ETV Bharat / state

କୋଟିଆର ନେରେଡିବାଲାସା, ଫଗୁଣସିନେରୀରେ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବ ଆନ୍ଧ୍ର - କୋଟିଆରେ ଆନ୍ଧ୍ର ପ୍ରତିଷ୍ଠା କରିବ ପୋଲିସ ଆଉଟ ପୋଷ୍ଟ

କୋଟିଆ ହାତେଇବା ପାଇଁ ଆନ୍ଧ୍ର ଆଉ ଏକ ଚାଲ । କୋଟିଆର ନେରେଡିବାଲାସା ଓ ଫଗୁଣସିନେରୀରେ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଚାଲ କରିଛି ଆନ୍ଧ୍ର । ଅଧିକ ପଢନ୍ତୁ...

Andhra Pradesh will set up a police outpost in Neredibalasa and Fagunsineri in Kotia
କୋଟିଆର ନେରେଡିବାଲାସା ଓ ଫଗୁଣସିନେରୀରେ ଆନ୍ଧ୍ର ପ୍ରତିଷ୍ଠା କରିବ ପୋଲିସ ଆଉଟ ପୋଷ୍ଟ
author img

By

Published : Oct 27, 2021, 10:50 PM IST

କୋରାପୁଟ: କୋଟିଆରେ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରିବ ଆନ୍ଧ୍ର । କୋଟିଆର ନେରେଡିବାଲାସା ଓ ଫଗୁଣସିନେରୀରେ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।

ବୁଧବାର ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୁର୍ମନାଥ ଓ ଉପଜିଲ୍ଲାପାଳ ଭାବନା କୋଟିଆ ପଞ୍ଚାୟତର ନେରେଡିବାଲାସା , ଧୂଳିପଦର ,ତାଡିବାଲାସା ଓ ଫଗୁଣସିନେରୀରେ ଲୋକଙ୍କ ସହିତ ମିଶି ଆନ୍ଧ୍ରପ୍ରଦେଶ ତରଫରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବୁଝିବା ସହ ନେରେଡିବାଲାସା ଓ ଫଗୁଣସିନେରୀରେ ପୋଲିସ ଆଉଟପୋଷ୍ଟ ସ୍ଥାପନା କରିବା ପାଇଁ ଜାଗା ଚିହ୍ନଟ କରିଥିବା ଜଣାପଡ଼ିଛି ।

ସୂଚନାଥାଉକି କୋଟିଆ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚରାଧୀନ ରହିଥିବାବେଳେ ଆନ୍ଧ୍ର ପ୍ରଦେଶ ଏକ ଚାଟିଆ ଭାବେ ଅନୁପ୍ରବେଶ କରୁଛି । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ କୋଟିଆରେ ପ୍ରବେଶ କରି ଲୋକଙ୍କୁ ଆନ୍ଧ୍ର ପ୍ରତି ପ୍ରଲୋଭିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ନିକଟରେ କୋଟିଆରେ ଉଭୟ ରାଜ୍ୟ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.