ETV Bharat / state

ଜନନୀ ଯନ୍ତ୍ରଣା: ପୁଣି 3 କିଲୋମିଟର ଭାରରେ ବୁହାହେଲେ ପ୍ରସୂତି - ବୁହା ହେଲେ ଗର୍ଭବତୀ

ପୁଣି ଭାରରେ ବୁହା ହେଲେ ପ୍ରସୂତି । ରାସ୍ତା ଖରାପ ଯୋଗୁଁ 3 କିଲୋମିଟର ଭାରରେ ବୁହା ହେଲେ ପ୍ରସୂତି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟର ନାରାୟଣପାଟଣା ବ୍ଲକରେ ।

ଜନନୀ ଯନ୍ତ୍ରଣା, ପୁଣି 3 କିଲୋମିଟର ଭାରାରେ ବୁହାହେଲେ ପ୍ରସୂତୀ
author img

By

Published : Oct 25, 2019, 4:55 PM IST

କୋରାପୁଟ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ 3 କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜା ଘାଟି ପଞ୍ଚାୟତ ଅନ୍ତର୍ଗତ ଉପରଗଡତି ଗାଁରେ ।

ଜନନୀ ଯନ୍ତ୍ରଣା, ପୁଣି 3 କିଲୋମିଟର ଭାରାରେ ବୁହାହେଲେ ପ୍ରସୂତୀ

ସୂଚନା ଅନୁସାରେ, ଗାଁର ସୋନିଆ ଜାନୀଙ୍କ ପତ୍ନୀ ମିଶିଙ୍ଗ୍‌ ଜାନୀଙ୍କୁ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଲା ହେଲେ ରାସ୍ତା ଖରାପ ଥିବାରୁ 3 କିଲୋମିଟର ଦୂରରେ ଅଟକି ଯାଇଥିଲା । ଫଳରେ ବାଧ୍ୟ ହୋଇ ଲୋକେ ପ୍ରସୂତିଙ୍କୁ ଭାରା କରି ପାହାଡିଆ ରାସ୍ତାରେ ବୋହି ନେଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ 18 କିଲୋମିଟର ଦୂରରେ ଥିବା ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାର ପାହାଡ ପର୍ବତ ନଦୀ ଝରଣାକୁ ନେଇ କବି ଭାବୁକ ହୋଇଉଠୁଥିବା ବେଳେ ସେଭିତରେ ଯନ୍ତ୍ରଣା ଦେଉଥିବା ଜୀବନ ଯାତ୍ରା ମଧ୍ୟ ସେତିକି ଭୟଙ୍କର ବାସ୍ତବତା ମଧ୍ୟଦେଇ ଗତି କରୁଛି ।Body:ଆଜି ନାରାୟଣପାଟଣା ବ୍ଲକ ର ବିଜା ଘାଟି ପଂଚାୟତ ଅନ୍ତର୍ଗତ ଉପରଗଡତି ଗ୍ରାମରେ ସୋନିଆ ଜାନୀଙ୍କ ପତ୍ନୀ ମିଶିଙ୍ଗ ଜାନୀ ପ୍ରସବ ବେଦନା ଅନୁଭବ କରିବା ପରେ ତାଙ୍କୁ ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଡକାଗଲା । କିନ୍ତୁ ଗାଁକୁ ଥିବା ଗଡାଣିଆ ଆବଡାଖାବଡା ରାସ୍ତା ଉପର ଦେଇ ଆମ୍ବୁଲାନ୍ସ କୁ ନେବା ସମ୍ଭବ ନହେବା ଯୋଗୁଁ ଗାଁ ଠାରୁ ତିନି କିଲୋମିଟର ଦୂରରେ ଅଟକି ଗଲା । ଗାଁର ମହିଳା କାନ୍ଧରେ କାନ୍ଧ ମିଶାଇ ସେଇ ପାହାଡିଆ ରାସ୍ତା ଉପରେ ତିନି କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ପହଁଚିଥିଲେ । ତାପରେ ସେଠାରୁ ୧୮ କିଲୋମିଟର ଦୂରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଗଲା ପରେ ମିଶିଙ୍ଗ ଜାନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ । Conclusion:ସରକାରୀ ସୁବିଧା ଗାଁ ପର୍ଯ୍ୟନ୍ତ ପହଂଚି ନପାରିବାର ଦୁଃଖ ଅଂଚଳବାସୀଙ୍କୁ ଘାରୁଥିବା ବେଳେ ଗାଁ ମହିଳାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ , ସହଭାଗୀତା ଓ ମାନବିକତା ଭାବ ଯେ ଆଜିବି ବଞ୍ଚିଚି ତାର ନିଦର୍ଶନ ଏହି ମହିଳା ମାନେ ପ୍ରଦର୍ଶନ କରିଛନ୍ତି ।
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.