ETV Bharat / state

ହଳଦୀ ଶାଢୀ ପିନ୍ଧିଛି ପ୍ରକୃତି ରାଣୀ, ଶୀତୁଆ ସକାଳେ ଅଳସ ଭାଙ୍ଗୁଛି ଅଳସୀ ଫୁଲ

କୋରାପୁଟରେ ଅଳସ ଭାଙ୍ଗୁଛି ଅଳସୀ ଫୁଲ । ହଳଦିଆ ଚାଦରରେ ଘୋଡାଇ ହୋଇଛି କୋରାପୁଟର ପ୍ରକୃତି ରାଣୀ । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଦେଖିବା ସ୍ପେଶାଲ ରିପୋର୍ଟ ।

author img

By ETV Bharat Odisha Team

Published : Nov 10, 2023, 10:35 PM IST

ସୁନାର ଚାଦର ଘୋଡାଇ ହୋଇ ହାତ ଠାରି ଡାକୁଛି କୋରାପୁଟ

କୋରାପୁଟ: ଶୀତୁଆ ସକାଳର ସବୁଜ କାକର । ଆଉ ଶୀତର ଆଗମନରେ ଅଳସୀର ସମ୍ଭାର । ସୁନାର ଚାଦର ଘୋଡାଇ ହୋଇ ଯେମିତି ପର୍ଯ୍ୟଟକଙ୍କୁ ହାତଠାରି ଡାକେ କୋରାପୁଟର ପ୍ରକୃତି ରାଣୀ । କୋରାପୁଟର ପାହାଡ଼, ପର୍ବତ, ନଦୀନାଳ ଓ ରାସ୍ତା କଡ ସବୁଠି ଲାଗେ ଯେମିତି ଗୋଟାଏ ସୁନାର ଚାଦର ବିଛାଡି ହୋଇ ପଡିଛି । ହଳଦିଆ ରଙ୍ଗର ଫୁଲରେ ଭରିଯାଇଥାଏ ପୁରା ଅଞ୍ଚଳ ।

ଏହାମଧ୍ୟ ପଢନ୍ତୁ..୧୦ ବର୍ଷ ହେଲାଣି ଅଚଳ ପଡିଛି ଅଳସୀ ତେଲ ଘଣା

ଦେଓମାଳିର ପାଦଦେଶରୁ କୋରାପୁଟ ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ । ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ କ୍ଷେତ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ଏହି ସମୟରେ ଚାଲି ଆସନ୍ତି ବହୁ ପର୍ଯ୍ୟଟକ ଓ ଚଳଚିତ୍ର ନିର୍ମାତା । ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ । ପଥଚାରୀ ଯେତେ ବ୍ୟସ୍ତ ଥିଲେ ବି ଅଳସୀର ଅଳସ ଡାକକୁ ପାସୋରି ପାରେ ନାହିଁ । ଘଡିଏ ଛିଡା ହୋଇଯାଏ ସୁନା ପାହାଡର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ । ଆଉ ମନେ ମନେ ଆତ୍ମବିଭୋର ହୋଇ ଉଠେ । କବିର ପ୍ରିୟର ସମୟ ହେଉଛି ଶୀତ । ଶୀତୁଆ ସକାଳରେ ଅଳସୀର ଅଳସ ଭଙ୍ଗାକୁ ନେଇ ରହିଛି ଅନେକ କବିତା । ଅଳସୀର ହଳଦିଆ ଚାଦର ଉପରେ ଶୁଭ୍ର କାକରର ବିନ୍ଦୁ ଆଉ ସବୁଜ ପାହାଡ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ଥରେ ଏହି ଦୃଶ୍ୟ ଦେଖିଲେ ଜୀବନ ସାରା ପାଇଁ ମନରେ ରହିଯାଇଥାଏ ।

ଏହାମଧ୍ୟ ପଢନ୍ତୁ..କୋରାପୁଟରେ ସୁନାର ଓଢଣୀ ପିନ୍ଧିଛି ପ୍ରକୃତିରାଣୀ

ଅନ୍ୟପଟେ ଚାଷୀ ନିଜର ରୋଜଗାର ପାଇଁ କରିଥାଏ ଅଳସୀ ଚାଷ । ବର୍ଷ ତମାମ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟକଙ୍କ ପାଇଁ ଖୋରାକ ଯୋଗାଇବାର ସାମର୍ଥ୍ୟ ରଖିଥିବା କୋରାପୁଟ ଅଞ୍ଚଳ ଅବହେଳାର ଶିକାର ହୋଇଛି ବୋଲି କୁହାଯାଏ । ସରକାରଙ୍କ ଅବହେଳା ଯୋଗୁ ଅଳସୀ ଫୁଲ ସାମୟିକ ଭାବେ ହସି ଉଠି ପୁଣିଥରେ ନୈରାଶ୍ୟର ନଦୀଗର୍ଭରେ ଲୀନ ହୋଇଯିବା ହିଁ ସାର ହୋଇଛି । କୋରାପୁଟର ଏହି ପ୍ରଚୁର ପର୍ଯ୍ୟଟନ ସମ୍ପଦକୁ ଅନ୍ତର୍ଜାତୀୟ ସ୍ତରରେ ଅଳସୀ ମଞ୍ଜିର ଚାହିଦା ଥିବା ଭଳି ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରସ୍ତୁତ କରିପାରିଲେ, ଓଡିଶା ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ପାଇଁ ଏକ ନମ୍ବର ଆକର୍ଷଣସ୍ଥଳୀ ହୋଇପାରନ୍ତା ବୋଲି କହିଛନ୍ତି କବି ରବି ଶତପଥୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.