ETV Bharat / state

ଇକୋ କ୍ଳବ୍ ମାଧ୍ୟମରେ ବୃକ୍ଷରୋପଣ ସଚେତନତା, କୋରାପୁଟରେ ତାଲିମ ଶିବିର ଉଦଘାଟିତ

author img

By

Published : Oct 23, 2022, 4:07 PM IST

ବୃକ୍ଷରୋପଣକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କୋରାପୁଟରେ ଏକ ତାଲିମ ଶିବିରର ଉଦଘାଟନ ହୋଇଛି । ଅଧିକ ପଢନ୍ତୁ

ଇକୋ କ୍ଳବ୍ ମାଧ୍ୟମରେ ପିଲାଙ୍କ ମଧ୍ୟରେ କରାଯିବ ବୃକ୍ଷ ସଚେତନତା

କୋରାପୁ଼ଟ: ବୃକ୍ଷରୋପଣକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କୋରାପୁଟରେ ଏକ ତାଲିମ ଶିବିରର ଉଦଘାଟନ ହୋଇଛି । ଏହି ଶିିବିରରେ ଇକୋ କ୍ଳବ୍ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ତଥା ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି (eco club teachers in Koraput)। ସ୍କୁଲ୍‌ରେ ପିଲାଙ୍କୁ ବୃକ୍ଷ ରୋପଣ ନେଇ ସଚେତନତା ନେଇ ଶିକ୍ଷା ସହ ବର୍ଯ୍ୟ ବସ୍ତୁର ସୁପରିଚାଳନା ନେଇ ଶିକ୍ଷାଦାନ ଉପରେ ଆଲୋଚନା ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଜଳ ହିଁ ଜୀବନ ବୋଲି କୁହାଯାଉଥିବା ବେଳେ ସେଥିରେ ବୃକ୍ଷ ହିଁ ଜୀବନ ବୋଲି ସ୍ଲୋଗାନ ଯୋଡ଼ି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋରାପୁଟରେ ଆୟୋଜିତ ଇକୋ କ୍ଳବ୍ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଛି । ବିଦ୍ୟାଳୟରେ ପିଲାମାନେ ବୃକ୍ଷରୋପଣ କରିବା ସହ ବର୍ଯ୍ୟବସ୍ତୁର ସୁପରିଚାଳନା ତଥା ଶକ୍ତି ସଂରକ୍ଷଣ ଦିଗରେ ସଚେତନ ହେବେ ।

ଏହି ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବେ ସେ ସମ୍ପର୍କରେ ତାଲିମ ଶିବିରରେ ଆଲୋଚନା କରାଯାଇଛି । ତେବେ ଅନ୍ୟପଟେ ଏହି ତାଲିମ ଶିବିରରୁ ଉପଲବ୍ଧ ବିଭିନ୍ନ ତଥ୍ୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ବ ଉପରେ ସଚେତନା ସୃଷ୍ଟି କରାଯିବ । ତାସହ ସମଗ୍ର ଜୀବଜଗତ କିପରି ପ୍ରତିଟି ଛାତ୍ରଛାତ୍ରୀ ସମ୍ପର୍କ ସ୍ଥାପନ କରିବ ସେ ଦିଗରେ ପ୍ରୟାସ କରିବେ ବୋଲି ଶିକ୍ଷକଶିକ୍ଷୟିତ୍ରୀ ଶପଥ ନେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.