ETV Bharat / state

ରାଜ୍ୟର କୌଣସି ସ୍ଥାନରୁ କୋରାପୁଟ ଆସିବାକୁ ବାରଣ ନାହିଁ: ଜିଲ୍ଲାପାଳ - people were not banned in koraput

ଓଡ଼ିଶାର ଖୋର୍ଦ୍ଧା ଓ ସୁନ୍ଦରଗଡ ଭଳି ଅନେକ ଜିଲ୍ଲାରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଗତ କିଛିଦିନ ଧରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ତେବେ ସେସବୁ ସ୍ଥାନରୁ ବା ରାଜ୍ୟର ଅନ୍ୟ ଯେକୌଣସି ସ୍ଥାନରୁ କୋରାପୁଟ ଆସିବା ପାଇଁ ରାଜ୍ୟ ସରକାର ବାରଣ କରିନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟର କୌଣସି ସ୍ଥାନରୁ କୋରାପୁଟ ଆସିବାକୁ ବାରଣ ନାହିଁ: ଜିଲ୍ଲାପାଳ

author img

By

Published : Apr 16, 2021, 11:05 PM IST

କୋରାପୁଟ: ଓଡ଼ିଶାର ଖୋର୍ଦ୍ଧା ଓ ସୁନ୍ଦରଗଡ ଭଳି ଅନେକ ଜିଲ୍ଲାରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଗତ କିଛିଦିନ ଧରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ଆଜି (ଶୁକ୍ରବାର) ଏହି ଜିଲ୍ଲା ଗୁଡିକରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା 500 ଟପିଲାଣି । ତେବେ ସେସବୁ ସ୍ଥାନରୁ ବା ରାଜ୍ୟର ଅନ୍ୟ ଯେକୌଣସି ସ୍ଥାନରୁ କୋରାପୁଟ ଆସିବା ପାଇଁ ରାଜ୍ୟ ସରକାର ବାରଣ କରିନଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟର କୌଣସି ସ୍ଥାନରୁ କୋରାପୁଟ ଆସିବାକୁ ବାରଣ ନାହିଁ: ଜିଲ୍ଲାପାଳ

ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ସୀମାରେ ଆସନ୍ତାକାଲି ଠାରୁ ଯାତ୍ରୀବାହି ବସର ଯାତାୟାତ ଉପରେ ନିଷେଧାଦେଶ ଜାରି କରାଯାଇଥିବା ସେ ଜଣାଇଛନ୍ତି । ଆସନ୍ତାକାଲି ଠାରୁ ଜିଲ୍ଲାର ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା 6 ଟାରୁ ଆରମ୍ଭ ହୋଇ ପରଦିନ ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରତି ଶନିବାର ଓ ରବିବାର ସହର ଗୁଡିକରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବ ।

ଏହି ସମୟରେ କେବଳ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାରର ଚଳପ୍ରଚଳକୁ ନିଷେଧ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । କୋରାପୁଟ ଜିଲ୍ଲାରେ କୋଭିଡ଼ ସ୍ଥିତି ଭଲଥିବା ସତ୍ତ୍ୱେ ଆଗକୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.