କୋରାପୁଟ: ଟ୍ରକ ଓଲଟି ଡାଇଭରଙ୍କ ମୃତ୍ୟୁ । କଲିକତାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜୁବୁଲି ଘାଟିରେ ରବିବାର ଓଲଟିପଡିଛି । ଫଳରେ ଘଟଣା ସ୍ଥଲରେ ଟ୍ରକ ଚାଳକର ମୃତ୍ୟୁ ଘଟିଛି ।
ଟ୍ରକଟି ଘାଟି ତଳକୁ ଖସି ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରକର ହେଲ୍ପରକୁ ପୋଲିସ ପଚରାଉଚୁରା କରି ଟ୍ରକ ମାଲିକଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଟ୍ରକ ଚାଳକର ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ