ETV Bharat / state

କୋଟିଆ ପରେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୋଲୁପ ନଜର - Kotia

ପୁଣି ପଟ୍ଟାଙ୍ଗି ବ୍ଲକର ସମ୍ବାଇ ଗ୍ରାମ ପଞ୍ଚାୟତର ସୀମାନ୍ତ ସୁନାବେଡା ଗାଁକୁ ନେଇ ଦେଖିବାକୁ ମିଳିଛି ବିବାଦ ।

ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୋଲୁପ ନଜର
ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୋଲୁପ ନଜର
author img

By

Published : Nov 9, 2020, 8:19 PM IST

Updated : Nov 9, 2020, 10:31 PM IST

କୋରାପୁଟ: ଦୀର୍ଘବର୍ଷ ଧରି ଆନ୍ଧ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମକୁ ନେଇ ଉଭୟ ସରକାରଙ୍କ ମଧ୍ୟରେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ମଧ୍ୟ ଅମୀମାଂସିତ ହୋଇ ରହିଛି । ତେବେ ଏବେ ପୁଣି ପଟ୍ଟାଙ୍ଗି ବ୍ଲକର ସମ୍ବାଇ ଗ୍ରାମ ପଞ୍ଚାୟତର ସୀମାନ୍ତ ସୁନାବେଡା ଗାଁକୁ ନେଇ ଦେଖିବାକୁ ମିଳିଛି ବିବାଦ ।

କୋଟିଆ ପରେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ଲୋଲୁପ ନଜର

ଓଡିଶା ସୀମାର ପ୍ରାୟ ପାଞ୍ଚଶହ ମିଟର ମଧ୍ୟକୁ ପସିଆସି ଆନ୍ଧ୍ର ସରକାର ପାଚେରୀ ଓ ସୀମା ଚିହ୍ନଟ କରିବା ସହ ପାଚେରୀ ନିର୍ମାଣ କରି ଅଞ୍ଚଳବାସୀଙ୍କୁ ଧମକ ଚମକ ଦେଉଥିବା ସୁନାବେଡା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସୁନାବେଡା ଗ୍ରାମବାସୀ କିଛିଦିନ ପୂର୍ବେ ପଟ୍ଟାଙ୍ଗି ତହସିଲଦାରଙ୍କୁ ଏକ ଲିଖତ ଅଭିଯୋଗ ଦେଇଥିଲେ ।

ଘଟଣା ସମ୍ପର୍କରେ ଗ୍ରାମର ୱାର୍ଡ ସଭ୍ୟ ମୁଷୁରୀ ତାଡଡୁଙ୍କ ସମେତ କିଛି ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଗତ ୨୪ ତାରିଖରେ ଉପଜିଲ୍ଲାପାଳ ଲଳିତ କୁମାର କହଁର,ଭାରପ୍ରାପ୍ତ ତହସିଲଦାର ,ଆରଆଇ ସଭା ହରିଜନ ପ୍ରମୁଖଙ୍କୁ ନେଇ ଗଠିତ ଏକ ଦଳ ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆନ୍ଧ୍ରର ନିର୍ମାଣ ଧୀନ ପାଚେରୀକୁ ଭାଙ୍ଗି ଫେରିଥିଲେ ।

କିନ୍ତୁ ଏହାର ଠିକ ଏକ ସପ୍ତାହ ପରେ ଆନ୍ଧ୍ର ପକ୍ଷରୁ ପୁଣିଥରେ ଏକ ସୀମାନ୍ତ ଫଳକ ଲଗାଯାଇଥିବା ସହ ରାସ୍ଥାରେ ଉଭୟ ପାଶ୍ବରେ ଏକ ରେଖା ଟଣାଯାଇ ଗୋଟିଏ ପାର୍ଶ୍ବରେ AP ଓ ଅନ୍ୟ ପାର୍ଶ୍ବରେ OR ଲେଖିଥିବା ଦେଖିବାକୁ ମିଳିଛି । ଉକ୍ତ ବିବାଦ ନେଇ ଆରାକୁ ଠାରେ ଆନ୍ଧ୍ର ପ୍ରଦେଶ ଏସ୍ଏସଟି ସାଧାରଣ ସଂପାଦକ ସେଠୀ ଗଙ୍ଗାଧର ସ୍ବାମୀଙ୍କୁ ସାକ୍ଷାତ କରି ପାଚିରିବାରୁ ଯଥାଶୀଘ୍ର ଏହାର ସମାଧାନ ର ପନ୍ଥା ବାହାରକରାଯିବ ବୋଲି ସୂଚନା ଦେଇଛନ୍ତି ।

ତେବେ ସୁନାବେଡା ଗ୍ରାମର ୱାର୍ଡ ସଭ୍ୟ ମୁଷୁରୀ ତାଉଡୁ ଓ ସରପଞ୍ଚ ପିଲକ ଗୁଣ୍ଠାଙ୍କ କହିବା ଅନୁଯାୟୀ, ଯଦି ଉକ୍ତ ଜମିକୁ ଆନ୍ଧ୍ର ଅକ୍ତିଆର କରିଦିଏ ତାହାହେଲେଏହି ଅଞ୍ଚଳବାସୀ ଜମିହରା ହେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ । ତେଣୁ ଉଭୟ ସରକାର ଯଥାଶୀଘ୍ର ଏହାର ସମାଧାନ କରିବା ଜରୁରୀ ହୋଇପଡିଛି । ନଚେତ ଆଗାମୀ ଦିନରେ ଗାଁ ଗାଁ ମଧ୍ୟରେ ବିବାଦ ବଢିବାର ଆଶଙ୍କାକୁ ଏଡାଇ ଦେଇହେବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହାକୁ ନେଇ ସମ୍ବାଇ ସରପଞ୍ଚ ପଟ୍ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣା ପଡ଼ିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 9, 2020, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.