ETV Bharat / state

କୋରାପୁଟର ମହୁରେ ମହକିବ ଆନ୍ତର୍ଜାତିକ ବଜାର ! ବାର୍ଷିକ 1 ମେଟ୍ରିକ ଟନ ଉତ୍ପାଦନ ଲକ୍ଷ୍ୟ

author img

By ETV Bharat Odisha Team

Published : Nov 1, 2023, 6:35 PM IST

କଫି ପରେ କୋରାପୁଟ ଜିଲ୍ଲାର ମହୁ ଚାଷକୁ ପ୍ରାଧାନ୍ୟ ଦେଲା ପ୍ରଶାସନ । ମହୁ ଚାଷ ପାଇଁ ତାଲିମ ଶିବିର ଆରମ୍ଭ । ୧୦୦ ଜଣ ଚାଷୀ ନେବେ ତାଲିମ । ବାର୍ଷିକ 1 ମେଟ୍ରିକ ଟନ ମହୁ ଉତ୍ପାଦନ ପାଇଁ ଲକ୍ଷ୍ୟ । ଅଧିକ ପଢନ୍ତୁ

କୋରାପୁଟର ମହୁରେ ମହକିବ ଆନ୍ତର୍ଜାତୀକ ବଜାର, ବାର୍ଷିକ 1 ମେଟ୍ରିକ ଟନ ମହୁ ଉତ୍ପାଦନ ପାଇଁ ଲକ୍ଷ୍ୟ

କୋରାପୁଟ: କଫି ପରେ ବର୍ତ୍ତମାନ ଜିଲ୍ଲାର ମହୁ ଚାଷକୁ ପ୍ରାଧାନ୍ୟ ଦେଇଛି ପ୍ରଶାସନ । କଫି ପରି କୋରାପୁଟ ମହୁର ମଧ୍ୟ ବେଶ ଚାହିଦା ରହିଥିବା ବେଳେ ଜିଲ୍ଲାରେ ମହୁ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ପ୍ରାୟ ୧୦୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ଏକ ମହୁ ଚାଷୀ ତାଲିମ କାଯ୍ୟକ୍ରମ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ରହିଥିବା ବେଳେ ଭାରତରେ ସେହି ବଜାରକୁ ମହୁ ଯୋଗାଇଦେବା ପାଇଁ ଭିତ୍ତିଭୂମି ରହିଛି ।

ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ଭଳି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଅଞ୍ଚଳରେ ସ୍ୱଚ୍ଛ ମହୁ ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରି ଉନ୍ନତ ମାନର ମହୁ ଉତ୍ପାଦନ କରିବା ପାଇଁ ଯୋଜନା ଥିବା ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ସିଏସଆଇଆର ଗବେଷଣା କେନ୍ଦ୍ରର ବୈଜ୍ଞାନିକ ସୌମିତ କୁମାର ବେହେରା ସୂଚନା ଦେଇଛନ୍ତି । ଆଜି ତାଲିମ ନେଉଥିବା ମହୁ ଚାଷୀଙ୍କୁ ମହୁ ମାଛି,ବାକ୍ସ ଆଦି ଉପକରଣ ଦିଆଯାଇ ପ୍ରୋତ୍ସାହିତ କରାଯିବ ।

କୋରାପୁଟର ସଦ୍ଭାବନା ସଭାଗୃହରେ ଆୟୋଜିତ ମହୁ ଚାଷ ତାଲିମ ଶିବିରରେ କୋରାପୁଟ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠୀ /କୃଷକ ଉତ୍ପାଦକ କମ୍ପାନୀ ଏବଂ ଅଗ୍ରଣୀ ମହିଳା କୃଷକମାନଙ୍କ ପାଇଁ ମହୁ ରପ୍ତାନୀ ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହୁ ଚାଷୀଙ୍କୁ ମହୁ ଚାଷର ସମ୍ପର୍କରେ ଅବଗତ କରାଯାଇଥିଲା । କୋରାପୁଟ ଜିଲ୍ଲାରେ ବର୍ତମାନ ୬ଟି ବ୍ଲକର ୧୦୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ମହୁ ଚାଷ ଓ ତାର ଗୁଣାତ୍ମକମାନ ବୃଦ୍ଧି ସହ ରପ୍ତାନୀ ବିଷୟରେ ଧାରଣା ଦିଆଯାଇଥିଲା । ସେମାନଙ୍କ ମାଧ୍ୟମରେ ଜିଲ୍ଲାରେ ୧ ମେଟ୍ରିକ ଟନ ମହୁ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି ବୋଲି ଓରମାସର ଡେପୁଟି ସିଇଓ ରୋଷନ କାର୍ତିକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ୱାବଲମ୍ବୀ ହେବେ କୋରାପୁଟ ଯୁବପିଢି, କଫି ଚାଷ ମିଳୁଛି ପ୍ରୋତ୍ସାହନ

ତେବେ ବିଗତ ଦିନ ଗୁଡିକରେ କୋରାପୁଟ ଜିଲ୍ଲା ମହୁ ଚାଷ ପାଇଁ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତମାନ ପ୍ରାକୃତିକ ଜଙ୍ଗଲର ପରିମାଣ କମିଥିବା ଯୋଗୁଁ ମହୁ ମାଛି ପାଇଁ ମଧୁ ସଂଗ୍ରହ କରିବା କମିଯାଇଛି ବୋଲି କୋରାପୁଟ ଅଞ୍ଚଳରେ ମହୁ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଗ୍ରଣୀ ମହୁ ଚାଷୀ ନିତାଇ ଚରଣ ଦଳାଇ କହିଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହୁ ଚାଷୀ ତଥା କୃଷକ ଉତ୍ପାଦକ କମ୍ପାନୀ ଗୁଡିକ ସେମାନଙ୍କର ଅନୁଭୂତି, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଚଷୀ ନିତାଇ ଚରଣ କହିଛନ୍ତି,' ଅଞ୍ଚଳର ମହୁ ଚାଷୀଙ୍କୁ ତାଲିମ ଦେବା ସହ ଅନ୍ତତଃ ଏକ ବର୍ଷ ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ରହିଛି ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.