତାଙ୍କୁ ବସରୁ ଓହ୍ଲାଇ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଯାଇଥିଲା । ତେବେ ଏହାପରେ ସରକାରୀ କ୍ବାଟର, ଆଇଆଇସି ଚାମ୍ବରରୁ ମଧ୍ୟ ଲକ୍ଷାଧିକ ଟଙ୍କା ପାଇଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଭିଜିଲାନ୍ସ ପାଇଥିବା ସୂଚନା ରହିଛି । ଅନ୍ୟପଟେ ଏହି ଟଙ୍କା ବିଷୟରେ ପଚରାଉଚରା ବେଳେ କୌଣସି ସଠିକ ତଥ୍ୟ ଦେଇ ପାରିନଥିଲେ ପୋଲିସ ଅଧିକାରୀ । ତେବେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କୋରାପୁଟ

Last Updated : Nov 28, 2023, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.