ETV Bharat / state

ବୁଧବାର ଠୁ ମାଟ୍ରିକ ପରୀକ୍ଷା; କୋରାପୁଟରେ ଲାଗିଲା 21 ସିସିଟିଭି

author img

By

Published : Feb 18, 2020, 6:47 PM IST

ବୁଧବାର ଠୁ ମାଟ୍ରିକ ପରୀକ୍ଷା । ପରୀକ୍ଷା ସୁରୁଖୁରରେ ହେବା ନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

Matric exam
ଆସନ୍ତାକାଲି ମାଟ୍ରିକ ପରୀକ୍ଷା; କୋରାପୁଟରେ ଲାଗିଲା 21 ସିସିଟିଭି

କୋରାପୁଟ: ବୁଧବାର ଠୁ ଆରମ୍ଭ ହେଉଛି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ସେପଟେ, ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ଜିଲ୍ଲାର ସମୁଦାୟ 67ଟି କେନ୍ଦ୍ରରେ 15,408ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ 21ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ । ଏହି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସୁରୁଖୁରୁରେ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ 10ଟି ନୋଡାଲ କେନ୍ଦ୍ର ଖୋଲା ଯାଇଥିବାବେଳେ, ସେଥିମଧ୍ୟରୁ 5ଟି କେନ୍ଦ୍ରକୁ ସୁରକ୍ଷା ଦୃଷ୍ଟିରୁ ଥାନାରେ ଖୋଲାଯାଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.