କୋରାପୁଟ: ଦିନିକିଆ ମାଲକାନଗିରି ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ରେଳ ଷ୍ଟେସନରେ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନର ଉଦଘାଟନ କରିଛନ୍ତି । ମାଲକାନଗିରିରେ ସେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏଥିସହିତ ଜୟପୁର-ମାଲକାନଗିରି, ମାଲକାନଗିରି-ଭଦ୍ରାଚଳମ, ଜୟପୁର-ନବରଙ୍ଗପୁର ଏବଂ ନବରଙ୍ଗପୁର-ଜୁନାଗଡ ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ ।
ଏହି ପ୍ରକଳ୍ପରେ ଜମି ଅଧିଗ୍ରହଣ ସୂଚାରୁ ରୂପେ ଚାଲିଥିବା ଯୋଗୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବା ବୋଲି ସେ ଆଶାପୋଷଣ କରିଛନ୍ତି । ସେହିପରି ମାଲକାନଗିରିରେ ନୂତନ ଡାକ ଘର ମଧ୍ୟ ଉଦଘାଟନ କରିଥିଲେ । ଦିନିକିଆ ମାଲକାନଗିରି ସାରି ରେଳମନ୍ତ୍ରୀ କୋରାପୁଟ ଫେରିଥିଲେ । ତେବେ କୋରାପୁଟ ଦେଇ ପ୍ରସ୍ତାବିତ ଜାତୀୟ ରାଜପଥର ବାଇପାସ୍ ରାସ୍ତା ଓ ଅନ୍ୟାନ୍ୟ ବିଷୟକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଯାଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ