ETV Bharat / state

ପାହାଡିଆ ଭୂଇଁରେ ସବୁଜିମା ସ୍ବପ୍ନ ଭରିଲା ମନରେଗା - ସବୁଜିମାରେ ପୁରିଲା ପାହାଡିଆ ଭୂଇଁ

ସ୍ବଚ୍ଛଳ ନଥିଲା ଗାଁର ଆର୍ଥିକ ସ୍ଥିତି। ବର୍ଷାଦିନ ବ୍ୟତୀତ ଉପର ମୁଣ୍ଡର ଶହ ଶହ ଏକର ଜମି ପଡିଆ ହୋଇ ରହୁଥିଲା । ଫଳରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କସନ୍ଦି ପଞ୍ଚାୟତ ଅନ୍ତର୍ଗତ ପେଦାଡ଼ାବା ଗ୍ରାମର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଥିଲେ । ଏବେ କିନ୍ତୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମ ଧନ୍ଦା ପାଇଛନ୍ତି ଗାଁଲୋକେ । ଟାଙ୍ଗରା ଭୂଇଁରେ ଚାଷ କରିବାରେ ସଫଳ ହୋଇଛନ୍ତି ଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନରେଗା ପାଇଁ ସବୁଜିମାରେ ପୁରିଲା ପାହାଡିଆ ଭୂଇଁ

author img

By

Published : Feb 12, 2020, 11:26 PM IST

କୋରାପୁଟ: କ୍ଷେତରେ ସବୁଜ ତଟକା ପନିପରିବା । ଆଉ ସେହି ଅମଳକୁ ଦେଖି ଚାଷୀ ମୁହଁରେ ଖିଲି ଖିଲି ହସ । ଏ ଦୃଶ୍ୟ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପେଦାଡ଼ାବା ଗାଁର ପାହାଡିଆ ଭୂଇଁର । ଯେଉଁଠାରେ ବର୍ଷା 4 ମାସକୁ ଛାଡିଦେଲେ ଅନ୍ୟ ସମୟରେ ଟାଙ୍ଗରା ଭୂଇଁ ପାଲଟୁଥିଲା କ୍ଷେତ । ଆଉ ତାପରର ଦୃଶ୍ୟ ଆପଣଙ୍କ ଆଗରେ । ମନରେ ପ୍ରଶ୍ନ ନିଶ୍ଚିତ ଯେ, ପାହାଡିଆ ଇଲାକାରେ ଧାନ, ମାଣ୍ଡିଆ ପରି ଭଳିକି ଭଳି ଶସ୍ୟ ସାଙ୍ଗକୁ କିସମ କିସମର ପନିପରିବା ଚାଷ ସମ୍ଭବପର ହେଲା କିପରି ? ତେବେ ଏସବୁ କେବଳ ସମ୍ଭବ ହୋଇପାରିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମାଧ୍ୟମରେ ।

ମନରେଗା ପାଇଁ ସବୁଜିମାରେ ପୁରିଲା ପାହାଡିଆ ଭୂଇଁ

ସ୍ବଚ୍ଛଳ ନଥିଲା ଗାଁର ଆର୍ଥିକ ସ୍ଥିତି । ପାହାଡ ଉପରୁ ଗଦ ଗଦ ହୋଇ ବହିଯାଉଥିବା ଝରଣା ପାଣି ପହଞ୍ଚି ପାରୁନଥିଲା ଗାଁର ତଳ ମୁଣ୍ଡକୁ । ବର୍ଷାଦିନ ବ୍ୟତିତ ଉପର ମୁଣ୍ଡର ଶହ ଶହ ଏକର ଜମି ପଡିଆ ହୋଇ ରହୁଥିଲା । ଫଳରେ ନନ୍ଦପୁର ବ୍ଲକର କସନ୍ଦି ପଞ୍ଚାୟତ ଅନ୍ତର୍ଗତ ପେଦାଡ଼ାବା ଗ୍ରାମର ଲୋକେ ଦାଦନ ଖଟିବାକୁ ବିଶାଖାପାଟଣା ଓ ଅନ୍ୟାନ୍ୟ ସହରକୁ ଯିବା ପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏନଆରଇଜିଏସ) ମାଧ୍ୟମରେ ଦୂର ପାହାଡ଼ରୁ ବୋହି ଯାଉଥିବା ଜଳଧାରାକୁ ଗାଁ ଭିତରକୁ ଫିଲ୍ଡ଼ କେନାଲ ଦେଇ ଅଣାଯିବା ପରେ ବର୍ତ୍ତମାନ ଗାଁର ସ୍ଥିତି ବଦଳିଛି । ଉପର ମୁଣ୍ଡରେ ଥିବା 150 ଏକର ଜମିରେ ଜଳସେଚନ କରାଯାଇପାରିଛି । ବର୍ଷ ତମାମ ଧାନ, ମାଣ୍ଡିଆ ଭଳି ଶସ୍ୟ ଉତ୍ପାଦନ କରିବା ସହ ଭଳିକି ଭଳି ପନିପରିବା ଚାଷ କରି ଗ୍ରାମବାସୀ ଭଲ ରୋଜଗାର କରୁଛନ୍ତି । ଗାଁରୁ ଦାଦନ ଖଟିବାକୁ କେହି ଯାଉନଥିବା ପଞ୍ଚାୟତ ସରପଞ୍ଚ ରଘୁନାଥ ଖରା ଜଣାଇଛନ୍ତି ।

ଏହି ଗାଁର ସଫଳତା ତାଙ୍କୁ ଅନ୍ୟ ଗାଁ ବୁଡିକରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥିବା ସେ ଜଣାଇଛନ୍ତି । ବର୍ଷ ତମାମ ରୋଜଗାର ମିଳିବାର ପ୍ରଭାବ ଗାଁରେ ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହ ଏକ ସୁସ୍ଥ ଜୀବନ ଧାରା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି । ଫଳରେ ସମଗ୍ର ଗାଁ ବର୍ତ୍ତମାନ ମଦ ମୁକ୍ତ ହୋଇପାରିଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ପୂର୍ବେ ଏନଆରଇଜିଏସ କହିଲେ କେବଳ ରାସ୍ତା କାମକୁ ହିଁ ବୁଝାଉଥିଲା । କିନ୍ତୁ ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ କରିବା ସହିତ ଫିଲଡ଼ କେନାଲ ତିଆରି କରିବା ଭଳି ନୂତନ କାର୍ଯ୍ୟ କରିବା ଦ୍ବାରା ଲୋକେ କାମ ପାଇବା ସହ ଦୀର୍ଘସ୍ଥାୟୀ ରୋଜଗାରର ପନ୍ଥା ସୃଷ୍ଟି କରି ଲାଭବାନ ହେଉଛନ୍ତି ।

ପୂର୍ବ ଅପେକ୍ଷା ଏହି ଯୋଜନାରେ ମଜୁରୀ ଅର୍ଥ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆସିଥିବା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ଡିଆରଡିଏର ଏପିଡ଼ି ମହେଶ ନାୟକ ଜଣାଇଛନ୍ତି । ଜିଲ୍ଲାରେ କସନ୍ଦି ପଞ୍ଚାୟତରେ ଏନଆରଇଜିଏସ ମାଧ୍ୟମରେ ହୋଇଥିବା ଅଭିନବ ପ୍ରୟାସ ଓ ଜିଲ୍ଲାର ସାମଗ୍ରିକ ଉପଲବ୍ଧିକୁ ଆଖିରେ ରଖି କସନ୍ଦି ପଞ୍ଚାୟତକୁ ଏବଂ କୋରାପୁଟ ଜିଲ୍ଲାକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ସଫଳତାର ଏହି ସୋପାନ ହାସଲ କରିବା ପରେ ଏହି ଯୋଜନାର ଲାଭ ଅଧିକରୁ ଅଧିକ ଲୋକ କିପରି ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.