ETV Bharat / state

ଦାଦନ ସମସ୍ୟା ନିୟନ୍ତ୍ରଣ ପାଇଁ କୋରାପୁଟରେ କର୍ମଶାଳା - ଦାଦନ ସମସ୍ୟା ନେଇ କୋରାପୁଟରେ କର୍ମଶାଳା

କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଅନେକ ଲୋକ ନିଜ ଅଞ୍ଚଳ ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ବା ଦେଶକୁ ଚାଲି ଯଆନ୍ତି । ସେପଟେ ସେମାନଙ୍କ ସରଳତାର ଫାଇଦା ଉଠାଇ ଥାଆନ୍ତି ମାଲିକ ବା ବିଭିନ୍ନ କମ୍ପାନୀ । ଅନେକ ବର୍ଷ ଧରି ଗୋତି ଶ୍ରମିକ ଓ ଶିଶୁ ଶ୍ରମିକ ସଂକ୍ରାନ୍ତରେ ସର୍ଭେ କରା ନଯିବା ଏହାର ଏକ ମୁଖ୍ୟ କାରଣ । ଅଧିକ ପଢ଼ନ୍ତୁ

ଦାଦନ ସମସ୍ୟା ନିୟନ୍ତ୍ରଣ ପାଇଁ କୋରାପୁଟରେ କର୍ମଶାଳା ଆୟୋଜିତ

author img

By

Published : May 3, 2022, 4:51 PM IST

କୋରାପୁଟ: ଦାଦନ ଶ୍ରମିକ ଏବେ ସାରା ରାଜ୍ୟରେ ମୁଖ୍ୟ ସମସ୍ୟା ରୂପରେ ଉଭା ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ଆଣିବାକୁ ସକ୍ରେଟେସ , ଏଇଡ ଆଟ୍‌ ଆକ୍ସନ, ନ୍ୟାସନାଲ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଓ ଶୋଭା ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ଆଞ୍ଚଳିକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ସହ କିଛି ସରକାରୀ ଅଧିକାରୀ, କିଛି ରାଜନୈତିକ ବ୍ୟକ୍ତିତ୍ବ ଓ କିଛି ପୂର୍ବତନ ଦାଦନ ଉପସ୍ଥିତ ରହିଥିଲେ ।

ଦାଦନ ସମସ୍ୟା ନିୟନ୍ତ୍ରଣ ପାଇଁ କୋରାପୁଟରେ କର୍ମଶାଳା ଆୟୋଜିତ

କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଅନେକ ଲୋକ ନିଜ ଅଞ୍ଚଳ ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ବା ଦେଶକୁ ଚାଲି ଯାଆନ୍ତି । ସେପଟେ ସେମାନଙ୍କ ସରଳତାର ଫାଇଦା ଉଠାଇ ଥାଆନ୍ତି ମାଲିକ ବା ବିଭିନ୍ନ କମ୍ପାନୀ । ଅନେକ ବର୍ଷ ଧରି ଗୋତି ଶ୍ରମିକ ଓ ଶିଶୁ ଶ୍ରମିକ ସଂକ୍ରାନ୍ତରେ ସର୍ଭେ କରା ନଯିବା ଏହାର ଏକ ମୁଖ୍ୟ କାରଣ । କୋରାପୁଟ ଜିଲ୍ଲା ଆଦିବାସୀ ଆଜି ବି ଅଭାବ ଅନଟନରେ ଦିନ କାଟୁଛନ୍ତି । ଯେଉଁଥିପାଇଁ ସେମାନେ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି ।

ତେବେ ସେମାନଙ୍କୁ ଦାଦନ ଖଟାଇବାକୁ ନେଇ ଯାଉଥିବା ମଧ୍ୟସ୍ତି ବା କମ୍ପାନୀ ଶ୍ରମିକଙ୍କ ପଞ୍ଜୀକରଣ କରାଇବା ଆବଶ୍ୟକ । ଅନେକ ସମୟରେ ଦାଦନ ପଞ୍ଜୀକରଣ କରିନଥିବା ଦାଦନ କୌଣସି ସମସ୍ୟାରେ ପଡ଼ିଲେ ସେମାନଙ୍କୁ ସହୟତା ଦେବା ମୁସ୍କିଲ୍‌ ହୋଇପଡ଼େ । ତା ଛଡ଼ାରେ ରାଜ୍ୟ ଶ୍ରମ ବିଭାଗରେ କର୍ମଚାରୀ କମ ଥିବାରୁ ସମସ୍ତ ଶ୍ରମିକଙ୍କ ପଞ୍ଜୀକରଣ କରାଇବା ମଧ୍ୟ ସମ୍ଭବପର ହୋଇ ପାରୁନି । ଯେଉଁମାନଙ୍କ ପଞ୍ଜୀକରଣ ହେଉନି, ସେମାନେ ଲୁଚିଲୁଚି ଅନ୍ୟ ରାଜ୍ୟରେ ଖଟିବାକୁ ଚାଲି ଯାଉଥିବା କଥା କହିଛନ୍ତି କୋରାପୁଟ ଅତିରିକ୍ତ ଶ୍ରମ ଅଧିକାରୀ ।

ତେବେ ପଞ୍ଚାୟତ ସ୍ତରରେ କିଭଳି ଜନ ପ୍ରତିନିଧି ଏହି ସମସ୍ୟାକୁ ନିୟନ୍ତ୍ରଣ କରି ପାରିବେ ତାହା କର୍ମଶାଳାରେ ଆଲୋଚନା ହୋଇଥିଲା । ତା ସହିତ ଶୋଭା ସଂଗଠନର ସହଯୋଗରେ କିଛି ଦାଦନ ବର୍ତ୍ତମାନ ପରଦେଶକୁ ନଯାଇ ନିଜ ଅଞ୍ଚଳରେ କିଭଳି ରୋଜଗାର କରି ପାରୁଛନ୍ତି ତାହା ଏହି କର୍ମଶାଳାରେ ବର୍ଣ୍ଣନା କରିଥିଲେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.