ETV Bharat / state

କୋରାପୁଟରେ ଯୋଜନା ବୋର୍ଡ ବୈଠକ: ମୌଳିକ ସୁବିଧା ଯୋଗାଇଦେବାକୁ ବିଧାୟକ ବାହିନୀପତିଙ୍କ ଦାବି

କୋରାପୁଟ ଜିଲ୍ଲା ସଦ୍ଭାବନା ଗୃହରେ ଏକ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେତକ ଜନପ୍ରତିନିଧି ଯୋଗଦେଇ ସରକାରୀ ଯୋଜନା ବାବଦରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ....

author img

By

Published : Nov 5, 2020, 7:47 PM IST

Updated : Nov 5, 2020, 8:00 PM IST

କୋରାପୁଟରେ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ
କୋରାପୁଟରେ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

କୋରାପୁଟ: ଜିଲ୍ଲା ସଦ୍ଭାବନା ଗୃହରେ ଆଜି(ଗୁରୁବାର) ଜିଲ୍ଲାର ଏକ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କୋରାପୁଟର ଯେଉଁସବୁ ଅଞ୍ଚଳକୁ ସରକାରୀ ଯୋଜନା ମାଧ୍ୟରେ ରାସ୍ତା, ବିଜୁଳି ଓ ଜଳ ଭଳି ଅତ୍ୟାବଶ୍ୟକ ସୁବିଧା ପହଞ୍ଚିପାରିନାହିଁ ସେହି କ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିଜୁ କେବିକେ ଯୋଜନାର ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ବିଭାଗ ସମେତ ଜାତୀୟ ରାଜପଥ କାର୍ଯ୍ୟାଳୟ ପାଇଥିବା ଅର୍ଥକୁ ଉନ୍ନତି କ୍ଷେତ୍ରରେ ଖର୍ଚ୍ଚ କରିପାରୁ ନଥିବାବେଳେ ବନବିଭାଗ କେଉଁ କ୍ଷେତ୍ରରେ ଅର୍ଥରାଶି ବ୍ୟୟ କରୁଛି, ତାହା ମଧ୍ୟ ଜଣାପଡୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ମୌଳିକ ସୁବିଧା ଯୋଗାଇଦେବାକୁ ବିଧାୟକ ବାହିନୀପତିଙ୍କ ଦାବି

ଅନ୍ୟପଟେ କୋରାପୁଟ ସାଂସଦ ସପ୍ତଗିରି ଉଲାକା କ୍ଷୋଭବ୍ୟକ୍ତ କରି କହିଛନ୍ତି ଯେ, ବିଭିନ୍ନ ସମୟରେ ବୈଠକ ଡାକି ଜନ ପ୍ରତିନିଧିମାନଙ୍କ ଠାରୁ ପ୍ରସ୍ତାବିତ ପ୍ରକଳ୍ପର ଯୋଜନାକୁ ଗ୍ରହଣ କରୁଥିଲେ ମଧ୍ୟ ସେଗୁଡିକର ସ୍ଥିତି ଓ ଅଗ୍ରଗତି ବାବଦରେ ସଦସ୍ୟମାନେ ଜାଣିପାରୁନାହାଁନ୍ତି । ସେହିପରି ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ସେମାନଙ୍କ ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହ ଜିଲ୍ଲା ଯୋଜନା ବୋର୍ଡରେ ଅନୁମୋଦିତ ଅଟକଳ ହୋଇଥିବା ଅର୍ଥରାଶି ଖର୍ଚ୍ଚ ହୋଇପାରୁନଥିବା ନେଇ ଗୃହରେ ଚର୍ଚ୍ଚା ହୋଇଥିଲା । ତେବେ କୋରୋନା ଯୋଗୁଁ ଅଟକଳ ହୋଇଥିବା ରାଶି ଖର୍ଚ୍ଚ ହୋଇପାରିନଥିବା ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ କହିଛନ୍ତି । ଏହି ବୈଠକରେ ବିଜୁ କେବିକେ ଯୋଜନାରେ ଅଟକଳ ହୋଇଥିବା 21 କୋଟି ଟଙ୍କାକୁ କେଉଁ କେଉଁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇ ଥିବାବେଳେ ବିଭିନ୍ନ ବିଭାଗ ଦ୍ଵାରା କରାଯାଇଥିବା 1200 କୋଟି ଟଙ୍କାର ବିଲଗୁଡିକର ଅନୁମୋଦନ କରାଯାଇଛି ବୋଲି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 5, 2020, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.