କୋରାପୁଟ: ଘଞ୍ଚ ଜଙ୍ଗଲର ବିପଦପୂର୍ଣ୍ଣ ରାସ୍ତାରେ ଦେଢ଼ କିଲୋମିଟର ଚାଲି ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ । ଏହାପରେ ସେମାନେ ମୃତଦେହକୁ ଵୋହି ଗାଁକୁ ଆଣିଥିଲେ । ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ସାଧାରଣରେ ଓଡ୍ରାଫ ଟିମର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।
ଗତ ୨ ତାରିଖରେ କୋରାପୁଟର ଵୋରିଗୁମ୍ମା ବ୍ଳକର ଡମ୍ବତୁରୁଂଜି ଗାଁ ନିକଟ ଚାବେରୀ ନଦୀ ପାର ହେଵା ସମୟରେ ଚିନ୍ତାମଣି ମୁଦୁଲି ନାମକ ଜଣେ ବୃଦ୍ଧା ଭାସିଯାଇଥିଲେ। ଏହି ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା। ତେଵେ ଖୋଜାଖୋଜି କରିଵା ପରେ ଗତକାଲି ରାତିରେ ଘଟଣାସ୍ଥଳରୁ ୩କିଲୋମିଟର ଦୂର ହରିଡାଗୁଡା ନିକଟରେ ମୃତଦେହ ଠାଵ କରାଯାଇଥିଲା। ହେଲେ ସେଠାକୁ ଗାଡି ଯିଵା ପାଇଁ ରାସ୍ତା ନଥିଵାରୁ ଓଡ୍ରାଫ ଟିମ୍ ଦେଢ କିଲୋମିଟର କାନ୍ଧରେ ବୋହି ମୃତଦେହକୁ ଆଣିଥିଲେ।
କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ