ETV Bharat / state

'ନୂତନ ଜାତୀୟ ଶିକ୍ଷା ନୀତି ଭାରତକୁ ବିଶ୍ବ ଗୁରୁ କରାଇବାରେ ସହଯୋଗ କରିବ' - ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂତନ ଶିକ୍ଷା ନୀତିକୁ ନେଇ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ବୈଠକ ଆୟୋଜିତ ହୋଇଛି । ଜାତୀୟ ଶିକ୍ଷା ନୀତି 2020 (NEP 2020) ସରକାରଙ୍କ ଦ୍ୱାରା ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ରୂପାନ୍ତର ପାଇଁ କରାଯାଇଛି । ଅଧିକ ପଢ଼ନ୍ତୁ

ନୂତନ ଜାତୀୟ ଶିକ୍ଷା ନୀତି ଭାରତକୁ ବିଶ୍ବ ଗୁରୁ କରାଇବାରେ ସହଯୋଗ କରିବ

author img

By

Published : Jul 21, 2023, 10:40 PM IST

ନୂତନ ଜାତୀୟ ଶିକ୍ଷା ନୀତି ଭାରତକୁ ବିଶ୍ବ ଗୁରୁ କରାଇବାରେ ସହଯୋଗ କରିବ

କୋରାପୁଟ: ନୂତନ ଜାତୀୟ ଶିକ୍ଷା ନୀତି ଭାରତକୁ ବିଶ୍ବ ଗୁରୁ କରାଇବାରେ ସହଯୋଗ କରିବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି । ବୁଧବାର ଜାତୀୟ ଶିକ୍ଷା ନୀତିକୁ ନେଇ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜାତୀୟ ସ୍ତରରେ ଶିକ୍ଷାର ନିରନ୍ତର ବିକାଶ କିଭଳି ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରି ପ୍ରତିଟି ଅନୁଷ୍ଠାନରେ ଚାଲିଥିବା ସୃଜନଶୀଳ କାର୍ଯ୍ୟକୁ ବିସ୍ତାର କରିବାର ଉଦେଶ୍ୟରେ ଏହି ବୈଠକ ବସିଥିଲା ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି,"କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ଏକ ମୁକ୍ତ ଶିକ୍ଷଣୀୟ ପରିବେଶରେ ଅଧ୍ୟୟନ କରୁଛନ୍ତି । ନିଜନିଜ କଳା ଓ ଦକ୍ଷତାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରି ଏହି ଅନୁଷ୍ଠାନଗୁଡିକ ପୁରସ୍କୃତ ହେଉଛନ୍ତି । ଏହି ଅନୁଷ୍ଠାନ ଗୁଡିକରେ କିପରି ଛାତ୍ରଛାତ୍ରୀଙ୍କ ବହିବସ୍ତାନୀର ବୋଝ କମିବ ଓ ଆନନ୍ଦମୟ ଶିକ୍ଷାରେ ଅଗ୍ରଗତି ଘଟିବ ସେ ଦିଗରେ ନିରନ୍ତର କାର୍ଯ୍ୟ କରାଯାଉଛି । ସମସ୍ତ ଅନୁଷ୍ଠାନଗୁଡିକ ମଧ୍ୟରେ ସମନ୍ୱୟ ସ୍ଥାପନ କରାଗଲେ ଛାତ୍ରଛାତ୍ରୀ ଏହି ନୂତନ ଶୀର୍ଷକୁ ଛୁଇଁ ପାରିବେ ।"

ଜାତୀୟ ଶିକ୍ଷା ନୀତି 2020 (NEP 2020) ସରକାରଙ୍କ ଦ୍ୱାରା ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ରୂପାନ୍ତର ପାଇଁ କରାଯାଇଥିଲା । ଏକବିଂଶ ଶତାବ୍ଦୀର ଶିକ୍ଷାରେ ଭାରତର ପରମ୍ପରା ଏବଂ ମୂଲ୍ୟବୋଧ ପ୍ରଣାଳୀ ସହିତ ନିରନ୍ତର ବିକାଶ ପାଇଁ NEP କାର୍ଯ୍ୟ କରୁଛି । କୋରାପୁଟର ସମସ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ଏହି ସମ୍ବାଦିକ ସମ୍ମିଳନୀରେ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି, "ଜାତୀୟ ଶିକ୍ଷା ନୀତି ଫଳରେ ଶିକ୍ଷାର ମାନ ବିକାଶ ଘଟିଛି । ଯାହା ଫଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଭାଷା ଲାବୋରେଟୋରୀ ପ୍ରତିଷ୍ଠା କରାଯାଇଛି । ଭାଷା ଉପରେ ଗବେଷଣା ଚାଲିଥିବାବେଳେ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍, ଭାଷା, ସଂସ୍କୃତି, ଦେଶପ୍ରେମ ଏବଂ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇଛି । ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଓଡିଆ ସାହିତ୍ୟ ଉପରେ ଅନୁବାଦ କାର୍ଯ୍ୟ ଚାଲିଛି ।"

ଏହାସହ ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ସୃଷ୍ଟି କରିବାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇଛି । କୁଇ ଭାଷାରେ ପାଠ୍ୟ ସାମଗ୍ରୀ ପ୍ରକାଶନ ପାଇଁ ପ୍ରୟାସ ଚଳାଇଛି କେନ୍ଦ୍ରୀୟ ବିଶ୍ବ ବିଦ୍ଯାଳୟ । କୋରାପୁଟ ସ୍ଥିତ ଜବହାର ନବୋଦୟ ବିଦ୍ୟାଳୟ ଏବଂ କୋରାପୁଟ ଓ ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଭାଷା ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଯାହାକି ଭାରତୀୟ ଭାଷା ଉପରେ ଏକ ବିଶେଷ ଧ୍ୟାନ ଦେଇ ମାତୃଭାଷା, ଓଡିଆ ଏବଂ ହିନ୍ଦୀକୁ ପୃଷ୍ଠ ପୋଷକତା କରୁଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.