ETV Bharat / state

ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଆଜି ୧ ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି - Subhadra Yojana money

ସୁଭଦ୍ରା ଯୋଜନାରେ ଆଜି ଆକାଉଣ୍ଟକୁ ଆସିବ ୧ ଟଙ୍କା । ଆସନ୍ତା ୯ ତାରିଖରେ ପୂରା କିସ୍ତି । ଏଥର ୪୦ ଲକ୍ଷ ମହିଳା ପାଇବେ ସୁଭଦ୍ରା କିସ୍ତି ।

author img

By ETV Bharat Odisha Team

Published : 2 hours ago

Updated : 11 minutes ago

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆଜି ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ୧ ଟଙ୍କା । ୯ ତାରିଖରେ ୪୦ ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ଜଣକା ୫୦୦୦ ଟଙ୍କା ।

ପୁଣି ଖାତାକୁ ଆସିଲା ଟଙ୍କାଏ

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିଛି ୧ ଟଙ୍କା । ଆସନ୍ତା ୯ ତାରିଖରେ ବଳକା ୪ହଜାର ୯୯୯ ଟଙ୍କା ଆକାଉଣ୍ଟକୁ ପଠାଇବେ ରାଜ୍ୟ ସରକାର ।

ସୁଭଦ୍ରା ଯୋଜନା ବଡ଼ ଅପଡେଟ (ETV Bharat Odisha)

୯ରେ ୪୦ ଲକ୍ଷଙ୍କୁ ସୁଭଦ୍ରା କିସ୍ତି

ସୁଭଦ୍ରା ଯୋଜନାରେ ପରୀକ୍ଷାମୂଳକ ଭାବେ ଆଜି ଆସିବ ୧ ଟଙ୍କା । ଆସନ୍ତା ୯ ତାରିଖରେ ସୁଭଦ୍ରା ଯୋଜନାର ୪୦ ଲକ୍ଷ ମହିଳାଙ୍କ ଜମାଖାତାକୁ ଆସିବ ପ୍ରଥମ କିସ୍ତି ଟଙ୍କା । ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଆଜି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ଆସିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି (ସୋମବାର) ନିମାପଡାରେ ଏହି ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ଏ ପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି ।

ସୁଭଦ୍ରା ଯୋଜନାରେ ୧ କୋଟି ଆବେଦନକାରୀ

ଆଜି ସୁଦ୍ଧା 1 କୋଟି ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା 32 ଲକ୍ଷ ହିତାଧିକାରୀ NPCI (NPCI,national payment corporation of India) ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ସୁଦ୍ଧା ଯେତିକି ସଂଖ୍ୟାରେ NPCI ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । କ୍ଲିୟରରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀ ଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ବୋଲି ଏନସିପିଆଇ ସୂଚନା ଦେଇଛି ।

ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ ପ୍ରଥମ କିସ୍ତି

ପ୍ରଥମ ପର୍ଯ୍ୟୟରେ ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ୧୧ ଜଣ ଲୋକଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଗତ ସେପ୍ଟେମ୍ବର ୧୭ ତାରିଖ, ନିଜ ଜନ୍ମଦିନରେ ଓଡ଼ିଶା ଆସିଥିଲେ ଏବଂ ଓଡ଼ିଶାର ମହିଳାମାନଙ୍କୁ ସୁଭଦ୍ରା ଯୋଜନା କିସ୍ତି ବାବଦରେ ପ୍ରତି ମହିଳାଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରାଦନ କରିଥିଲେ । ସେପ୍ଟେମ୍ବର ୧୭ରେ ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ୧୨୫୦ କୋଟି ଟଙ୍କା ସୁଭଦ୍ରା ହିିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା ।

ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ସୁଭଦ୍ରା ଟଙ୍କା-

  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
  • ଆଜି ସୁଦ୍ଧା ଏକ କୋଟି ଡେଇଁବ ସୁଭଦ୍ରା ଆବେଦନ
  • ‘୯ରେ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା’
  • ‘୯ରେ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା’
  • ‘ଏକ କୋଟି ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା’
  • ‘୯ରେ SHG ମହିଳାଙ୍କ ହେବ ଋଣ ଛାଡ଼’
  • ‘୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଛାଡ଼ କରାଯିବ’

ସୁଭଦ୍ରା ଯୋଜନା ଖବର ପାଇଁ ଏହା ମଧ୍ୟ ପଢ଼ନ୍ତୁ

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Yojana Update

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଅକ୍ଟୋବର 9ରେ 40 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ମହିଳାଙ୍କୁ ମୋହନ ମାଝୀ ସରକାରଙ୍କ ଦଶହରା ଭେଟି - SUBHADRA YOJANA INSTALLMENT

Last Updated : 11 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.