ETV Bharat / state

ଓଡ଼ିଶାରେ ଗ୍ରାମସଭା କଲା ଆନ୍ଧ୍ର

author img

By

Published : Oct 8, 2021, 6:39 PM IST

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର, ରାସନ ବଣ୍ଟନ, ଜଙ୍ଗଲ ଜମିପଟ୍ଟା ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ କରିଆସୁଥିବା ଆନ୍ଧ୍ର ସରକାର ଆଜି ଆଉ ପାଦେ ଆଗକୁ ବଢି କୋଟିଆର ନାକତଳେ ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ରର ଗ୍ରାମସଭା ଅନୁଷ୍ଠିତ କରାଇଛନ୍ତି । ଅଧିକ ପଢନ୍ତୁ...

ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା
ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର, ରାସନ ବଣ୍ଟନ, ଜଙ୍ଗଲ ଜମିପଟ୍ଟା ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ କରିଆସୁଥିବା ଆନ୍ଧ୍ର ସରକାର ଆଜି ଆଉ ପାଦେ ଆଗକୁ ବଢି କୋଟିଆର ନାକତଳେ ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ରର ଗ୍ରାମସଭା ଅନୁଷ୍ଠିତ କରାଇଛି ।

ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା
ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା

ଆଜି ସାଲୁରର ମଣ୍ଡଳ ପରିଷଦ ଡେଭଲପମେଣ୍ଟ ଅଫିସର ଜି.ପାର୍ବତୀ, ମଣ୍ଡଳ ଶିକ୍ଷା ଅଧିକାରୀ ଭି.ମାଲଲେଶ୍ୱର ରାଓ ଓ ଡେପୁଟି ତହସିଲଦାର ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶକୁ ପ୍ରଭାବିତ କରୁଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ପ୍ରଭୃତି ବିଷୟରେ ବିସ୍ତୃତ ଆଲୋଚନା କରି ଗ୍ରାମସଭାର ଆୟୋଜନ କରାଯାଇଥିଲା । ଏଥିସହିତ ରାସନ କାର୍ଡ ମଧ୍ୟ ବଣ୍ଟନ କରାଯାଇଛି ।

ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା
ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା

ଓଡିଶା ସରକାର ତଳ ଗଞ୍ଜେଇପଦରକୁ କୋଟିଆ ପଞ୍ଚାୟତର ଏକ ଗ୍ରାମ ଭାବେ ପରିଗଣିତ କରୁଥିବା ବେଳେ ଆନ୍ଧ୍ର ସରକାର ତାକୁ ଏକ ପଞ୍ଚାୟତର ମାନ୍ୟତା ପ୍ରଦାନ କରିଛି । ଗତ କିଛି ମାସ ପୂର୍ବେ ଅନୁଷ୍ଠିତ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଗତ କିଛିଦିନ ପୂର୍ବେ ଜେଡ଼ପିଟିସିର ସଦସ୍ୟ ଭାବେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଆନ୍ଧ୍ରପ୍ରଦେଶ ।

ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା
ଓଡ଼ିଶାରେ ଆନ୍ଧ୍ରର ଗ୍ରାମସଭା

ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଏହି ଗ୍ରାମସଭାର ଆୟୋଜନ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.