ETV Bharat / state

କୋଟିଆରେ କୋଭିଡ କଟକଣା ଭାଙ୍ଗିଲେ ଆନ୍ଧ୍ର ଏସପି, ଭୋଟରଙ୍କୁ ବାଣ୍ଟିଲେ ମିଠା ଓ ବିସ୍କୁଟ !

author img

By

Published : Apr 10, 2021, 2:29 PM IST

ଆନ୍ଧ୍ର ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର । ଏହି ସମୟରେ ଆନ୍ଧ୍ର ଅଧିକାରୀଙ୍କ ଆଚରଣ ଓ ପଦକ୍ଷେପକୁ ଘୋର ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ...

କୋଟିଆ ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରଲୋଭିତ କରିଥିଲେ ଆନ୍ଧ୍ର ସରକାର !

କୋରାପୁଟ: ଓଡିଶା ମାଟିରେ ଚଳିତ ମାସ 8 ତାରିଖରେ ଆନ୍ଧ୍ର ସରକାର ନିର୍ବାଚନ କରିଥିଲେ । ଆନ୍ଧ୍ର ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର । ଏହି ସମୟରେ ଆନ୍ଧ୍ର ଅଧିକାରୀଙ୍କ ଆଚରଣ ଓ ପଦକ୍ଷେପକୁ ଘୋର ନିନ୍ଦା କରାଯାଇଛି ।

ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଆନ୍ଧ୍ର ଏସପି ମିଠା-ବିସ୍କୁଟ ବାଣ୍ଟିବା ସହ ଭୋଟରଙ୍କୁ ମାଲବାହୀ ଗାଡିରେ ଅଣାଯାଇଥିଲା । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା ଦାବି କରିଛନ୍ତି ।

ବିଶେଷ ଭାବେ ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ କୋଭିଡ଼ କଟକଣା ଲାଗିଥିବା ଧୂଳିପଦର ମଧ୍ୟକୁ ଜବରଦସ୍ତ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହାସହ ଓଡ଼ିଶାର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ପରିଡା ଘୋର ନନ୍ଦା କରିଛନ୍ତି । ସେହି ଅଧିକାରୀଙ୍କ ବିରୁଦ୍ଧରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମାମଲା ରୁଜୁ କରାଯିବା ନିମନ୍ତେ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.