ETV Bharat / state

କୋରାପୁଟରେ ଗ୍ରହ ନକ୍ଷତ୍ର ଅଧ୍ୟୟନ ନେଇ ଏମିତି କହିଲେ ମହାକାଶ ବିଜ୍ଞାନୀ ଅଶୁଂମାନ - ମହାକାଶ ଅଧ୍ୟୟନକୁ ନେଇ କୋରାପୁଟ ସ୍ଥିତି

ମହାକାଶରେ ଥିବା ତାରା , ଗ୍ରହ , ନକ୍ଷତ୍ରର ଅଧ୍ୟୟନ କରିବା ପାଇଁ କୋରାପୁଟ ଅଞ୍ଚଳ ପ୍ରକୃଷ୍ଟ ସ୍ଥାନ । ଦାମନଯୋଡିସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ତଥା ଯୁବ ମହାକାଶ ବିଜ୍ଞାନୀ ଅଶୁଂମାନ ସାହୁ ମତବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ମହାକାଶ ବିଜ୍ଞାନୀ ଅଶୁଂମାନ
ମହାକାଶ ବିଜ୍ଞାନୀ ଅଶୁଂମାନ
author img

By

Published : Jun 1, 2022, 7:16 PM IST

କୋରାପୁଟ: ମହାକାଶରେ ଥିବା ତାରା , ଗ୍ରହ , ନକ୍ଷତ୍ରର ଅଧ୍ୟୟନ କରିବା ପାଇଁ କୋରାପୁଟ ଅଞ୍ଚଳ ପ୍ରକୃଷ୍ଟ ସ୍ଥାନ । ଦାମନଯୋଡିସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ତଥା ଯୁବ ମହାକାଶ ବିଜ୍ଞାନୀ ଅଶୁଂମାନ ସାହୁ ମତବ୍ୟକ୍ତ କରିଛନ୍ତି । କୋରାପୁଟ ଅଞ୍ଚଳ ଏବଂ ବିଶେଷ କରି ଦେଓମାଳି ପର୍ବତ ଭଳି ଉଚ୍ଚ ସ୍ଥାନରେ ରାତ୍ରି ସମୟରେ ଆକାଶ ପ୍ରଦୂଷଣ ମୁକ୍ତ ରହୁଥିବା ଯୋଗୁଁ ତାରା , ନକ୍ଷତ୍ର ଓ ଗ୍ରହମାନଙ୍କ ସ୍ଥିତି , ଆକାର ଓ ସେଗୁଡ଼ିକର ଗତିବିଧିକୁ ଭଲଭାବେ ନିରୀକ୍ଷଣ କରିହେବ ବୋଲି କହିଛନ୍ତି ଯୁବ ମହାକାଶ ବିଜ୍ଞାନୀ ଅଶୁଂମାନ ।

କୋରାପୁଟରେ ଗ୍ରହ ନକ୍ଷତ୍ର ଅଧୟନ ନେଇ ଏମତି କହିଲେ ମହାକାଶ ବିଜ୍ଞାନୀ ଅଶୁଂମାନ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ଵାରା ଚଳିତ ବର୍ଷ ପାଇଁ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇଥିଲେ । ଏହାପରେ ଦାମନଯୋଡି ଫେରି ଆସିଥିବା ଅବସରରେ ସେ ଏହି ମତ ରଖିଛନ୍ତି । ସମଗ୍ର ଦେଶରୁ ଚୟନ କରାଯାଇଥିବା 150 ଯୁବ ବୈଜ୍ଞାନିକଙ୍କ ମଧ୍ୟରୁ ଅଶୁଂମାନ ଜଣେ । କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରେ ପ୍ରସ୍ଫୁଟିତ ହେଉଥିବା ସମ୍ଭାବନା ପ୍ରତି ଆଲୋକପାତ କରିଛନ୍ତି ସେ । ଅଶୁଂମାନଙ୍କ ଏହି ସଫଳତା ପାଇ ତାଙ୍କ ପରିବାର ମଧ୍ୟ ବର୍ଗ ଅନୁଭବ କରିଛନ୍ତି ।

ପିଲାଟିବେଳୁ ମହାକାଶ ପ୍ରତି ପୁଅର ଏକ ବିଶେଷ ଆକର୍ଷଣ ଥିଲା । ସେ ସମ୍ପର୍କରେ ନିତିଦିନ ନୂତନ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥିଲା । ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିରରେ ଅଧ୍ୟାପନା କରନ୍ତି ଅଶୁଂମାନଙ୍କ ବାପା । ତାଙ୍କ ପୁଅ ମଧ୍ୟରେ ଉଦ୍ରେକ ହେଉଥିବା ପ୍ରଶ୍ନର ଉତ୍ତର ଦେବାରେ କିମ୍ବା ଜାଣି ନଥିଲେ ସଂଗ୍ରହ କରି ଆଣି ଯୋଗାଇଦେବାରେ ବାପା କେବେ ହେଲେ ଅବହେଳା କରି ନଥିଲେ । ବାପାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଅଶୁଂମାନ ।

ପୂର୍ବରୁ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଦ୍ଵାରା ଆୟୋଜିତ ୟଙ୍ଗ ଅଷ୍ଟ୍ରନମର ଟାଲେଣ୍ଟ ସର୍ଚ୍ଚରେ ଭାଗ ନେଇ ଓଡ଼ିଶାର ଶ୍ରେଷ୍ଠ 20 ଜଣ ଯୁବ ବିଜ୍ଞାନୀଙ୍କ ମଧ୍ୟରେ ଜଣେ ଭାବେ ମାନ୍ୟତା ପାଇଛନ୍ତି ଅଶୁଂମାନ । ଉପହାର ସ୍ବରୂପ ଆୟୋଜକଙ୍କ ଠାରୁ ଏକ ଉନ୍ନତ ମାନର ଟେଲିସ୍କୋପ ପାଇଥିଲେ ଯାହା ମହାକାଶ ଗବେଷଣାରେ ତାଙ୍କୁ ବିଶେଷ ସହଯୋଗ କରିଥିବା ଅଂଶୁମାନ ଜଣାଇଛନ୍ତି । ସଙ୍ଗୀତ , ଚିତ୍ର ଓ ମହାକାଶ ଜ୍ଞାନ ରଖିଥିବା ଅଂଶୁମାନ ଭବିଷ୍ୟତ ଜୀବନରେ ଜଣେ ମହାକାଶ ବିଜ୍ଞାନୀ ହେବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କ ସଫଳତା ଏହି ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.