କୋରାପୁଟ: ସେମିଳିଗୁଡା ମହାବିଦ୍ୟାଳୟ ପାହାଡ ଉପରେ ଏକ ବନ୍ଦ ଅଖା ମଧ୍ୟରୁ ଏକ ନବଜାତ ଶିଶୁକନ୍ୟାକୁ ଚାଇଲ୍ଡଲାଇନ ଉଦ୍ଧାର କରିଛି । ଦୁଇ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି । ତେବେ ବନ୍ଦ ଅଖା ମଧ୍ୟରୁ ଶିଶୁର କାନ୍ଦ ଶୁଣାଯିବା ପରେ କିଛି ବ୍ୟକ୍ତି ଚାଇଲ୍ଡ ଲାଇନକୁ ଜଣାଇଥିଲେ ।
ଏହା ପରେ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ତେବେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡିସିପିଓ ସୁଶ୍ରୀ ଦାସ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ