ETV Bharat / state

ଲୋଭ ଦେଖାଉଛି ପଡୋଶୀ, ଭୁଲି ଗଲା କି ଓଡିଶା ? - ମେଟାବିରାରେ ଆନ୍ଧ୍ର ଅନୁପ୍ରବେଶ

ଓଡିଶା ଓ ଆନ୍ଧ୍ର ସରକାରର ସୀମା ବିବାଦ । ଏହି ବିବାଦ ଭିତରେ ବନ୍ଧା କୋରାପୁଟର ମେଟାବିରା ସମେତ 10ଟି ପଞ୍ଚାୟତବାସୀ । ସ୍ଥିତି ଏପରି ଉପୁଜିଛି ଯେ, ଆନ୍ଧ୍ରର ଆପଣାପଣ ଆଗରେ ଓଡିଶା ମାଟିକୁ ପର କରିବାକୁ ବସିଲେଣି ଏଠାକାର ଲୋକେ ।

ଡିଜାଇନ ଫଟୋ
author img

By

Published : Oct 18, 2019, 11:59 PM IST

କୋରାପୁଟ: ଓଡିଶା ରେ ନା' ର ଭିଡ ଭିତରେ ଆନ୍ଧ୍ର କହୁଛି ଆ' । ଗୋଟିଏ ପଟେ କୋରାପୁଟର ମେଟାବିରା ସମେତ 10ଟି ପଞ୍ଚାୟତକୁ ଲୋଭନୀୟ ଅଫର ଦେଖାଇ ନିଜ ଆଡକୁ ଆକର୍ଷତିକ କରୁଛି ଆନ୍ଧ୍ର । ଅନ୍ୟପଟେ ସାବତ ପୁଅ ଭଳି ଏହି ଅପହଞ୍ଚ ଇଲାକା ସବୁକୁ ଭୁଲିଗଲାଣି ଓଡିଶା । ଏପରି ସ୍ଥିତିରେ ଭବିଷ୍ୟତ କଥା ଭାବି ମାତୃଭୂମି ପ୍ରେମକୁ ଭୁଲି ଆନ୍ଧ୍ରାରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ଏଠାକାର ବାସିନ୍ଦା ।

ଲୋଭ ଦେଖାଉଛି ପଡୋଶୀ, ଭୁଲି ଗଲା କି ଓଡିଶା ?

ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ତୁଟିବାର ନାଁ ଧରୁନି । ଏପଟେ ବିବାଦ ଭିତରେ ଛନ୍ଦି ହୋଇ କୋଟିଆ ପରେ ଫସିଗଲାଣି କୋରାପୁଟର ବହୁ ଅଞ୍ଚଳ । ଏପଟେ ଅବହେଳା ଓ ଅଣଦେଖାରେ ସୁଯୋଗ ଉଠାଇ ଲୋକଙ୍କ ଦୁଃଖ ସୁଖରେ ଭାଗୀଦାର ହେବାକୁ ହାତ ବଢାଉଛି ଆନ୍ଧ୍ର । ସେପଟେ ବିକାଶର ପ୍ରତିଶ୍ରୁତିରେ ପୋତିଥିବା ଓଡିଶା ସରକାର ନୀରବ । ଏତେ ସବୁ ଭିତରେ ଅସ୍ମଞ୍ଜସରେ ସହ ସହ ଏହି ଇଲାକାର ଲୋକେ ।

ସମସ୍ତ ପ୍ରଲୋଭନକୁ ଏଡାଇଦେଇ ଲୋକେ ବାରମ୍ବାର ଓଡିଶା ସରକାର ଓ ତାକୁ ପ୍ରତିନିଧିତ୍ବ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ନେହୁରା ହେଉଛନ୍ତି । କିନ୍ତୁ ଲୋକଙ୍କ ଆଶା ଭରସାକୁ ପ୍ରତାରଣା କରି ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ନେଇ ପଟ୍ଟାଙ୍ଗି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ କାହିଁକି ଏମାନେ ଏତେ ଅସନ୍ତୁଷ୍ଟ । କଣ ଏଠିକାର ପାହାଡ ଚଢି ପାରୁନି ରାଜ୍ୟ ସରକାରଙ୍କ ଯୋଜନା ? ଏ ନେଇ ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ । ମରଣଯନ୍ତା ହୋଇ ପ଼ଡିଛି ରାଲେଗାଡ଼ା ଦେଇ କୋରାପୁଟରୁ ବିଶାଖାପାଟଣା ଆଡକୁ ଯାଉଥିବା ଜାତୀୟ ରାଜପଥ ରାସ୍ତା । ନଦୀ ନାଳ ପାଣି ପାର କଲେ ପଡେ ମେଟାବିରା ଓ 10ଟି ପଞ୍ଚାୟତ । ଅଙ୍କା ବଙ୍କବଙ୍କା ପଥୁରିଆ ବାଟ । ନିତି ଜୀବନ ବାଜିରେ ଲାଗେ । ନଦୀ ନାଳ ପାଣି ପାର ହୋଇ ଲୋକେ କରନ୍ତି ବିପଦପୂର୍ଣ୍ଣ ଯାତ୍ରା । ଖାଲି ଏତିକି ନୁହଁ ଶିକ୍ଷା , ସ୍ବାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧା ଏଠାରେ ଅପହଞ୍ଚ । ଆନ୍ଧ୍ର ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ୟା କଥା କହିଲେ କୋଟିଆର ୨୧ ଟି ଗ୍ରାମ କଥା ପ୍ରଶାସନ ଚିନ୍ତା କରୁଥିବା ବେଳେ ବର୍ତମାନ ଆଉ ୧୧ ଟି ଗାଁ ଏବେ ଦୃଷ୍ଟି ଆଢୁଆଳରେ ।
ଏପରି ସ୍ଥିତିରେ ଓଡିଶା ଛାଡିବାକୁ ମନ ବଳାଉଛନ୍ତି ଏମାନେ ।

ଓଡିଶା ସରକାରଙ୍କ ଅଣଦେଖା ଓ ଅବହେଳା ଯୋଗୁଁ ରାଜ୍ୟ ପ୍ରତି ଥିବା ପ୍ରେମ ମଳିନ ହୋଇପଡିଛି । ଏବେ କଣ ହେବ ଆଗାମୀ ପଦକ୍ଷେପ । ଓଡିଶା ସରକାର ଏହି ଅପହଞ୍ଚ ଇଲାକାର ସମାଧାନ କରିବେ, ନାଁ ମୁଉକାର ଫାଇଦା ଉଠାଇ ଲୁଚି ଲୁଚି ଆନ୍ଧ୍ର ଏହି ସବୁ ଅଞ୍ଚଳକୁ କବଜା କରିବାରେ ସଫଳ ହେବ .. ତାହା ସମୟ ସାପେକ୍ଷ

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଓଡିଶା ସରକାରକୁ ରାସ୍ତାଟିଏ ପାଇଁ କହି କହି ଥକି ଯାଇଥିବା ବେଳେ ଗାଁ ଲୋକେ ରାଜି ହେଲେ ତୁରନ୍ତ ରାସ୍ତାକରିଦେବା ପାଇଁ ଆନ୍ଧ୍ର ସରକାର ବାରମ୍ବାର ପ୍ରସ୍ତାବ ଦେଉଛନ୍ତି । Body:କିନ୍ତୁ ସମସ୍ତ ପ୍ରଲୋଭନ କୁ ଏଡାଇଦେଇ ଲୋକେ ବାରମ୍ବାର ଓଡିଶା ସରକାର ଓ ତାକୁ ପ୍ରତିନିଧିତ୍ବ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ନେହୁରା ହୋଇଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ଲୋକଙ୍କ ଆଶା ଭରଷାକୁ ପ୍ରତାରଣା କରି ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ପଟ୍ଟାଙ୍ଗି ପଂଚାୟତ ସମିତିର ଅଧ୍ୟକ୍ଷ ଜଗତ କୁମାର ପାଙ୍ଗି କ୍ଷୋଭ ପ୍ରକାଶ କରିଛନ୍ତି । ରାଲେଗାଡ଼ା ଠାରେ କୋରାପୁଟରୁ ବିଶାଖାପାଟଣା ଆଡକୁ ଯାଉଥିବା ଜାତୀୟରାଜପଥ ରୁ ପାହାଡ଼ ପର୍ବତ ଆଡକୁ ମୁହାଁଇଲେ ଯେଉଁ ଆବଡାଖାବଡା ରାସ୍ତାଟି ଦେଖାଯାଏ ତାହାବି ଅଳ୍ପ ଦୂର ଗଲାପରେ ନିଜ ଅସ୍ତିତ୍ବ ହରାଇଦେଇଛି । ରାସ୍ତା ଉପରେ ନଦୀ ନାଳର ଜଳରାଶିକୁ ଅତିକ୍ରମ କରି ପାହାଡମଧ୍ୟକୁ ଲମ୍ବିଯାଇ ଛିଡି ଛିଡି ଯାଇଥିବା ମାଟି ମୁରୁମର ପାଦାଚଲା ରାସ୍ତା ଅତିକ୍ରମ କଲେ ମେଟାବିରା ଭଳି ଆଉ ଦଶଟି ଅପହଞ୍ଚ ଗାଁ । ଓଡିଶା ପ୍ରଦେଶ ଗଠନ ହେବା ଦିନଠାରୁ ଓଡ଼ିଶା ବାସିନ୍ଦା ଭାବେ ପରିଚିତ ହେଉଥିବା ଏହି ୧୧ଟି ଗାଁର ଅଧିବାସୀ ରାସ୍ତାଘାଟ , ଶିକ୍ଷା ,ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଓଡିଶା ପ୍ରତି ଥିବା ପ୍ରେମକୁ ରାଜ୍ୟ ସରକାରଙ୍କ ଦୀର୍ଘଦିନର ଅଣଦେଖା ମଳିନ କରିଦେଇଛି । ତେଣୁ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇନଦେଲେ ଆନ୍ଧ୍ର ସରକାରଙ୍କ ଦ୍ୱାରା ପ୍ରତିମୁହୂର୍ତରେ ଦିଆଯାଉଥିବା ଲୋଭନୀୟ ପ୍ରସ୍ତାବକୁ ସମ୍ମାନ ଜଣାଇ ଆନ୍ଧ୍ର ସରକାରଙ୍କ ଆଡକୁ ଆନୁଗତ୍ୟ ସାବ୍ୟସ୍ତ କରିବେ ବୋଲି ଓଡିଶା -ଆନ୍ଧ୍ରପ୍ରଦେଶ ର ସୀମାବର୍ତୀ ଅଂଚଳରେ ରହୁଥିବା ଏହି ଏଗାରଟି ଗ୍ରାମର ଲୋକେ ମେଟାବିରାଠାରେ ଏକତ୍ରିତ ହୋଇ ଚେତାବନୀ ଶୁଣାଇଛନ୍ତି ।
Conclusion:ଏ ପର୍ଯ୍ୟନ୍ତ ଆନ୍ଧ୍ର ଓଡିଶା ସୀମାବର୍ତୀ ଅଂଚଳରେ ଥିବା ସମସ୍ୟା କଥା କହିଲେ କୋଟିଆ ପଂଚାୟତର ୨୧ ଟି ଗ୍ରାମ କଥା ପ୍ରଶାସନ ଚିନ୍ତା କରୁଥିବା ବେଳେ ବର୍ତମାନ ଆଉ ୧୧ ଟି ବ୍ରାମକୁ ନେଇ ଅନୁରୂପ ସମସ୍ୟା ଦେଖାଯାଇଥିବା ଯୋଗୁଁ କୋଟିଆ ଅଂଚଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ବିକାଶ ଯୋଜନା କରିବା ଭଳି ସୀମା ବିବାଦ ନଥିବା ଏହି ଗ୍ରାମ ଗୁଡିକରେ ଯୋଜନା ପ୍ରସ୍ତୁତ କରାନଗଲେ ଅଞ୍ଚଳବାସୀଙ୍କ ଆନ୍ଧ୍ରପ୍ରଦେଶ ପ୍ରତି ଆକର୍ଷଣ ବୃଦ୍ଧି ପାଇ ଓଡ଼ିଶା -ଆନ୍ଧ୍ର ବିବାଦ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି ।

..........
Byte :ସୁରେନ୍ଦ୍ର ପାଙ୍ଗି , ସ୍ଥାନୀୟ ବାସିନ୍ଦା
Byte : ସୁବୁ ଗେମେଲ , ସ୍ଥାନୀୟ ବାସିନ୍ଦା
Byte : ଜଗତ ପାଙ୍ଗି , ପଟ୍ଟାଙ୍ଗି ପଂଚାୟତ ସମିତି
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.