ETV Bharat / state

ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ, ୩ ଶ୍ରମିକ ଗୁରୁତର - ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ

ଦାମନୋଯଡି ସ୍ଥିତ ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ୩ ଜଣ ଠିକା ଶ୍ରମିକ ଗୁରୁତର । ଗୁରୁତରଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।

ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Dec 5, 2019, 10:37 PM IST

କୋରାପୁଟ: ଦାମନୋଯଡି ସ୍ଥିତ ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ଠିକା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସଙ୍ଗେସଙ୍ଗେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଆହତ ଶ୍ରମିକଙ୍କ ନାମ ରଙ୍କନିଧି ବେହେରା, ତ୍ରିଲୋଚନ ନିଆଲ ଏବଂ ଗଜେନ୍ଦ୍ର ଗୌଡ଼ ବୋଲି ଜଣାପଡିଛି ।

ଗୁରବାର ନାଲକୋ ପ୍ଲାଣ୍ଟରେ ଏକ ଢଳେଈ କାମ କରିବାକୁ ଯାଇଥିବା ବେଳେ ହଠାତ ଏକ ଟାଙ୍କିରେ ବିସ୍ଫୋରଣ ହୋଇଥିଲା। ଏଥିରେ ରଙ୍କନିଧିଙ୍କ ଡାହାଣ ଗୋଡ଼ ଛିଣ୍ଡିଯାଇଥିବା ବେଳେ ଦେହ ଉପରେ ଏସିଡ଼ ପଡିଯାଇଥିବା ଜଣାପଡିଛି। ସେହିପରି ଅନ୍ୟ ଦୁଇ ଜଣ ଗୁରୁତର ଆହତ ହେବା ସହ ସେମାନଙ୍କ ମୁଣ୍ଡ ଓ କାନରୁ ରକ୍ତ ବାହାରି ଥିଲା । ଆହତମାନଙ୍କୁ ନାଲକୋ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଦାମନୋଯଡି ସ୍ଥିତ ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୩ ଜଣ ଠିକା ଶ୍ରମିକ ରଙ୍କନିଧି ବେହେରା, ତ୍ରିଲୋଚନ ନିଆଲ ଏବଂ ଗଜେନ୍ଦ୍ର ଗୌଡ଼ ଗୁରୁତର ଭାବେ ଆହତ ହେବାପରେ ସେମାନଙ୍କୁ ସଂଙ୍ଗେ ସଙ୍ଗେ ବିଶାଖାପାଟଣା କୁ ସ୍ଥାନାନ୍ତର କରାଯାଇଛି ।Body:ସୂଚନା ଅନୁଯାୟୀ ଆଜି ନାଲକୋ ପ୍ଲାଣ୍ଟରେ ଏକ ଢଳେଈ କାମ କରିବାକୁ ଯାଇଥିବା ବେଳେ ହଠାତ ଏକ ଟ୍ୟାଂକି ରେ ବିସ୍ଫୋରଣ ହୋଇଥିଲା।ଏଥିରେ ରଙ୍କନିଧିଙ୍କ ଡାହାଣ ଗୋଡ଼ ଛିଣ୍ଡିଯାଇଥିବା ବେଳେ ଦେହ ଉପରେ ଏସିଡ଼ ପଡିଯାଇଥିବା ଜଣାପଡିଅଛି।ସେହିପରି ଅନ୍ୟ ଦୁଇ ଜଣ ଗୁରୁତର ଆହତ ହେବା ସହ ସେମାନଙ୍କ ମୁଣ୍ଡ ଓ କାନରୁ ରକ୍ତ ବାହାରିଥିଲା ।ଆହତ ମାନଙ୍କୁ ସଂଗେ ସଂଗେ ନାଲୋକ ମେଡିକାଲ ପ୍ରାଥମିକ ଚିକିତ୍ସା କରାଇ ବିଶାଖାପାଟଣା କୁ ସ୍ଥାନାନ୍ତର କରାଯାଇଛି ।Conclusion:ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.