ETV Bharat / state

ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ - coronavirus news

କୋରାପୁଟରେ ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାର ଗ୍ରାମାଞ୍ଚଳରେ ଏହି ଆବଶ୍ୟକତାକୁ ଆଖି ଆଗରେ ରଖି କୋରାପୁଟର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଓ ଆନ୍ତର୍ଜାତିକ ସଂସ୍ଥା ଏଡେଲଗିଭ ଫାଉଣ୍ଡେସନର ମିଳିତ ସହଯୋଗରେ ଗ୍ରାମାଞ୍ଚଳରେ ଲୋକଙ୍କୁ ମାଗଣାରେ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି। ଅଧିକ ପଢନ୍ତୁ...

action-in-koraput-if-not-wearing-a-mask
କୋରାପୁଟରେ ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ
author img

By

Published : Apr 8, 2020, 6:59 PM IST

କୋରାପୁଟ: ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ। କୋରାପୁଟ ଜିଲ୍ଲାରେ ଆସନ୍ତାକାଲି ଠାରୁ ମୁହଁକୁ ମାସ୍କ କିମ୍ବା ରୁମାଲ ବା ଗାମୁଛାରେ ନ ଘୋଡାଇ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପ୍ରଶାସନ ତାଗିଦ କରିଛି ।

କୋରାପୁଟରେ ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାର ଗ୍ରାମାଞ୍ଚଳରେ ଏହି ଆବଶ୍ୟକତାକୁ ଆଖି ଆଗରେ ରଖି କୋରାପୁଟର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଓ ଆନ୍ତର୍ଜାତିକ ସଂସ୍ଥା ଏଡେଲଗିଭ ଫାଉଣ୍ଡେସନର ମିଳିତ ସହଯୋଗରେ ଜିଲ୍ଲାର ପାଞ୍ଚଟି ବ୍ଲକର ବିଭିନ୍ନ ଗ୍ରାମରେ ଲୋକଙ୍କୁ ମାଗଣାରେ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି। କୋରାପୁଟ ବ୍ଲକ ଅନ୍ତର୍ଗତ ଦୟାନିଧିଗୁଡା ଠାରେ ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ କୋରାପୁଟ ବ୍ଲକ କୋଭିଡ ନୋଡାଲ ଅଧିକାରୀ ତଥା ଡ଼ିଏସଡବ୍ଲ୍ୟୁଓ ହରେକୃଷ୍ଣ ପ୍ରଧାନ ଏବଂ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ଉପସ୍ଥିତ ରହି ଲୋକମାନଙ୍କୁ କୋରୋନାକୁ ରୋକିବା ଦିଗରେ ମାସ୍କ ବ୍ୟବହାର କରିବା ଓ ସାବୁନରେ ହାତ ଧୋଇବାର ଗୁରୁତ୍ଵ ବୁଝାଇଥିଲେ ।

ଏହା ସହିତ ଚାଷୀ ମାନେ ବର୍ତମାନର ପରିସ୍ଥିତିରେ କିପରି ପନିପରିବା ବିକ୍ରି କରିପାରିବେ ଓ ଆସନ୍ତା ଦିନ ଗୁଡିକରେ ଆସୁଥିବା ସମ୍ଭାବ୍ୟ ପରିସ୍ଥିତିକୁ କିପରି ସାମନା କରିପାରିବେ ସେ ସମ୍ପର୍କରେ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.