ETV Bharat / state

AP Milk Sale in Odisha: ଓଡିଶାରେ ପଶି ଆନ୍ଧ୍ର ବିକିଲା କ୍ଷୀର

author img

By

Published : Dec 6, 2021, 7:34 PM IST

ଆନ୍ଧ୍ର ସରକାରଙ୍କ ଦ୍ବାରା ଓଡ଼ିଶାର କୋଟିଆ ଓ ଅନ୍ୟାନ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଗଣାରେ ପିଲାଙ୍କୁ ଦିଆ ଯିବା କ୍ଷୀର ବର୍ତ୍ତମାନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ ଅଞ୍ଚଳ ଗୁଡିକରେ ବିକ୍ରି ହେଉଥିବା ଦେଖାଯାଇଛି । ଅଧିକ ପଢନ୍ତୁ

AP Milk Sale in Odihsa
AP Milk Sale in Odihsa ଆନ୍ଧ୍ରର ମାଗଣା ସରକାରୀ କ୍ଷୀର ଓଡ଼ିଶାରେ ବିକ୍ରି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଗରେ ବିକ୍ରି ହେଉଛି କ୍ଷୀର

କୋରାପୁଟ: ଆନ୍ଧ୍ରର ମାଗଣା କ୍ଷୀର ଓଡିଶାର ଚାଲିଛି ବ୍ୟବସାୟ । ଆନ୍ଧ୍ର ସରକାରଙ୍କ ଦ୍ବାରା ଓଡ଼ିଶାର କୋଟିଆ ଓ ଅନ୍ୟାନ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଗଣାରେ ପିଲାଙ୍କୁ ଦିଆ ଯିବା କ୍ଷୀର ବର୍ତ୍ତମାନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ ଅଞ୍ଚଳ ଗୁଡିକରେ ବିକ୍ରି ହେଉଥିବା ଦେଖାଯାଇଛି ।

ଆନ୍ଧ୍ର ସରକାର ନିଜ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ମାଗଣା କ୍ଷୀର ଯୋଗାଇ ଦେଉଛନ୍ତି । ତାହା ବର୍ତ୍ତମାନ ସୀମା ଡେଇଁ ଓଡ଼ିଶାର ପଟ୍ଟାଙ୍ଗି ଅଞ୍ଚଳରେ ସେହି କ୍ଷୀର ବିକ୍ରିହେବା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି । ଓଡ଼ିଶାର ଓମଫେଡ, ଆନ୍ଧ୍ରର ବିଶାଖା ଓ ହେରିଟେଜ କ୍ଷୀର ଆସୁଛି । ଏହାର ଦର ବଜାରରେ ଅଧିକ ରହୁଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥାଇ ଆସୁଥିବା ପ୍ୟାକେଟ କ୍ଷୀର ଲିଟର ପିଛା 10 ରୁ 12 ଟଙ୍କା କମରେ ମିଳୁଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଏହା କିଣିବା ପାଇଁ ଭିଡ଼ ଲାଗୁଛି । ୪୦ ଟଙ୍କାରେ ବିକ୍ରି ହେଉଥିବା ଏହି କ୍ଷୀର ଗତ କିଛି ମାସ ଧରି ସୁଙ୍କି ଓ ଆଖପାଖର ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ଚହଳ ସୃଷ୍ଟି କରିଛି ।

ସେହିପରି କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଲେଖା ହୋଇଛି । କୋଟିଆ ଭଳି ସୀମାବର୍ତ୍ତୀ ଅଞ୍ଚଳର ପିଲାଙ୍କ ପାଇଁ ଉଦ୍ଦିଷ୍ଟ କ୍ଷୀରକୁ କଳାବଜାର କରିବା ସେମାନଙ୍କ ମୁହଁ ପାଖରୁ ଖାଦ୍ୟ ଛଡାଇ ଆଣିଲା ଭଳି ଘଟଣା ବୋଲି ସମାଜସେବୀ ପ୍ରତାପ ଚୌଧୁରୀ କହିଛନ୍ତି।

ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥିବା ଏହି କ୍ଷୀର ପ୍ୟାକେଟକୁ ଓଡ଼ିଶାର ସୀମାବର୍ତ୍ତୀ ଗ୍ରାମରେ ବହୁଳ ଭାବର ପହଞ୍ଚାଇବା ପଛରେ କାହାର ଷଡଯନ୍ତ୍ର ରହିଛି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏହି ପ୍ୟାକେଟ କ୍ଷୀରର ବହୁଳ ବିକ୍ରି ସ୍ଥାନୀୟ କ୍ଷୀର ଓ ବିକ୍ରି ଯୋଗ୍ୟ କ୍ଷୀରର ଚାହିଦାକୁ ପ୍ରଭାବିତ କରୁଥିବା ଯୋଗୁଁ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.