ETV Bharat / state

ଓଡିଶା ସୀମାରେ ରାସ୍ତା ନିର୍ମାଣକୁ ବନ୍ଦ କଲା ଆନ୍ଧ୍ର ବନ ବିଭାଗ - Andhra Forest Department

ଆନ୍ଧ୍ର-ଓଡିଶା ସୀମାରେ ଓଡିଶାର ରାସ୍ତା ନିର୍ମାଣକୁ ଆନ୍ଧ୍ର ବନ ବିଭାଗ ବନ୍ଦ କରିଛି । କୋଟିଆବାସୀଙ୍କ ଅନୁରୋଧ କ୍ରମେ ଆରମ୍ଭ ହୋଇଥିଲା ରାସ୍ତାକାମ । ଅଧିକ ପଢନ୍ତୁ...

ଓଡିଶା ସୀମାରେ ରାସ୍ତା ନିର୍ମାଣକୁ ବନ୍ଦ କଲା ଆନ୍ଧ୍ର ବନ ବିଭାଗ

author img

By

Published : Aug 19, 2021, 7:38 AM IST

କେନ୍ଦ୍ରାପଡା: ଆନ୍ଧ୍ର-ଓଡିଶା ସୀମାରେ ଓଡିଶାର ରାସ୍ତା ନିର୍ମାଣକୁ ଆନ୍ଧ୍ର ବନ ବିଭାଗ ବନ୍ଦ କରିଛି । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଫାଟୁସିନେରୀ ଠାରୁ ନିକଟବର୍ତ୍ତି ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ ପାଇଁ କୋଡ଼ମାବାସୀଙ୍କ ଅନୁରୋଧ କ୍ରମେ ରାସ୍ତାକାମ ଆରମ୍ଭ ହୋଇଥିଲା । ମାତ୍ର ବର୍ତ୍ତମାନ ଆନ୍ଧ୍ର ବନ ବିଭାଗ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି ।

ଓଡିଶା ସୀମାରେ ରାସ୍ତା ନିର୍ମାଣକୁ ବନ୍ଦ କଲା ଆନ୍ଧ୍ର ବନ ବିଭାଗ

ସୋମବାର କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକଙ୍କ ନେତୃତ୍ବରେ ସରକାରୀ ଅଧିକାରୀଙ୍କ ଏକ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଯୋଜନା ରଖି ଥିବାବେଳେ ଏହାକୁ ପ୍ରବଳ ବିରୋଧ କରିବାକୁ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ସୀମାବର୍ତ୍ତି ଅଞ୍ଚଳରେ ପହଞ୍ଚିଥିଲେ । ଫଳରେ ସାଲୁର ବିଧାୟକଙ୍କ ଗସ୍ତ ବାତିଲ କରିଦିଆଯାଇଥିଲା । ତେବେ ସେତିକିବେଳେ ସାଲୁର ବିଧାୟକ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା କରିବା ନେଇ ଦୃଷ୍ଟି ଦେଉନଥିବା କୋଡମାର ଅଧିବାସୀ କରିବା ସହ ବିଧାୟକଙ୍କ ନିକଟରେ ସେମାନେ ନିଜେ ନିଜେ ତିଆରି କରୁଥିବା ରାସ୍ତା କାମରେ ସହଯୋଗ କରିବା ପାଇଁ ନେହୁରା କରିଥିଲେ ।

ପଡୋଶୀ ରାଜ୍ୟର ଲୋକଙ୍କ ଏପରି ଅନୁରୋଧକୁ ଦେଖି ସେହିଠାରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ପ୍ରତ୍ୟେକ ଏକ ଲକ୍ଷ ଲେଖାଏଁ ଦେଇ ଫାଟୁସିନେରୀ ଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ନଡିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ସୋମବାର ବିଧାୟକ ଗଣ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମଙ୍ଗଳବାର ଦିନଠାରୁ ରାସ୍ତାକାମ ମଧ୍ୟ ଆରମ୍ଭ କରାଯାଇଛି । ରାସ୍ତା ନିର୍ମାଣ ହେଉଥିବା ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବା ଯୋଗୁଁ କେହି କୌଣସି ପ୍ରକାର ରାସ୍ତା ନିର୍ମାଣ କରିପାରିବେ ନାହିଁ ବୋଲି ଆନ୍ଧ୍ରପ୍ରଦେଶର ଜଙ୍ଗଲ ବିଭାଗ ଗ୍ରାମବାସୀଙ୍କୁ ଜଣାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.