ETV Bharat / sports

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ପୁଅ; ଦେଶ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଲେ ରୋହିତ - Commonwealth Powerlifting

Koraput Central University Student Rohit Patra : ଦକ୍ଷିଣ ଆଫ୍ରିକାରେ ଅୟୋଜିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଭାରତ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ରୋହିତ ପାତ୍ର । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

Rohit Patra won Gold and Silver Medals
Rohit Patra won Gold and Silver Medals (ETV Bharat)

କୋରାପୁଟ : ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଓଡ଼ିଆ ପୁଅଙ୍କୁ ଡବଲ ମେଡାଲ । ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ 120 କିଲୋଗ୍ରାମ(+) ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ବର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗ ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର । ଇଂଲଣ୍ଡର ୱିଲ୍‌ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲ୍ୟାଣ୍ଡର ଜ୍ୟାକ୍ ଗ୍ରାହମଙ୍କ ଭଳି ଶୀର୍ଷ ଆଥଲେଟଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରି ରୋହିତ ଏହି ଚମତ୍କାର ପ୍ରଦର୍ଶନ ସହ ତାଙ୍କ ବିଶ୍ବବିଦ୍ୟାଳୟ ଏବଂ ତାଙ୍କ ସହର କୋରାପୁଟ ସମେତ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି ।

ଦେଶର ଗୌରବ ରୋହିତ :-

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ରୋହିତଙ୍କ ଏହି ସଫଳତା କେବଳ ବିଶ୍ବବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛି ବୋଲି ମତ ରଖିଛନ୍ତି । ସେ କହିଛନ୍ତି, "ରୋହିତଙ୍କ ବିଜୟ କେବଳ ତାଙ୍କ ପାଇଁ ନୁହେଁ, ବରଂ ଆମ ବିଶ୍ବବିଦ୍ୟାଳୟ, ଆମ ରାଜ୍ୟ ଏବଂ ଆମ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ତାଙ୍କର କର୍ତ୍ତବ୍ୟ ଏବଂ ନିଷ୍ଠା ତାଙ୍କର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।" ଆଦିବାସୀ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା କୋରାପୁଟରେ ଏହି ସଫଳତା ଏବେ ପାୱାରଲିଫ୍ଟିଂ ଚାମ୍ପିୟନ ସୃଷ୍ଟି ପାଇଁ କୋରାପୁଟ ପରିଚିତ ହେବ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି ।

ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ଜିତିଥିଲେ 3 ସ୍ବର୍ଣ୍ଣ :-

ରୋହିତ ତାଙ୍କ ପିତା ଓ ଭାଇଙ୍କୁ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଶ୍ରେୟ ଦେଇଛନ୍ତି ଏବଂ ସେମାନଙ୍କ ନିରନ୍ତର ସମର୍ଥନକୁ ତାଙ୍କ ସଫଳତା ପଛର ଶକ୍ତି ବୋଲି ଦର୍ଶାଇଛନ୍ତି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ 3ଟି ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.