ETV Bharat / state

ଲମତାପୁଟରୁ ୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲଣବେଳେ ମାଡ଼ିବସିଲା ଲମତାପୁଟ ପୋଲିସ । ଲମତାପୁଟ ବ୍ଲକ୍‌ର ସାନକିଚିବ ଗ୍ରାମରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଅଧିକ ପଢ଼ନ୍ତୁ

author img

By

Published : Apr 5, 2022, 10:41 PM IST

ଲାମତାପୁଟରୁ ୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୋରାପୁଟ: ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣବେଳେ ମାଡ଼ିବସିଲା ଲମତାପୁଟ ପୋଲିସ । ଲମତାପୁଟ ବ୍ଲକ୍‌ର ସାନକିଚିବ ଗ୍ରାମରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିମ୍ କନା ଗାଁ ଛକ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା ।

ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ଆସୁଥିବା ପୋଲିସ ଦେଖିବାକୁ ପାଇଥିଲା । ଟ୍ରକ୍‌କୁ ଅଟକାଇ ଯାଞ୍ଚ ବେଳେ ଡାଲାରେ ୧୮ଟି ଗଞ୍ଜେଇ ବସ୍ତା ଜବତ କରିଥିଲା ପୋଲିସ । ୧୮ଟି ବସ୍ତାରେ ପ୍ରାୟ ୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ରହିଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗାଡି ଡ୍ରାଇଭର ତଥା ଗାଡ଼ି ମାଲିକ ନିଜେ ଏହି ଗଞ୍ଜେଇ ସାନକିଚବ ଗ୍ରାମରୁ ଉତ୍ତରପ୍ରଦେଶ ଚୋରା ଚାଲାଣ କରୁଥିବା ସ୍ବୀକାର କରିଛି ।

ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପୂର୍ବରୁ ବହୁଥର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରିଥିବା ସ୍ବୀକାର କରିଛି । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି ପୋଲିସ । ଏହି ଗଞ୍ଜେଇ ଚୋରା ଚାଲାଣରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.