ETV Bharat / state

ସୁନେଲୀ ଚାଦର ଘୋଡେଇ ପର୍ଯ୍ୟଟକଙ୍କୁ ଡାକୁଛି କୋରାପୁଟ - ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌରାପୁଟ

ଶୀତ ଋତୁରେ କୋରାପୁଟର ମାଟି ଠୁ ଆକାଶ ସବୁଠି ମନମୁଗ୍ଧକର ପରିବେଶ । ପାହାଡ଼, ପର୍ବତ, ନଦୀନାଳ ଓ ରାସ୍ତାକଡ ସବୁଠି ଅଳସୀ ଫୁଲର ଚର୍ଚ୍ଚା । ପ୍ରକୃତିର ଏ ଅପରୂପ ଦୃଶ୍ୟର ଉପଭୋଗ ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଅଧିକ ପଢନ୍ତୁ

ସୁନେଲୀ ଚାଦର ଘୋଡେଇ ପର୍ଯ୍ୟଟକଙ୍କୁ ଡାକୁଛି କୋରାପୁଟ

author img

By

Published : Nov 16, 2021, 4:11 PM IST

Updated : Nov 16, 2021, 5:36 PM IST

କୋରାପୁଟ: ଅକ୍ଟୋବର ମାସ ଶେଷ ଭାଗ ଓ ନଭେମ୍ବର ମାସର ଆରମ୍ଭରେ କୋରାପୁଟର ପାହାଡ଼, ପର୍ବତ, ନଦୀନାଳ ଓ ରାସ୍ତାକଡ ସଜେଇ ହୁଏ ଅଳସୀ କ୍ଷେତରେ । ହଳଦିଆ ରଙ୍ଗର ଫୁଲରେ ଭରିଯାଇଥିବା କ୍ଷେତରେ ଚାଲିଗଲେ ଫୁଲର ପରଷରେ ମତୁଆଲା ହୁଏ ପର୍ଯ୍ୟଟକ । କୋରାପୁଟର ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟେ କୋରାପୁଟକୁ ।

ସୁନେଲୀ ଚାଦର ଘୋଡେଇ ପର୍ଯ୍ୟଟକଙ୍କୁ ଡାକୁଛି କୋରାପୁଟ

ଶୀତ ଋତୁରେ କୋରାପୁଟର ମାଟି ଠୁ ଆକାଶ ସବୁଠି ମନମୁଗ୍ଧକର ପରିବେଶ । ଏସବୁ ଚିତ୍ର ଦେଖିଲେ ଲାଗୁଛି ଯେପରି ପ୍ରକୃତିରାଣୀ ସଜେଇ ହୋଇ ବସିଛି । ସୁଲୁସୁଲୁ ପବନ ସାଙ୍ଗରେ ତାଳ ଦେଇ ନାଚୁଛି ଅଳସୀ କ୍ଷେତ । ଆଉ ଏ ଅଳସୀ କ୍ଷେତର ନୃତ୍ୟ ଦେଖି ଘଡିଏ ଅଟକି ଯାଉଛି ପଥିକ । କୋରାପୁଟର ପାହାଡ, ପର୍ବତ, ନଦୀନାଳ, ରାସ୍ତାକଡ ସବୁଠି ଯେମିତି ଅଳସୀ କ୍ଷେତ ପ୍ରକୃତିରାଣୀ କୋଳରେ ସୁନାର ଚାଦର ବିଛାଇ ଦେଇଛି ।

ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠୁଛି ହଳଦିଆ ଅଳସୀ କ୍ଷେତ । ଦେଓମାଳି ପାଦଦେଶରୁ କୋରାପୁଟର କୋଣ ଅନୁକୋଣ ସବୁକିଛି ଭରିଯାଏ ହଳଦିଆ ରଙ୍ଗରେ । ଚାଷୀ ପେଟ ପାଟଣା ପାଇଁ ଲଗାଇଥିବା ଏ କ୍ଷେତ, ଆଖି ଓ ମନକୁ ବିମୋହିତ କରୁଛି । କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ଏ ଅଳସୀ କ୍ଷେତର ଜନ୍ମ ତାହା ନୁହେଁ । ଅଳସୀ ଗଛର ପ୍ରତିଟି ଅଙ୍ଗ, ଉପକାରୀ ତତ୍ତ୍ବ ଧାରଣ କରିଛି । ଏହାର ଦାନାରୁ ତେଲ ମଧ୍ୟ ସଂଗ୍ରହ କରାଯାଉଛି, ଯାହା ଶରୀର ପାଇଁ ବେଶ୍ ଲାଭପ୍ରଦ । ସେହିପରି ଅଳସୀ ଫୁଲର ତିଆରି ମହୁ ବେଶ୍ ଉପକାରୀ । ଆଉ ଏହାର ନଡାରେ ଧିଙ୍ଗିରୀ ଛତୁ ଚାଷ ମଧ୍ୟ କରାଯାଏ । କୋରାପୁଟରେ ଧିଙ୍ଗୀର ଛତୁର ଚାହିଦା ବେଶ୍ ଅଧିକ ରହିଥାଏ ।

ତେବେ ଶୀତଦିନ ଆସିଲେ କୋରାପୁଟକୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ । ପରିବାର ବର୍ଗଙ୍କ ସହ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ । ଯିଏ ଏ ସୌନ୍ଦର୍ଯ୍ୟକୁ ଥରେ ଉପଭୋଗ କରିଛି ସିଏ ଏଠାକୁ ବାରମ୍ବାର ଆସିବାକୁ ମନ ବଳାଇଛି । ଫୋଟୋ ଉଠାଇବା ସହ ଗଛ ଓ ଫୁଲକୁ ନଷ୍ଟ ନ କରି ଯଥାସମ୍ଭବ ଉପଭୋଗ କରିବା ଉଚିତ୍ ବୋଲି କହିଛନ୍ତି ପର୍ଯ୍ୟଟକ । ତେବେ ଏପରି ଏକ ମୂଲ୍ୟବାନ ଓ ସୌନ୍ଦର୍ଯ୍ୟକାରୀ ବୃକ୍ଷର ଯତ୍ନ ପାଇଁ ସମସ୍ତଙ୍କୁ ଦାୟିତ୍ବବାନ ହେବା ଉଚିତ୍ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 16, 2021, 5:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.