ETV Bharat / bharat

ଏକଜାକ୍ଟ ହେବ କି ଏକଜିଟ ପୋଲ ! ଉତ୍ସାହିତ କଂଗ୍ରେସ ଶିବିର, ରେଜଲ୍ଟ ଅପେକ୍ଷାରେ ପଦ୍ମ କ୍ୟାମ୍ପ - Haryana JK Assembly Election

ହରିୟାଣାରେ ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ ? କାହା ସପକ୍ଷରେ ଭୋଟ କରିଛି ଘାଟି ? ଆସନ୍ତାକାଲି ଭୋଟ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ।

author img

By ETV Bharat Odisha Team

Published : 1 hours ago

ଏକଜିଟ ପୋଲ୍‌ ହେବକି ଏକଜାକ୍ଟ ପୋଲ୍‌ ! ଉତ୍ସାହିତ କଂଗ୍ରେସ ଶିବିର, ପଦ୍ମ କ୍ୟାମ୍ପରେ ଗୁରୁଗମ୍ଭୀର ଚର୍ଚ୍ଚା
ଏକଜିଟ ପୋଲ୍‌ ହେବକି ଏକଜାକ୍ଟ ପୋଲ୍‌ ! ଉତ୍ସାହିତ କଂଗ୍ରେସ ଶିବିର, ପଦ୍ମ କ୍ୟାମ୍ପରେ ଗୁରୁଗମ୍ଭୀର ଚର୍ଚ୍ଚା (ETV Bharat Odisha)

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ୨୦୨୪ ପରେ ଆସନ୍ତାକାଲି ଚଳିତବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ହରିୟାଣା ଓ ଜାମ୍ମୁ କାଶ୍ମୀରରେ କି’ଏ ଗଢିବ ସରକାର । ଉଭୟ ରାଜ୍ୟରେ ପ୍ରଦର୍ଶନ ଭାରତୀୟ ଜନତା ପାର୍ଟି ପାଇଁ ସମ୍ମାନର ପ୍ରସଙ୍ଗ । କାରଣ ଫଳାଫଳ ପୂର୍ବରୁ ଗଣମାଧ୍ୟମ ସଂସ୍ଥାର ବୁଥ ବାହୁଡା ଜନମତ ସର୍ଭେ ବା ‘ଏକଜିଟ ପୋଲ’ରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଉଭୟ ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବା ସହ ବିଜେପି ପଛରେ ରହିବା ନେଇ ଏକାଧିକ ସଂସ୍ଥା ପୂର୍ବାକଳନ କରିଛନ୍ତି ।

EXIT POLL VS EXACT POLL:

‘ଏକଜିଟ ପୋଲ’ ହେବ କି ‘ଏକଜାକ୍ଟ ପୋଲ’ ? ହରିୟାଣା ଗତ ଦଶନ୍ଧି ଧରି ବିଜେପି ଦଖଲରେ ରହି ଆସିଛି । ସେହିପରି କାଶ୍ମୀରରେ ଧାରା-370 ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ । ଘାଟିରେ ସରକାର ଗଠନ କରିବା ଭାରତୀୟ ଜନତା ପାର୍ଟିର କେବଳ ରଣନୀତି ନୁହେଁ ବରଂ ଜନସଂଘ ଅମଳରୁ ଆଦ୍ୟ ରାଜନୈତିକ ସଙ୍କଳ୍ପ ମଧ୍ୟ । ଯଦି ଏକଜିଟ୍‌ ପୋଲ୍‌ ସତ୍ୟ ପ୍ରମାଣିତ ହୁଏ, ତେବେ କଂଗ୍ରେସକୁ କ୍ଷମତାର ରାସ୍ତା ଛାଡି ବିଜେପି ବିରୋଧୀ ଆସନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରେ ।

  • ୧୦ ବର୍ଷ ପରେ ଉପତ୍ୟକାରେ ନିର୍ବାଚନ:-

2014 ରେ ଶେଷ ଥର ପାଇଁ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା । ସେତେବେଳେ ପ୍ରଥମ ଥର ବିଜେପି ମେଣ୍ଟରେ ଘାଟିରେ କ୍ଷମତାର ଅଂଶୀଦାର ହୋଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ସୟଦ ମୁଫତିଙ୍କ ପିଡିପି ଓ ବିଜେପି ମେଣ୍ଟରେ ସରକାର ଗଠନ କରିଥିଲା । ବିପରିତ ରାଜନୈତିକ ବିଚାରଧାରା ରଖୁଥିବା ଉଭୟ ପାର୍ଟି କ୍ଷମତା ପାଇଁ ମେଣ୍ଟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାତ୍ର ଏହା ଭାରତୀୟ ଜନତା ପାର୍ଟିର ଏକ ଚତୁରତା ବୋଲି ମଧ୍ୟ ରାଜନୈତିକ ପଣ୍ଡିତମାନେ କହିଥିଲେ । ଧାରା 370 ଓ ଅନୁଚ୍ଛେଦ 35 (କ) ପ୍ରତ୍ୟାହାର କରିବା ପରେ ବିଜେପି ଘାଟିରେ ସରକାର ଗଠନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛି ।

ଉତ୍ସାହିତ କଂଗ୍ରେସ ଶିବିର
ଉତ୍ସାହିତ କଂଗ୍ରେସ ଶିବିର (ETV Bharat Odisha)
  • କାଶ୍ମୀର ସଂଖ୍ୟା ଗଣିତ ଓ ଏକଜିଟ୍‌ ପୋଲ ପୂର୍ବାକଳନ

କାଶ୍ମୀରରେ ଧାରା 370 ଉଚ୍ଛେଦ ଓ ସୀମା ପୁନଃନିର୍ଦ୍ଧାରଣ ପରେ ଏଥର ମୋଟ 90 ନିର୍ବାଚିତ ଆସନରେ ଭୋଟ ହୋଇଛି । ସେହିପରି ଆଉ 5 ଜଣ ସଦସ୍ୟ ଉପରାଜ୍ୟପାଳଙ୍କ ଦ୍ବାରା ସଦନକୁ ମନୋନୀତ ହେବାର ବ୍ୟବସ୍ଥା ରହିଛି । ସେହି ଅନୁପାତରେ ସଂଖ୍ୟା ଗରିଷ୍ଠତା ପାଇଁ 48 ଆସନ ଆବଶ୍ୟକ । ଏକାଧିକ ଏକଜିଟ ପୋଲର ପୂର୍ବାନୁମାନ ଅନୁସାରେ, କଂଗ୍ରେସ-ଏନସି ମେଣ୍ଟ ସଂଖ୍ୟା ଗରିଷ୍ଠତାର ନିକବରର୍ତ୍ତୀ ହୋଇପାରନ୍ତି । ଏକାକୀ କଂଗ୍ରେସ 35 ରୁ 40 ଆସନ ଜିତିପାରେ ବୋଲି ଏକାଧିକ ପୋଲ ଓ୍ବାଚ ସଂସ୍ଥା ପୂର୍ବାକଳନ କରିଛନ୍ତି ।

ଜାମ୍ମୁ କାଶ୍ମୀର ଏକଜିଟ ପୋଲ
ଜାମ୍ମୁ କାଶ୍ମୀର ଏକଜିଟ ପୋଲ (ETV Bharat Odisha)
ଏହା ମଧ୍ୟ ପଢନ୍ତୁ:-ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet
  • କଂଗ୍ରେସ-ଏନସି ମେଣ୍ଟକୁ ଲମ୍ଫ ଦେବେ କି ମୁଫତି ? :-

ଅନ୍ୟପଟେ ମେହେବୁବା ମୁଫତିଙ୍କ ‘ପିଡିପି’ ଏତେ ଭଲ ପ୍ରଦର୍ଶନ କରିନପାରିଲେ ମଧ୍ୟ ‘କଂଗ୍ରେସ-ଏନସି’ ମେଣ୍ଟରେ ସାମିଲ ହେବାର ସମ୍ଭାବନା ରହିଛି । ବିଜେପିକୁ କ୍ଷମତାରୁ ଦୂରରେ ରଖିବା ପାଇଁ କଂଗ୍ରେସ-ଏନସି ଓ ପିଡିପି ଜନାଦେଶ ପରବର୍ତ୍ତୀ ମେଣ୍ଟ (ପୋଷ୍ଟ ପୋଲ ଆଲିଆନ୍ସ) ଭାବେ ଗୋଟିଏ ବ୍ୟାନରକୁ ଆସିପାରନ୍ତି । ଯଦି ସଂଖ୍ୟା ବହୁମତରେ ସମସ୍ତ ଦଳ ପଛରେ ରହନ୍ତି, ତାହାଲେ 5 ମନୋନୀତ ବିଧାୟକଙ୍କ ଭୂମିକା ନିର୍ଣ୍ଣୟ ହେବ । ମାତ୍ର ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ଏହି ବିଧାୟକମାନେ ବିଜେପକୁ ସମର୍ଥନ ଘୋଷଣା କରିବା ମଧ୍ୟ ଏକପ୍ରକାର ସ୍ପଷ୍ଟ । କିନ୍ତୁ ସଂଖ୍ୟା ହିଁ ସବୁ ପରବର୍ତ୍ତୀ ସମୀକରଣ ସ୍ଥିର କରିବ ।

  • ହରିୟାଣା ଗଣିତ ଓ ଏକଜିଟ ପୋଲ ପୂର୍ବାନୁମାନ

ଉତ୍ତର-ଭାରତୀୟ ରାଜ୍ୟ ହରିୟାଣାରେ ଗତ 10 ବର୍ଷ ତଳେ କ୍ଷମତା ପରିବର୍ତ୍ତନ ହୋଇଥିଲା । ଭୁପେନ୍ଦ୍ର ହୁଡ୍ଡା ନେତୃତ୍ବାଧୀନ କଂଗ୍ରେସକୁ କ୍ଷମତାକୁ ବେଦଖଲ କରି ଭାରତୀୟ ଜନତା ପାର୍ଟି 2014 ରେ ସରକାର ଗଠନ କରିଥିଲା । ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2019ରେ ମଧ୍ୟ ବିଜୟଧାରା ବଜାୟ ରଖି ଦଳ ମନୋହର ଲାଲ ଖଟ୍ଟରଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । 2024 ଆରମ୍ଭରେ ଦଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ମନୋହରଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ନାଏବ ସିଂହ ସୈନୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା । ପରେ ଖଟ୍ଟର ଲୋକସଭା ନିର୍ବାଚନ ଲଢି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢ଼ନ୍ତୁ...ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

ଏହା ମଧ୍ୟ ପଢ଼ନ୍ତୁ...୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY

ଏଥର ହରିୟାଣା ଆକଳନ :-

ଏକଜିଟ ପୋଲ୍‌ ହେବକି ଏକଜାକ୍ଟ ପୋଲ୍‌ !
ଏକଜିଟ ପୋଲ୍‌ ହେବକି ଏକଜାକ୍ଟ ପୋଲ୍‌ ! (ETV Bharat Odisha)

ଏଥର ବିଜେପି କ୍ଷମତା ବିରୋଧୀ ହାଓ୍ବାର ସମ୍ମୁଖୀନ ହେବା ନେଇ ଏକାଧିକ ଆକଳନ କହୁଛି । 90 ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ବହୁମତ 45 ଥିବା ବେଳେ ଶାସକ ବିଜେପିକୁ 25ରୁ 30 ଆସନ ମଧ୍ୟରେ ରହିବା ନେଇ ମତ ପ୍ରକାଶ ପାଇଛି । ମାତ୍ର ଏକାକୀ ପ୍ରାୟ 45 ରୁ 55 ମଧ୍ୟରେ ଆସନ ହାତେଇ କଂଗ୍ରେସ ସରକାର ଗଠନ କରିବା ନେଇ ମଧ୍ୟ ମତ ପ୍ରକାଶ ପାଇଛି । ଏପରି ସ୍ଥିତିରେ କଂଗ୍ରେସ ଏକକ ବହୁମତ ହାସଲ କରି ସରକାର ଗଠନ କରିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଦଳ ପ୍ରସ୍ତୁତି ମଧ୍ୟ କରିଦେଲାଣି । ବିଜେପି କିନ୍ତୁ ଏକଜିଟ ପୋଲର ସମ୍ପୂର୍ଣ୍ଣ ବିପରୀତ ଫଳାଫଳ ସମ୍ଭାବନାକୁ ଅପେକ୍ଷା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.