ETV Bharat / state

କମୁଛି ଏଡ଼ସ ରେଗୀଙ୍କ ସଂଖ୍ୟା: ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ହ୍ରାସ - ଏଡ଼ସ ଦିବସ 2023

କୋରାପୁଟ ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି ଏଡ଼ସ । ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ପଜେଟିଭ ହାର ହ୍ରାସ ପାଇଛି । ଗତ ୨୩ ବର୍ଷରେ କୋରାପୁଟରେ ୩୦୮୦ ଜଣ ଏଡସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲେ ।

କମୁଛି ଏଡ଼ସ ରେଗୀଙ୍କ ସଂଖ୍ୟା
କମୁଛି ଏଡ଼ସ ରେଗୀଙ୍କ ସଂଖ୍ୟା
author img

By ETV Bharat Odisha Team

Published : Dec 1, 2023, 10:50 PM IST

କମୁଛି ଏଡ଼ସ ରେଗୀଙ୍କ ସଂଖ୍ୟା

କୋରାପୁଟ: କୋରାପୁଟ ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି ଏଡ଼ସ । ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ପଜେଟିଭ ହାର ହ୍ରାସ ପାଇଛି । ଗତ ୨୩ ବର୍ଷରେ କୋରାପୁଟରେ ୩୦୮୦ ଜଣ ଏଡସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲେ । ସେଥିରୁ ୬୨୭ ଜଣଙ୍କ ଜୀବନ ଯାଇଛି । ଗତ ୨୦୧୯ ପର ଠାରୁ କୌଣସି ବି ଏଡ଼ସ ଆକ୍ରାନ୍ତରଙ୍କର ମୃତ୍ୟୁ ଘଟି ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଓଡ଼ିଶା ସରକାରଙ୍କ ଉତ୍ତମ ପଦକ୍ଷେପ ଓ ସଚେତନତା ଯୋଗୁଁ କୋରାପୁଟ ଜିଲ୍ଲାରେ ହ୍ରାସ ପାଇଛି ଏଡ଼ସ । ଏଡସକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଣୟନ ହୋଇଥିବା ଯୋଜନା ଯୋଗୁଁ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ପଜେଟିଭ ହାର ହ୍ରାସ ପାଇଛି । ତେବେ ସବୁଠାରୁ ଉଦବେଗ ଅଞ୍ଚଳ ରହିଥିବା ଜୟପୁର, କୋରାପୁଟ ଓ ସେମିଳିଗୁଡାରେ ନିମ୍ନ ମୁଖୀ ହୋଇଛି ଏଡ଼ସ । ଜିଲ୍ଲାରେ ଏବେ ୨୧୮୦ ଜଣ ଏଡ଼ସ ରୋଗୀ ରହିଥିବା ବେଳେ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ଏହାସହ ଘର, ପାନୀୟ ଜଳ, ଔଷଧ, ଭତ୍ତା ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ଜିଲ୍ଲାର ବନ୍ଧୁଗାଁରେ ୧୨ ଜଣ ରୋଗୀ, ବୈପାରିଗୁଡାରେ ୬୪ଜଣ, ବୋରିଗୁମ୍ମାରେ ୧୮୮ ଜଣ, ଦଶମନ୍ତପୁରରେ ୧୨ ଜଣ, ଜୟପୁରରେ ୮୧୦ ଜଣ, କୋରାପୁଟରେ ୪୧୧ ଜଣ, କୋଟପାଡରେ ୧୭୮ ଜଣ, କୁନ୍ଦୁରାରେ ୩୭ ଜଣ, ଲମତାପୁଟରେ ୧୦ଜଣ, ଲକ୍ଷ୍ମୀପୁରରେ ୩୧ ଜଣ, ନନ୍ଦପୁରରେ ୩୫ ଜଣ, ନାରାୟଣପାଟଣାରେ ୨୨ ଜଣ, ପଟାଙ୍ଗୀରେ ୭୦ଜଣ ଓ ସେମିଳିଗୁଡାରେ ୩୦୦ ଜଣରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କୁ ପ୍ରତି ମାସର ଏକ ନିଦ୍ଧିଷ୍ଟ ସମୟରେ ଔଷଧ ପ୍ରଦାନ କରାଯାଉଛି । ଯେଉଁମାନେ ନିୟମିତ ଭାବେ ଔଷଧ ଖାଉଛନ୍ତି ସେମାନେ ସୁଖରେ ଜୀବନ ଯାପନ କରୁଛନ୍ତି । ଏନେଇ ଜିଲ୍ଲା ଏଡ଼ସ ନିୟନ୍ତ୍ରଣ ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି ଯେ ୫ ବର୍ଷରେ ଜିଲ୍ଲାରେ ୫୮୬ ଜଣ ଚିହ୍ନଟ ହୋଇଥିବାବେଳେ କୌଣସି ରୋଗୀ ମୃତ୍ୟୁବରଣ କରି ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ୱ ଏଡ଼ସ ସଚେତନତା ଦିବସ: ‘ସଚେତନା ହିଁ ସୁରକ୍ଷା ନହେଲେ ନାହିଁ ରକ୍ଷା’

୨୦୧୯ରେ ମୋଟ ୬୨ ହଜାର ୮୭୭ ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୧୪୮ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । ସେହିପରି ୨୦୨୦ରେ ୬୧ହଜାର୬୬୨ଙ୍କର ଟେଷ୍ଟିଂରେ ୯୨ ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । ୨୦୨୧ରେ ୮୬ ହଜାର ୫୪୪ଙ୍କର ଟେଷ୍ଟିଂ କରାଯାଇ ୧୦୧ ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । ୨୦୨୨ରେ ୧ଲକ୍ଷ ୧ହଜାର ୯୨୯ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୧୨୮ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିଲା । ଚଳିତବର୍ଷ ଏବେ ଯାଏ ୯୨ ହଜାର ସାମ୍ପୁଲ ଟେଷ୍ଟ କରାଯାଇ ୧୧୭ଜଣଙ୍କର ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ଦିନକୁ ଦିନ ଆମେ ଟେଷ୍ଟିଂ, ସଚେତନତା ଓ ନିରାକରଣ ଉପରେ ଦୃଷ୍ଟି ଦେଉଛୁ । ଆସନ୍ତା ଦିନରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏହି ପ୍ରୟାସକୁ ସମସ୍ତ ପ୍ରକାରର ସହଯୋଗ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.