ETV Bharat / state

କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର ଜବତ ପାଇଁ ନିର୍ଦ୍ଦେଶ, ମହଲତ ମାଗିଲେ ଅଧିକାରୀ - ଜିଲ୍ଲାପାଳଙ୍କୁ ୱାରେଣ୍ଟ ଜାରି

ବକେୟା ଟଙ୍କା ପୈଠକୁ ନେଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର ହେବ ଜବତ । ଏନେଇ କୋରାପୁଟ ସିଭିଲ ଜଜ ସିନିଅର ଡିଭିଜନ ଆଟେଚମେଣ୍ଟ ୱ୍ବାରେଣ୍ଟ ଜାରି କରିଛି । ଅଧିକ ପଢ଼ନ୍ତୁ

କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର ଜବତ ପାଇଁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Oct 4, 2023, 4:47 PM IST

କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର ଜବତ ପାଇଁ ନିର୍ଦ୍ଦେଶ

କୋରାପୁଟ: ଜିଲ୍ଲାପାଳଙ୍କୁ ଆଟେଚମେଣ୍ଟ ୱ୍ବାରେଣ୍ଟ ଜାରି । ବକେୟା ଟଙ୍କା ପୈଠକୁ ନେଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର ହେବ ଜବତ । ଏନେଇ କୋରାପୁଟ ସିଭିଲ ଜଜ ସିନିଅର ଡିଭିଜନ ଆଟେଚମେଣ୍ଟ ୱ୍ବାରେଣ୍ଟ ଜାରି କରିଛି । କାର ଗାଡ଼ି ସହ ପଙ୍ଖା, ଏସି, ଟେବୁଲ, ଆଲମିରା, ଚେୟାର ମଧ୍ୟ ଆଟେଚମେଣ୍ଟ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଜେୟା ଟଙ୍କା ପୈଠ କରିବା ପାଇଁ ସମୟ ମଗାଯାଇଛି ।

ତେବ ନନ୍ଦପୁର ସ୍ଥିତ "ଦି ମଦର" ଔଷଧ ଦୋକାନର ମାଲିକ ହରେକୃଷ୍ଣ ମହାନ୍ତି CMRF ଯୋଜନାରେ ନନ୍ଦପୁର ସିଡିପିଓଙ୍କ ଜାର୍ଯ୍ୟାଳୟକୁ ୨୦୧୦ ମସିହାରେ ୨,୬୩,୮୩୯ ଟଙ୍କାର ଔଷଧ ଯୋଗାଣ କରିଥିଲେ । ଟଙ୍କା ନମିଳିବାରୁ ଔଷଧ ଯୋଗାଣ କାରୀ ସଂସ୍ଥା ଅଦାଲତର ଆଶ୍ରୟ ନେଇଥିଲେ । ସେପଟେ ଆବେଦନକାରୀଙ୍କ ଆବେଦନ କ୍ରମେ ମାମଲା ଜନିତ ଖର୍ଚ୍ଚ ସହ ମୋଟ ୪,୩୩,୭୭୪.୯୬ ଟଙ୍କା ଦେବାକୁ ସେପ୍ଟେମ୍ବର 16 ତାରିଖରେ କୋରାପୁଟ ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଟଙ୍କା ନମିଳିବାରୁ ଔଷଧ ଦୋକାନର ମାଲିକ ପୁଣିଥରେ ଅଦାଲତର ଆଶ୍ରୟ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଡିସେମ୍ବର ସୁଦ୍ଧା କୋଟିଆ ପଞ୍ଚାୟତର ପ୍ରତି ଗାଁରେ ପହଞ୍ଚିବ ବିଜୁଳି: କୋରାପୁଟ ଜିଲ୍ଲାପାଳ

ତେବେ କୋର୍ଟର ନିର୍ଦ୍ଦେଶନାମାରେ ବକେୟା ଟଙ୍କା ପୈଠ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ପୈଠ ନକରିବା ସ୍ଥଳେ ଔଷଧ ଦୋକାନର ମାଲିକ ପାଇବାକୁ ଥିବା ମୂଲ୍ୟ ପରିମାଣର ସମ୍ପତି ଭାବେ ତତ୍କାଳୀନ ନନ୍ଦପୁର ସିଡିପିଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗାଡି ଓ ଆସବାବପତ୍ର ପ୍ରଭୃତିକୁ ଜବତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା OD10D 0999 କାରକୁ ଜବତ କରିବା ପାଇଁ ୱ୍ବାରେଣ୍ଟ ଜାରି କରିଛନ୍ତି କୋରାପୁଟ ସିଭିଲ ଜଜ ସିନିଅର ଡିଭିଜନ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୦ ଟି ଏସି, ୧୦ ଟି ଆଲମିରା, ୧୦ ଚେୟାର, ୧୦ଟି ଟେବୁଲ ଓ ୨୦ଟି ପଙ୍ଖା ମଧ୍ୟ ଜବତ କରିବାକୁ ଆବେଦନକାରୀଙ୍କ ସପକ୍ଷରେ ୱ୍ବାରେଣ୍ଟରେ ଉଲ୍ଲେଖ ରହିଛି ।

ତେବେ ଗତକାଲି ଆଟେଚମେଣ୍ଟ ନୋଟିସ୍‌ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଜାରି ହେବା ପରେ କୋରାପୁଟ ସିଭିଲ ଜଜ ସିନିଅର ଡିଭିଜନ ଏସଂକ୍ରାନ୍ତରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେପଟେ ପ୍ରଶାସନ ତରଫରୁ ବକେୟା ଅର୍ଥ ପୈଠ କରିବା ପାଇଁ ଆଜି ସମୟ ମଗାଯାଇଥିବା ସରକାରୀ ଓକିଲ ନିହାର ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.