କୋରାପୁଟ: ନୟାଗଡ଼ର 5 ବର୍ଷ ଝିଅ ‘ପରି’କୁ ନ୍ୟାୟ ଦେବା ପାଇଁ କୋରାପୁଟରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ପକ୍ଷରୁ ବିକ୍ଷୋଭ । ତେବେ ଯେବେ ପର୍ଯ୍ୟନ୍ତ ଅରୁଣ ସାହୁ ମନ୍ତ୍ରୀ ପଦରେ ରହିଛନ୍ତି, ସେତେଦିନ ପର୍ଯ୍ୟନ୍ତ ନୟାଗଡ଼ର କୁନି ଝିଅ ପରୀ ଏବଂ ତା ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ଓ ମୃତ୍ୟୁର ନ୍ୟାୟ ମିଳିପାରିବ ନାହିଁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସ୍ତରୀୟ ସଦସ୍ୟା ସ୍ମୃତିସୁଧା ସାହୁ ମତ ରଖିଛନ୍ତି ।
କୋରାପୁଟ ଜଗନ୍ନାଥ ମନ୍ଦିର ଛକରେ ଆୟୋଜିତ ଏକ ପ୍ରତିବାଦ ସଭାରେ ପରିଷଦର ସଦସ୍ୟ ରାଜ୍ୟରେ ମହିଳା ସୁରକ୍ଷା ବିଗିଡି ଯାଇଥିବାର ଅଭିଯୋଗ କରି ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ