କୋରାପୁଟ: ସହିଦ ଭଗତ ସିଂଙ୍କ 113ତମ ଜନ୍ମଦିବସ । ଏହି ଅବସରରେ କୋରାପୁଟରେ ଅଖିଳ ଭାରତୀୟ ଯୁବ ସଂଘ ବେକାରୀ ସମସ୍ୟା ଦୂର କରିବା ପାଇଁ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଣୟନ କରିବା ପାଇଁ ଦାବି କରିଛି ।
କୋରାପୁଟ ସହରରେ ଏକ ଶୋଭାଯାତ୍ରାରେ ବାହାରି ସଂଘର କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସଂଘର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ନୂତନ ଚାଷୀ ନୀତି, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି ସ୍ଲୋଗାନ ଦେଇଛନ୍ତି । ଦେଶରେ ବେକାରୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ଉତ୍କଟ ସମସ୍ୟାକୁ ଦୂର କରିବା ପାଇଁ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଣୟନ କରିବା ପାଇଁ ଅଖିଳ ଭାରତୀୟ ଯୁବ ସଂଘ ଦାବି କରିଛି । ଏହାସହ କୋଭିଡ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ