ETV Bharat / state

ଜୈବ ବିବିଧତାର ସଂରକ୍ଷଣ ଆଣିଦେବ ସ୍ୱାସ୍ଥ୍ୟ ସୁରକ୍ଷା

author img

By

Published : Apr 7, 2022, 10:52 PM IST

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କୋରାପୁଟର ଜୈବ ବିବିଧତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶିଷ୍ଠ ବ୍ୟକ୍ତିତ୍ବ । ସାଧାରଣ ଜୀବନଧାରାକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ କୋରାପୁଟ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ନିହାତି ଆବଶ୍ୟକ । ଅଧିକ ପଢ଼ନ୍ତୁ

ଜୈବ ବିବିଧତାର ସଂରକ୍ଷଣ ଆଣିଦେବ ସ୍ୱାସ୍ଥ୍ୟ ସୁରକ୍ଷା
ଜୈବ ବିବିଧତାର ସଂରକ୍ଷଣ ଆଣିଦେବ ସ୍ୱାସ୍ଥ୍ୟ ସୁରକ୍ଷା

କୋରାପୁଟ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କୋରାପୁଟର ଜୈବ ବିବିଧତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶିଷ୍ଠ ବ୍ୟକ୍ତିତ୍ବ । ସାଧାରଣ ଜୀବନଧାରାକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ କୋରାପୁଟ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ନିହାତି ଆବଶ୍ୟକ । ଏହା ନହେଲେ ଭବିଷ୍ୟତର ଭୂସ୍ବର୍ଗ କୁହାଯାଉଥିବା ଏହି ଅଞ୍ଚଳ ମଧ୍ୟ ଜୀବନଧାରଣ ପାଇଁ ଅସ୍ୱାସ୍ଥ୍ୟକର ହୋଇଉଠିବା ଆଶଙ୍କା ରହିଛି । କୋରାପୁଟକୁ ନେଇ ଏହା କହିଛନ୍ତି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ଶରତ କୁମାର ପାଲିତା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ମନୁଷ୍ୟର ସ୍ୱାସ୍ଥ୍ୟ ସହ ପ୍ରକୃତିର ସ୍ଥିତିକୁ ସଂଯୋଗ କରିବାର ଆବଶ୍ୟକତା ରହିଛି । ଏହାକ ନେଇ ବିଶ୍ବବ୍ୟାପୀ ଆଲୋଚନା କରିବା ଏକ ସକାରାତ୍ମକ ପଦକ୍ଷେପ । କୋରାପୁଟ ଅଞ୍ଚଳରେ ଅନେକ ସ୍ଥାନରେ ଜୈବ ବିବିଧତା ନଷ୍ଟ ହୋଇଯାଇଥିଲେ ମଧ୍ୟ ଦେଓମାଳି, ଗୁପ୍ତେଶ୍ୱର, ମାଛକୁଣ୍ଡ ଭଳି କିଛି କିଛି ସ୍ଥାନରେ ଏ ପର୍ଯ୍ୟନ୍ତ ବଞ୍ଚିଥିବା ଜୈବ ବିବିଧତାକୁ ସଂରକ୍ଷଣ କରାଯିବାର ଆବଶ୍ୟକ ରହିଛି ।

କୋରାପୁଟ ଜିଲ୍ଲାର କୋଲାବ ଭଳି ପାନୀୟ ଜଳ ର ଆଧାର ସ୍ଥଳୀ ମଧ୍ୟ ଅତ୍ୟଧିକ ପ୍ରଦୂଷଣର ଶିକାର ହୋଇଛି । ଅତ୍ୟଧିକ ରାସାୟନିକ ସାର ଓ ଔଷଧ ବ୍ୟବହାର ଫଳରେ ବିଶଯୁକ୍ତ ମୃତ୍ତିକା ମଧ୍ୟ ଜୈବ ବିବିଧତା ପ୍ରତି ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି । ଏହା କହିଛନ୍ତି ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ।

କୋରାପୁଟର ବଣ ଜଙ୍ଗଲ ବିଭିନ୍ନ ପ୍ରକାରର ପକ୍ଷୀ, କୀଟ, ପତଙ୍ଗଙ୍କୁ ଆକୃଷ୍ଟ କରି କୋରାପୁଟ ଜିଲ୍ଲାକୁ ଜୈବ ବିବିଧତାର ଏକ ଉତ୍କୃଷ୍ଟ ଅଞ୍ଚଳ ଭାବେ ସୁନାମ ଆଣି ଦେଇଛି । ମାନସିକ ସ୍ଵାସ୍ଥ୍ୟକୁ ପକ୍ଷୀଙ୍କ ଉପସ୍ଥିତି ପ୍ରଭାବିତ କରୁଥିବାରୁ କୋରାପୁଟ ଅଞ୍ଚଳ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଛି । ଜଙ୍ଗଲ ସହ ପଶୁପକ୍ଷୀଙ୍କ ଉପସ୍ଥିତିକୁ ସହାୟକ ହେଉଥିବା ପରିବେଶକୁ ସୃଷ୍ଟି କରିବା ଦରକାର । ତାସହ ଏହାକୁ ସୁରକ୍ଷା ପ୍ରଦାନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ସୁଶାନ୍ତ ପଣ୍ଡା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.