ETV Bharat / bharat

ଅସୁସ୍ଥତା ନେଇ ମୁହଁ ଖୋଲିଲେ ଟାଟା ଟାଇକୁନ, 'ସୁସ୍ଥ ଅଛି, ନିୟମିତ ଚେକ୍ ଅପ୍' - Ratan Tata Health Updates

ବିଶିଷ୍ଟ ଶିଳ୍ପପତି ରତନ ଟାଟା ଅସୁସ୍ଥ ଥିବା ଚର୍ଚ୍ଚା । ଖବରକୁ ଗୁଜବ କହିଲେ ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ । ସୁସ୍ଥ ଥିବା ଟ୍ବିଟ କରି ଦେଲେ ସୂଚନା ।

author img

By ETV Bharat Odisha Team

Published : 2 hours ago

Etv Bharat
Etv Bharat (Etv Bharat)

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ରକ୍ତରାପ ହ୍ରାସ ପାଇବାରୁ ଆଜି ସକାଳେ ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ନିଜ ଏକ୍ସରେ ପୋଷ୍ଟ କରି କହିଛନ୍ତି । ଚିନ୍ତାର କୌଣସି କାରଣ ନାହିଁ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆସିଥିଲି । ମୋତେ ନେଇ ପ୍ରସାରିତ ହେଉଥିବା ଗୁଜବ ଖବରଠାରୁ ଦୂରେଇ ରହିବାକୁ କହିଛନ୍ତି ଟାଟା ଟାଇକୁନ ।

ଅସୁସ୍ଥତା ଖବର ଗୁଜବ:

ଟ୍ବିଟ କରି ରତନ ଟାଟା କହିଛନ୍ତି, ''ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ଖବର ପ୍ରକାଶିତ ହେଉଛି, ଏହା ମୋତେ ଜଣା । ମୋର ବୟସ ହେତୁ ରେଗୁଲାର ଚେକଅପ କରୁଛି । ମୁଁ ପୂରା ସୁସ୍ଥ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ । ଜନସାଧାରଣ ଏବଂ ଗଣମାଧ୍ୟମକୁ ଅନୁରୋଧ କରୁଛି ଭୁଲ ତଥ୍ୟ ପ୍ରଚାର ନକରନ୍ତୁ । ''

ଏହା ମଧ୍ୟ ପଢନ୍ତୁ-Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

ଏହା ମଧ୍ୟ ପଢନ୍ତୁ-ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ରେଗୁଲାର ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ:

ରକ୍ତଚାପ ହ୍ରାସ ପାଇବାରୁ ଆଜି ସକାଳ ସମୟରେ ରତନ ଟାଟାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା । ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରତନଙ୍କୁ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା । କିନ୍ତୁ ଏହି ଖବରକୁ ଗୁଜବ ବୋଲି କହିଛନ୍ତି ନିଜେ ରତନ ଟାଟା । ରେଗୁଲାର ଚେକଅପ ପାଇଁ ସେ ହସ୍ପିଟାଲ ଯାଇଥିବା କହିଛନ୍ତି ।

ରତନ ଟାଟାଙ୍କ ବିଷୟରେ:

ଟାଟା ଗ୍ରୁପକୁ ଶିଖରରେ ପହଞ୍ଚାଇ ଥିବା ରତନ ଟାଟା ସାରା ଦେଶ ନୁହେଁ ବରଂ ସାରା ବିଶ୍ବରେ ଜଣେ ପ୍ରତିଷ୍ଠିତ ବ୍ୟବସାୟ ଭାବେ ବେଶ ପରିଚିତ । ବିଶ୍ବର ସଫଳ ବ୍ୟବସାୟୀମାନଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ଆସେ । ନିଜ ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ଏକ ଟ୍ରିଲିୟନ ଡଲାର ବିଶିଷ୍ଠ ବ୍ୟବସାୟ ପ୍ରତିଷ୍ଠା କରି ପାରିଛନ୍ତି । ଟାଟା ଟାଇକୁନ ରତନ ଟାଟାଙ୍କ ବୟସ ବର୍ତ୍ତମାନ 86 ବର୍ଷ । ଭାରତର ସେ ଜଣେ ସଫଳ ଉଦ୍ୟୋଗପତି । ତାଙ୍କର ପୂରା ନାମ ରତନ ନାଭାଲ ଟାଟା । 1937 ଡିସେମ୍ବର 28 ତାରିଖରେ ସେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ । ନିଜର କଠିନ ପରିଶ୍ରମ ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରତନ । କାର୍ଯ୍ୟରେ ରତନଙ୍କ ଯୋଗଦାନ ପାଇଁ ତାଙ୍କୁ ସରକାରଙ୍କ ପକ୍ଷରୁ ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ’ସିଏନଏନ-ଆଇବିଏନ ଇଣ୍ଡିଆନ ଅଫ ଦ ଇୟର’ ଭଳି ବିଜନେସ୍ ଆୱାର୍ଡ ମଧ୍ୟ ହାତେଇଛନ୍ତି । 1991 ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ରତନ ନାଭାଲ ଟାଟା ।

  • ଟାଟା ଗ୍ରୁପକୁ ଶିଖରରେ ପହଞ୍ଚାଇଛନ୍ତି ରତନ ଟାଟା
  • ଦେଶ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ
  • ବିଶ୍ବର ସଫଳ ବ୍ୟବସାୟୀଙ୍କ ମଧ୍ୟରେ ତାଙ୍କ ନାମ ଆସେ
  • ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ୧ ଟ୍ରିଲିୟନ ଡଲାର ବିଶିଷ୍ଠ କରି ପାରିଛନ୍ତି
  • ଟାଟା ଟାଇକୁନ ରତନ ଟାଟାଙ୍କ ବୟସ ୮୬ ବର୍ଷ
  • ସେ ଭାରତର ଜଣେ ସଫଳ ଉଦ୍ୟୋଗପତି
  • ତାଙ୍କ ପୂରା ନାମ ରତନ ନାଭାଲ ଟାଟା
  • 1937 ଡିସେମ୍ବର 28ରେ ଗୁଜୁରାଟ ସୁରଟରେ ଜନ୍ମ ଗ୍ରହଣ
  • ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରି ସାରିଛନ୍ତି
  • ’ସିଏନଏନ-ଆଇବିଏନ ଇଣ୍ଡିଆନ ଅଫ ଦ ଇୟର’ ଭଳି ବିଜନେସ ଆୱାର୍ଡ ମଧ୍ୟ ହାତେଇଛନ୍ତି
  • 1991ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ରହି ଆସିଛନ୍ତି ରତନ ଟାଟା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.