ETV Bharat / state

ପରିବେଶକୁ ସ୍ବଚ୍ଛ ରଖିବାର ଅଜବ ନିଶା, ୪୦ ବର୍ଷ ହେବ ରାସ୍ତାଘାଟ ସଫା କରୁଛନ୍ତି ବୃଦ୍ଧା - old woman aim to keep environment clean

କୋରାପୁଟ ଜିଲ୍ଲା ବଡକେରେଙ୍ଗା ଗ୍ରାମ ପଞ୍ଚାୟତର ମହିଳା ରମା ଖରା । ବୟସର ଅପରାହ୍ନରେ ପରିବେଶକୁ ସ୍ବଚ୍ଛ ରଖିବା ନେଇ ଅଜବ ନିଶା । ଦୀର୍ଘ ୪୦ ବର୍ଷ ହେବ ରାସ୍ତାଘାଟ ସଫା କରିଆସୁଛନ୍ତି ରମା । ଅଧିକ ପଢ଼ନ୍ତୁ

woman clean street in koraput
woman clean street in koraput
author img

By

Published : Feb 26, 2023, 8:36 AM IST

ପରିବେଶକୁ ସ୍ବଚ୍ଛ ରଖିବାର ଅଜବ ନିଶା

କୋରାପୁଟ: ସକାଳ ପାହିଲା ସହରକୁ ସ୍ବଚ୍ଛ ରଖିବା ଚିନ୍ତା । ରାସ୍ତାଘାଟରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଦିନ ତମାମ ଲାଗିଥାନ୍ତି । ବୟସର ଅପରାହ୍ନରେ ପରିବେଶକୁ ସ୍ବଚ୍ଛ ରଖିବା ନେଇ ଅଜବ ନିଶା । ପାଉଣା ଯେତେ ମିଳୁ, ସେଥିପାଇଁ ଖାତିର ନଥାଏ । କର୍ମ ହିଁ ତାଙ୍କ ଜୀବନ, ସହରକୁ ସଫାସୁତୁରା ରଖିବାରେ ମିଳିଥାଏ ତାଙ୍କୁ ଆନନ୍ଦ । ଦୀର୍ଘ ୪୦ ବର୍ଷ ହେବ ରାସ୍ତାଘାଟ ସଫା କରିଆସୁଛନ୍ତି । ଖୁସିକୁ ପ୍ରତି ମୁହୂର୍ତ୍ତରେ ଚିରାପଣତରେ ବାନ୍ଧି ରଖୁଥିବା ସ୍ବଚ୍ଛ ଭାରତର ଜଣେ ବେଫିକର ଚରିତ୍ର ରମା । ଆମେ କହୁଛୁ କୋରାପୁଟ ଜିଲ୍ଲା ବଡକେରେଙ୍ଗା ଗ୍ରାମ ପଞ୍ଚାୟତର ଅସହାୟ ମହିଳା ରମା ଖରାଙ୍କ କଥା ।

କଥାରେ ଅଛି ବିପଦ ଯେତେବେଳେ ଆସେ ଭାଇ, ଭଉଣୀ ପରିବାରଙ୍କୁ ସାଙ୍ଗରେ ନେଇ ଆସେ । ଏହାର ଜ୍ଵଳନ୍ତ ଉଦାହରଣ ରମା ଖରାଙ୍କ କ୍ଷେତ୍ରରେ ଦେଖିବା ପାଇଁ ମିଳିଛି । ଅକାଳରେ ବାପା ମାଆଙ୍କ ମୃତ୍ୟୁପରେ ରମାଙ୍କ ଜୀବନରେ ସତେ ଯେମିତି ଦୁଃଖର କଳା ବାଦଲ ଘୋଟି ହୋଇଯାଇଛି । ପରିବାର କହିଲେ ଦୁଇ ମାନସିକ ବିକାରଗସ୍ତ ଭଉଣୀ ଓ ଭାଇ । ବାପା ମାଆଙ୍କ ମୃତ୍ୟୁ ପରେ ସେମାନଙ୍କୁ ଝୁରି ଝୁରି ଦୁଇ ଭଉଣୀ ମାନସିକ ଭାବେ ଅସୁସ୍ଥ ଅଛନ୍ତି । କୋରାପୁଟ ସଦର ମହକୁମା ଠାରୁ ମାତ୍ର 17 କିଲୋମିଟର ଦୂରରେ ରହିଛି ବଡକେରେଙ୍ଗା ଗ୍ରାମ ପଞ୍ଚାୟତ । ଏହି ଗ୍ରାମ ପଞ୍ଚାୟତକୁ ଲାଗି ରହିଛି ସରକାରୀ ବସଷ୍ଟାଣ୍ଡ ।

ସେଠାରେ ଥିବା ପରିତକ୍ତ ଗୃହରେ ରହୁଛନ୍ତି ରମାଙ୍କ ଦୁଇ ଭଉଣୀ । ନା ରହିବାକୁ ଘର ଅଛି ନା ଖାଇବାକୁ ଦିମୁଠା ଖାଦ୍ୟ । ଓଳିଏ ଖାଇଲେ ଓଳିଏ ଉପାସ । ଅଭାବ ଅନଟନରେ ଜର୍ଜରିତ ରମା କିନ୍ତୁ ଭାଙ୍ଗି ପଡ଼ିନାହାନ୍ତି । ପ୍ରତ୍ୟେକ ଦିନ ସହରର ସମସ୍ତ ଘାଟକୁ ଝାଡୁ କରି ସଫା କରୁଛନ୍ତି । ଯେଉଁ ଅଳିଆ ପଡୁଥିବା ଦେଖୁଛନ୍ତି ସଙ୍ଗେ ସଙ୍ଗେ ଝାଡୁ ଧରି ସଫା କରୁଛନ୍ତି । ଖାଲି ସେତିକି ନୁହେଁ ଦୋକାନଗୁଡ଼ିକରେ ମଧ୍ୟ ପାଣି ଦେଇ ବାସନ ମଧ୍ୟ ମାଜନ୍ତି । ସେଥିରୁ ଯିଏ ଯାହା ଦେଲା ଖୁସିରେ ଘରକୁ ନେଇ ଆସନ୍ତି ଏବଂ ଦୁଇ ଭଉଣୀଙ୍କୁ ଦିଅନ୍ତି । କାହାକୁ କେବେ ହାତ ପତେଇ ମାଗନ୍ତି ନାହିଁ ।

ଭୋର 4ଟାରୁ ରାତି 11 ଘଟିକା ପର୍ଯ୍ୟନ୍ତ ଏମିତି ରାସ୍ତା ସଫା କରିବା ସହିତ ଦୋକାନମାନଙ୍କୁ ପାଣି ଯୋଗାନ୍ତି ରମା । ରାତିରେ ସମସ୍ତେ ଶୋଇପଡିଵା ପରେ ରମା ବଜାର ସଫା କରନ୍ତି । ଦୀର୍ଘ ୪୦ ବର୍ଷ ହେବ ଏପରି ପରିବେଶ ସୁରକ୍ଷା ପ୍ରତି ତାଙ୍କର ନିଆରା ନିଶା ରହିଛି । ସରକାରୀ ସହାୟତା କହିଲେ ରମାଙ୍କୁ ଭତ୍ତା ବାବଦକୁ ମାତ୍ର 500 ଟଙ୍କା ମିଳୁଛି । ଘରଖଣ୍ଡେ ପାଇଁ ବରମ୍ବାର ନେହୁରା ହେଲେ ମଧ୍ୟ କୌଣସି ସରକାରୀ ବାବୁ ଶୁଣୁନଥିବା ଅଭିଭୋଗ କରିଛନ୍ତି । ଅନ୍ୟପଟୋ ଏନେଇ ଡିଏସଏସଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.