ETV Bharat / state

କୋରାପୁଟରେ ଭୁସୁନା କନ୍ଦମୂଳ ଚାଷ, ଚାଷୀ ମନରେ ଭରିଦେଇଛି ନୂତନ ଆଶା

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଚାଷ ହେଉଛି ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ । ଏହି ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ ଚାଷକୁ ନେଇ ଚାଷୀ ମନରେ ଭରିଦେଇଛି ନୂତନ ଆଶା। ଅଧିକ ପଢ଼ନ୍ତୁ

କୋରାପୁଟରେ ଭୁସୁନା କନ୍ଦମୂଳ ଚାଷ, ଚାଷୀ ମନରେ ଭରିଦେଇଛି ନୂତନ ଆଶା
କୋରାପୁଟରେ ଭୁସୁନା କନ୍ଦମୂଳ ଚାଷ, ଚାଷୀ ମନରେ ଭରିଦେଇଛି ନୂତନ ଆଶା
author img

By

Published : Dec 1, 2022, 10:44 PM IST

Updated : Dec 2, 2022, 12:06 PM IST

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଚାଷ ହେଉଛି ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ । ଏହି ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ ଚାଷକୁ ନେଇ ଚାଷୀ ମନରେ ଭରିଦେଇଛି ନୂତନ ଆଶା । ଭୁବନେଶ୍ୱର ସ୍ଥିତ ସିଟିସିଆରଆଇ କୃଷି ଗବେଷଣା କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଏହି ଦୁଇ ପ୍ରକାରର କନ୍ଦମୂଳ ବିହନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସିଟିସିଆରଆଇର ବୈଜ୍ଞାନିକ ନେଦୁନ ଚେଜୀୟାନ୍ ମତ ରଖିଛନ୍ତି ।

କୋରାପୁଟରେ ଭୁସୁନା କନ୍ଦମୂଳ ଚାଷ, ଚାଷୀ ମନରେ ଭରିଦେଇଛି ନୂତନ ଆଶା

ଏ ସମ୍ପର୍କରେ ସିଟିସିଆରଆଇର ବୈଜ୍ଞାନିକ ନେଦୁନ ଚେଜୀୟାନ୍ କହିଛନ୍ତି, ''ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ ଚାଷ ପଟାଙ୍ଗୀ ବ୍ଲକ ପାଇଁ ଆଣିଦେଇଛି ଏକ ନୂଆ ସଞ୍ଚାର । ଏଥିରେ ଭରି ରହିଛି ନାନା ଔଷଧୀୟ ଗୁଣ । କ୍ୟାନସର ରୋଗକୁ ଦୂର କରିବ ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ । ଖାଲି ସେତିକି ନୁହେଁ ଚର୍ମ ରୋଗ ସୋରିଆସିସ ପାଇଁ ଏହି କନ୍ଦମୂଳର ପାଉଡର ବେଶ ଲାଭଦାୟକ ।''

ପଟ୍ଟାଙ୍ଗି ବ୍ଲକର ପାଞ୍ଚଟି ପଞ୍ଚାୟତରେ ପରୀକ୍ଷାମୂଳକ ଭାବେ 1000 ଚାଷୀଙ୍କୁ ନେଇ 200 ହେକ୍ଟରରେ ଗବେଷଣା ଲବ୍ଧ ବିହନ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ 750 ଜଣ ଚାଷୀ 300 ଏକର ଜାଗାରେ ଚାଷ କରି ପ୍ରାୟ 4000 କ୍ଵିଣ୍ଟାଲ କନ୍ଦମୂଳ ଉତ୍ପାଦନ କରିଥିବା ନାବାର୍ଡର ଡିଡିଏମ୍ ମୁରଲୀ ମୋହନ ବେହେରା ଜଣାଇଛନ୍ତି ।

ସାଧାରଣ ଭାବେ ଚାଷ କରାଯାଉଥିବା କନ୍ଦମୂଳକୁ 5- 10 ଟଙ୍କା ଦରରେ ବିକ୍ରି କରି ହତାଶ ହୋଇପଡିଥିବା କୋରାପୁଟ ଜିଲ୍ଲାର ଚାଷୀ ବର୍ତ୍ତମାନ ଭୁକ୍ରିଷ୍ଣା ଓ ଭୁସୁନା କନ୍ଦମୂଳ ଚାଷ କରି ମନରେ ନୂତନ ଆଶା ସଞ୍ଚାରିତ କରିଛନ୍ତି । ଏହି ନୂତନ ପ୍ରକାରର କନ୍ଦମୂଳରେ ତନ୍ତୁ ଅଂଶ ଅଧିକ ରହିବାସହ କ୍ୟାନସର ଭଳି ରୋଗ ବିରୋଧରେ ସଂଗ୍ରାମ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକ ଚେଜୀୟାନ ଜଣାଇଛନ୍ତି ।

ପଟ୍ଟାଙ୍ଗୀ ବ୍ଲକର କୁସୁମା ଗ୍ରାମର ଚାଷୀ ସିତାରାମ ହନ୍ତାଳ ଆସନ୍ତା ଥର ବେଳକୁ ଉତ୍ପାଦନରେ ବୃଦ୍ଧି ଘଟିବ ବୋଲି ବିଶ୍ୱାସ ରଖିଛନ୍ତି । ଚାଷୀଙ୍କୁ ସହଯୋଗ କରିଥିବା ପ୍ରସ୍ତୁତିର ସମ୍ପାଦକ ସୂଚନା ଦେଇଛନ୍ତି ଯେ, "ଏହି ନୂତନ କିସମର କନ୍ଦମୂଳ କିଲୋ ପିଛା ପାଖାପାଖି 30 ଟଙ୍କାରେ ବିକ୍ରି ହୋଇପାରିବ ।"

ଇଟିଭି ଭାରତ, କୋରାପୁଟ

Last Updated : Dec 2, 2022, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.