ETV Bharat / state

ନେରେଡିବାଲାସାରେ ଖୋଲିଲା ଓଡିଆ ସ୍କୁଲ, ପଇଁତରା ମାରିଲା ଆନ୍ଧ୍ର ପୋଲିସ - andhra police in kotia

ଓଡିଶା ପକ୍ଷରୁ ଗତକାଲି କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସାରେ ଓଡିଆ ସ୍କୁଲ ଖୋଲିଛି । ହେଲେ ସ୍କୁଲ ଖୋଲିବା ମାତ୍ରେ ସେଠାରେ ପଇଁତରା ମାରିଛି ଆନ୍ଧ୍ର ପୋଲିସ । ଅଧିକ ପଢନ୍ତୁ...

ନେରେଡିବାଲାସାରେ ଖୋଲିଲା ଓଡିଆ ସ୍କୁଲ, ପଇଁତରା ମାରିଲା ଆନ୍ଧ୍ର ପୋଲିସ

author img

By

Published : Oct 27, 2021, 8:37 AM IST

କୋରାପୁଟ: ବିବାଦୀୟ କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଛକାପଞ୍ଝା । କୋଟିଆ ଅକ୍ତିଆର କରିବାକୁ ସବୁପ୍ରକାର ଚେଷ୍ଟା ଚଳାଇଛି ପଡୋଶୀ ଆନ୍ଧ୍ର । କେତେବେଳେ ଲୋକଙ୍କୁ ଓଡିଶା ସରକାରଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଛି ତ ଆଉ କେବେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରୁଛି । ଇତିମଧ୍ୟରେ ଓଡିଶା ପକ୍ଷରୁ ଗତକାଲି(ମଙ୍ଗଳବାର) କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସାରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଖୋଲିଛି । ଓଡିଶାର ପ୍ରତିଟି କାର୍ଯ୍ୟରେ ବ୍ୟତିବ୍ରସ୍ତ ହୋଇଉଠୁଥିବା ଆନ୍ଧ୍ର ପୋଲିସ ସ୍କୁଲ ଖୋଲିବା ପରେ ତୁରନ୍ତ ସେଠାରେ ପହଞ୍ଚି ପଇଁତରା ମାରିଥିବା ଦେଖାଯାଇଛି ।

ନେରେଡିବାଲାସାରେ ଖୋଲିଲା ଓଡିଆ ସ୍କୁଲ, ପଇଁତରା ମାରିଲା ଆନ୍ଧ୍ର ପୋଲିସ

ଏଥିସହିତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡିବାଲସାରେ ସ୍ବତନ୍ତ୍ର ଗ୍ରମାସଭା ଆୟୋଜନ କରାଯାଇ ଆଞ୍ଚଳିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଅପରପକ୍ଷେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥିକ ମିଶ୍ରଙ୍କ ଉପସ୍ଥିତିରେ ନେରେଡିବାଲାସା ଓ ଆଖପାଖ ଗାଁରେ ଓଡିଆରେ ଲେଖା ବୋର୍ଡ ଲଗାଯାଇଥିବା ସୂଚନା ମିଳିଛି ।

ଗତ କିଛିଦିନ ଧରି ଆନ୍ଧ୍ରପ୍ରଦେଶର ସମର୍ଥକ ଓ ଏଜେଣ୍ଟମାନଙ୍କ ଦ୍ବାରା କୋଟିଆ ପଞ୍ଚାୟତର ଫଗୁଣସିନେରୀ ଓ ଫାଟୁସିନେରୀରେ ଓଡିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନ ନେବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଓ କିଛି ବ୍ୟକ୍ତିଙ୍କୁ ନେଇ ବିଜୟନଗର ଜିଲ୍ଲାପାଳଙ୍କ ନିକଟରେ ଓଡିଶା ବିରୁଦ୍ଧରେ ଅଭିଯୋଗ କରିବା ଭଳି ହୀନ ଚକ୍ରାନ୍ତ କରିଥିଲେ । ଯାହାକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଅସନ୍ତୋଷ ବ୍ୟକ୍ତ କରିବା ସହ ଅସାମାଜିକ ବ୍ୟକ୍ତି ଦ୍ବାରା ଓଡିଶା ବିରୁଦ୍ଧରେ କରାଯାଉଥିବା କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.