କୋରାପୁଟ: କୋରୋନା ଦୋହଲାଇ ଦେଇଛି ଜୀବନ ଜୀବିକା । କୋରାପୁଟ ଅଞ୍ଚଳର କଳାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାଜା ବଜାଇ ଜୀବିକା ନିର୍ବାହ କରୁଥିବା ଲୋକଙ୍କ କଥା ନ କହିବା ଭଲ । କୋରାପୁଟ ବ୍ଲକର ଖଗଦରା ଗାଁ ଆଦିବାସୀ ବାଜା ପାଇଁ ଖ୍ୟାତି ଅର୍ଜନ କରିଛି । ଢାମ୍ପ, ମହୁରି, ଧୁମୁଷ , ଟିଡିବିଡି ଭଳି ପାରମ୍ପରିକ ବାଦ୍ୟକୁ ଧରି ଏହି ବାଜା ଦଳ ବାହାଘର, ବ୍ରତଘର ଓ ପର୍ବ ପର୍ବାଣୀରେ ବାଜା ବଜାନ୍ତି । ଯାହା ଦୁଇ ପଇସା ରୋଜଗାର କରନ୍ତି । ସେଥିରେ ପରିବାର ଚଳେ ।
କିନ୍ତୁ କୋଭିଡ କଟକଣା ଯୋଗୁଁ ଏହି ସମସ୍ତ କାର୍ଯ୍ୟକ୍ରମ ଏକ ପ୍ରକାର ଠପ ପଡିଛି । କେହି ଏବେ ବାଜାବାଲାଙ୍କୁ ଖୋଜୁ ନାହାଁନ୍ତି । ବାଜା ଗୁଡିକ ମଧ୍ୟ ଘରେ ପଡିରହି ରକ୍ଷଣା ବେକ୍ଷଣ ଅଭାବରୁ ଫାଟି ଗଲାଣି । ବର୍ତ୍ତମାନ କୋରୋନାର ପ୍ରକୋପ କମିବା ପରେ ଯେତେବେଳେ ସେମାନଙ୍କୁ ବାଜା ବଜାଇବା ପାଇଁ ଡକାଯିବ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
କୋରୋପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ