ETV Bharat / state

କୋରାପୁଟ ଟାଉନ ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର

author img

By ETV Bharat Odisha Team

Published : Oct 22, 2023, 10:52 AM IST

କୋରାପୁଟ ଟାଉନ ଥାନାରୁ ଅଟକ ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

accused escaped from koraput town police station

କୋରାପୁଟ: ଅପରାଧ ଘଟାଇବା ବର୍ଷେ ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ଏକ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର ହେଲା ଅଭିଯୁକ୍ତ । ଏଭଳି ଘଟଣା ଘଟିଛି କୋରାପୁଟ ଟାଉନ ଥାନାରେ । ଅଭିଯୁକ୍ତ ଜଣଙ୍କ ଜୟପୁର ହାନା ଗୁଡ଼ା ଅଞ୍ଚଳର ରାହୁଲ ବାଘ । ପୋଲିସ କୋରାପୁଟର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଗୌରୀ ମିଶ୍ର ହତ୍ୟା ମାମଲା; ପୁଣି ୪ ଅଭିଯୁକ୍ତ ଗିରଫ, ଏବେ ମଧ୍ଯ ୨ ମୁଖ୍ୟ ଅଭିଯୁକ୍ତ ଫେରାର

ଡ଼ିସେମ୍ବର 2022ରେ କୋରାପୁଟ ସହରର ଅଭିଷେକ ମାଝୀ ନାମକ ଯୁବକ ନିଜ ସମ୍ପର୍କୀୟ ଭଉଣୀର ବିବାହ ପାଇଁ ସ୍ଥାନୀୟ 4 ଜଣ ଯୁବକଙ୍କ ସହିତ ବାଇକ କିଣିବା ପାଇଁ ଜୟପୁର ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରି ନଥିଲେ । ଏନେଇ 10 ଡ଼ିସେମ୍ବରରେ କୋରାପୁଟ ସଦର ଥାନାରେ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ଜାଗାରେ ଖୋଜି ଖୋଜି କରିଥିଲା। 13 ତାରିଖ ଦିନ କୋରାପୁଟ ଜୟପୁର ମୁଖ୍ୟ ରାସ୍ତା ବିଲା ଘାଟି ଜଙ୍ଗଲରୁ ଯୁବକଙ୍କ ମୃତଦେହ ମିଳିଥିଲା । ପୋଲିସ ତଦନ୍ତ କରି ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପରିବାରଙ୍କୁ ଜଣାଇଥିଲେ।

ଏହା ମଧ୍ୟ ପଢନ୍ତୁ-ଥାନାରୁ 3 ଅଭିଯୁକ୍ତ ଫେରାର ଘଟଣା, 2 ପୋଲିସ କର୍ମଚାରୀ ନିଲମ୍ବିତ

ସଠିକ ତଦନ୍ତ କରିବା ପାଇଁ ପରିବାର ଲୋକେ କୋରାପୁଟ ସୁନାବେଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଶନିବାର ଦିନ ଜୟପୁର ହାନା ଗୁଡ଼ା ଅଞ୍ଚଳର ରାହୁଲ ବାଘ ନାମକ ଯୁବକ ଅଭିଷେକକୁ ମାରିଥିବା ନେଇ ସମସ୍ତକୁ କହିଥିଲା । ଏହାପରେ ଅଭିଷେକଙ୍କ ପରିବାର ଲୋକେ ରାହୁଲ ବାଘକୁ ଧରି ପୋଲିସ ଜିମା ଦେଇଥିଲେ। ଜିମା ଦେବା ପରେ ଅଭିଯୁକ୍ତକୁ କୋରାପୁଟ ଟାଉନ ଥାନାରେ ଅଟକ ରଖାଯାଇଥିଲା l ସୁଯୋଗ ଦେଖି ଅଭିଯୁକ୍ତ ଥାନା ଛାତ ଡେଇଁ ଚମ୍ପଟ ମାରିଛି । ପୋଲିସ ପଇସା ନେଇ ଅଭିଯୁକ୍ତକୁ ଛାଡି ଦେଇଥିବା ଅଭିଯୋଗ ଆଣି ଅଭିଷେକ ମାଝୀଙ୍କ ପରିବାର ଲୋକେ ଶନିବାର ରାତିରେ ଥାନା ଘେରାଉ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଡ଼ି ବସିଥିଲେ । ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ଅତିରିକ୍ତ ଏସପି ବିମଳ କାନ୍ତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.