ETV Bharat / state

ଓଡିଶା ମାଟିରେ ଆନ୍ଧ୍ର ନିର୍ବାଚନ, ଭୋଟ୍ ଦେବାକୁ ବାଧକ ସାଜୁଛି 144 ଧାରା

ଆନ୍ଧ୍ର ସରକାରଙ୍କ ଦ୍ବାରା ଆଜି ସମଗ୍ର ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ନିର୍ବାଚନ । ସେପଟେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଅଞ୍ଚଳରେ 144 ଧାରା ଜାରି କରିଛି ଓଡିଶା ପ୍ରଶାସନ । ଏବେ ଏହି ଘଟଣାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶର ପ୍ରଶାସନ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ଅଧିକ ପଢନ୍ତୁ...

author img

By

Published : Apr 8, 2021, 10:59 AM IST

Updated : Apr 8, 2021, 11:22 AM IST

ଓଡିଶା ମାଟିରେ ଆନ୍ଧ୍ର ନିର୍ବାଚନ, ଭୋଟ୍ ଦେବାକୁ ବାଧକ ସାଜୁଛି 144 ଧାରା
ଓଡିଶା ମାଟିରେ ଆନ୍ଧ୍ର ନିର୍ବାଚନ, ଭୋଟ୍ ଦେବାକୁ ବାଧକ ସାଜୁଛି 144 ଧାରା

କୋରାପୁଟ : ଆନ୍ଧ୍ର ସରକାରଙ୍କ ଦ୍ବାରା ଆଜି ସମଗ୍ର ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ନିର୍ବାଚନ । ଗଞ୍ଜେଇପଦର , ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ସାମିଲ କରି ଜ଼ିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର । ତେବେ ଏହି ଘଟଣାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶର ପ୍ରଶାସନ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଜି ସକାଳୁ ନେରେଡିବାଲାସା ଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ତଳ ଗଂଜେଇପଦରର ଲୋକଙ୍କ ପାଇଁ ଖୋଲାଯାଇଥିବା ପୋଲିଂ ବୁଥକୁ ପହଞ୍ଚିବା ଏକପ୍ରକାର ଅସମ୍ଭବ କାରଣ ଓଡିଶା ସରକାରଙ୍କ ଦ୍ବାରା ଲଗାଯାଇଥିବା କୋଭିଡ଼ କଟକଣାର ଫାଟକ ଡେଇଁ ଆସିବା ସହଜ ନୁହେଁ ।

ଧୂଳିପଦର ନିକଟରେ ଓଡିଶା ସରକାରଙ୍କ ତନଖି ଫାଟକ ନିକଟରେ ଆନ୍ଧ୍ର-ଓଡ଼ିଶାର ଅଧିକାରୀ ଏବଂ ପୋଲିସର ଆଲୋଚନା ଚାଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ପଞ୍ଚାୟତରେ ସମଗ୍ର ପଞ୍ଚାୟତରେ ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଏହାସହ ପ୍ରତ୍ୟେକ ଗ୍ରାମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ବୁଧବାର କୋରାପୁଟ ଜିଲ୍ଲାର ରାଜନୈତିକ ଦଳ ଗୁଡିକ ଦ୍ୱାରା ମଧ୍ୟ ଆନ୍ଧ୍ରପ୍ରଦେଶର କୋଟିଆର ଲୋକଙ୍କୁ ନେଇ ଭୋଟଦାନ କରାଇବାର ଉଦ୍ୟମକୁ ତୀବ୍ର ନିନ୍ଦା କରାଯାଇଛି । ଦଳମତ ନିର୍ବିଶେଷରେ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମାରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଥିଲେ । ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ନେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟା ଆଜି ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲୁରହିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 8, 2021, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.