ETV Bharat / state

ପୁଣି ମୁଣ୍ଡ ଟେକିଲା ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ସୀମାନ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Nov 11, 2020, 9:19 PM IST

କୋରାପୁଟ ଜିଲ୍ଲାରେ ପୁଣି ପଟ୍ଟାଙ୍ଗି ବ୍ଲକ ସୀମାନ୍ତରେ ପୁଣି ମୁଣ୍ଡ ଟେକିଲା ଆନ୍ଧ୍ର ଓଡ଼ିଶା ସୀମା ବିବାଦ। ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମ ନିକଟସ୍ଥ ଯାଗାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଅଧିକ ପଢ଼ନ୍ତୁ...

ପୁଣି ମୁଣ୍ଡ ଟେକିଲା ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ସୀମାନ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
ପୁଣି ମୁଣ୍ଡ ଟେକିଲା ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ସୀମାନ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ପୁଣି ତେଜିଲା ଆନ୍ଧ୍ର ଓଡ଼ିଶା ସୀମା ବିବାଦ। ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମ ନିକଟସ୍ଥ ଯାଗାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଧିକାରୀମାନେ ଏହି ସ୍ଥାନକୁ ଆନ୍ଧ୍ରପ୍ରଦେଶ ବୋଲି ଦର୍ଶାଇ ଏଠାରେ ଏକ ଫଳକ(ବୋର୍ଡ) ପୋତିଥିଲେ । ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଜାଣିବା ପରେ ଏହି ଫଳକକୁ ଭାଙ୍ଗି ସେଠାରେ ପୁନଃ ଓଡ଼ିଶା ଫଳକ ଲଗାଇଥିଲେ। ତେବେ ସେଠାକାର କିଛି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରୁଥିବା ଦେଖାଦେଇଛି ।

ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମ ନିକଟସ୍ଥ ଯାଗାକୁ ଆନ୍ଧ୍ରପ୍ରଦେଶର ବୋଲି ଦାବି କରିଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା। ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମବାସୀ ଓ ଡୁମ୍ବୁରିଗୁଡା ସରପଞ୍ଚ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରିବା ସହ ସୀମାରେ ତୀବ୍ର ବିରୋଧ କରିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଫଳକକୁ ଓପାଡ଼ିବା ସହ ସେଠାରେ ରାସ୍ତା ଅବରୋଧ କରିଛନ୍ତି ଡୁମ୍ବୁରିଗୁଡା ଗାଁ ଲୋକେ। ବେଆଇନ ଭାବେ ଓଡ଼ିଶା ଏଠାରେ ଫଳକ ଲଗାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅନେକ ବର୍ଷ ଆଗରୁ ଆନ୍ଧ୍ରପ୍ରଦେଶ ସୀମା ନିର୍ଦ୍ଧାରଣ କରିବା ସହ ଠିକଣା ଯାଗାରେ ବୋର୍ଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ଲୋକେ।

ଘଟଣାକୁ ନେଇ ଡୁମ୍ବୁରିଗୁଡା ମୁଖ୍ୟରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଲୁଚି ଛପି ଆନ୍ଧ୍ର ସୀମା ମଧ୍ୟକୁ ପ୍ରବେଶ କଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ଡୁମ୍ବୁରିଗୁଡ଼ା ଗାଁ ଲୋକେ।

ସେପଟେ ଘଟଣାକୁ ନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଦେଇଛନ୍ତି। ସେ କହିଛନ୍ତି ଯେ, "ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି। ପୂର୍ବରୁ ଓଡ଼ିଶା ଫଳକ ସେଠାରେ ଲାଗିଥିଲା। ତେବେ ବର୍ତ୍ତମାନ ସ୍ଥିତିକୁ ନେଇ ଉଭୟ ରାଜ୍ୟର ଜିଲ୍ଲାସ୍ତରୀୟ ଅଧିକାରୀ ଆଲୋଚନା କରି ସମାଧାନ କରିବେ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.