ETV Bharat / state

ଆସ୍ଥା-ବିଶ୍ବାସର ପ୍ରତୀକ ‘ବାଲ୍ମିକୀ ଆଶ୍ରମ’ - ବାଲ୍ମିକୀ ଆଶ୍ରମ

ଆସ୍ଥା ଓ ବିଶ୍ବାସର ଅନନ୍ୟ ପରିଚୟ ଓଡିଶା । ଏଭଳି ଏକ ବିଶ୍ବାସର ସ୍ଥାନ ହେଉଛି ସଦର ମହକୁମାଠାରୁ 90 କିଲୋମିଟର ଦୂରରେ ଓଡିଶା-ଆନ୍ଧ୍ର ସୀମାସ୍ଥିତ ନନ୍ଦପୁର ବ୍ଲକ ପାନ୍ତଲୁନ ପଞ୍ଚାୟତ ଅନ୍ତର୍ଗତ ମୁକ୍ତିଆମ୍ବ ଗାଁ । ଯେଉଁଠାରେ ଶ୍ରଦ୍ଧା ଓ ବିଶ୍ବାସର ପ୍ରତୀକ ବାଲ୍ମିକୀ ଆଶ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 7, 2019, 1:28 PM IST

କୋରାପୁଟ: ଆସ୍ଥା ଓ ବିଶ୍ବାସର ଅନନ୍ୟ ପରିଚୟ ଓଡିଶା । ଏଠାରେ ସମସ୍ତ ଧର୍ମୀୟ ଭାବନାକୁ ସମ୍ମାନ ସହ ମିଳିଥାଏ ସମାନ ସ୍ଥାନ । ଏଭଳି ଏକ ବିଶ୍ବାସର ସ୍ଥାନ ହେଉଛି ସଦର ମହକୁମାଠାରୁ 90 କିଲୋମିଟର ଦୂରରେ ଓଡିଶା-ଆନ୍ଧ୍ର ସୀମାସ୍ଥିତ ନନ୍ଦପୁର ବ୍ଲକ ପାନ୍ତଲୁନ ପଞ୍ଚାୟତ ଅନ୍ତର୍ଗତ ମୁକ୍ତିଆମ୍ବ ଗାଁ । ଯେଉଁଠାରେ ଶ୍ରଦ୍ଧା ଓ ବିଶ୍ବାସର ପ୍ରତୀକ ବାଲ୍ମିକୀ ଆଶ୍ରମ ।

ବାଲ୍ମିକୀଙ୍କ ପରି ବେଶ୍‌ ଶ୍ରଦ୍ଧା ଓ ବିଶ୍ବାସରେ ଭରା ଏହି ଆଶ୍ରମର ପରିବେଶ । ପ୍ରତି ଅନୁଗାମୀଙ୍କୁ ଏଠାରେ ମିଳେ ଶାନ୍ତି ଓ ମୈତ୍ରୀର ମନ୍ତ୍ର । ତେଣେ ଅକ୍ଷୟ ତୃତୀୟା ଏଠାକାର ଏକ ପ୍ରସିଦ୍ଧ ପର୍ବ ହୋଇଥିବାରୁ ମଙ୍ଗଳବାର ଏଠାରେ ଜମିଛି ଭକ୍ତଙ୍କ ସମାଗମ । ଏନେଇ ସୋମବାରଠାରୁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ରାମାୟଣର ରଚୟିତା ବାଲ୍ମିକୀ ତପସ୍ୟା କରୁ କରୁ ଉଈ ହୁଙ୍କା ପାଲଟିଥିଲେ । ଠିକ୍‌ ସେହିପରି ବହୁ ବର୍ଷ ପୂର୍ବେ ଦୟାନିଧି ବାବା ତପସ୍ୟା କରିବା ପରେ ସୃଷ୍ଟି ହୋଇଥିଲା ଉଈ ହୁଙ୍କା । ବାବା ରହୁଥିବା ସ୍ଥାନଟି ରକ୍ଷଣାବେକ୍ଷଣା ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାବେଳେ ଉଈ ହୁଙ୍କାଟି ଏବେ ବି ଅକ୍ଷତ ଅବସ୍ଥାରେ ରହିଛି । ତେଣୁ ସେବେଠାରୁ ଏହା ବାଲ୍ମିକୀ ଆଶ୍ରମ ଭାବେ ଖ୍ୟାତି ଅର୍ଜନ କରିଆସିଛି ।

ବାବା ଦୟାନିଧିଙ୍କ ଆଶ୍ରମରେ ରହିଥିଲେ ବାବାଙ୍କର ଅନେକ ଅନୁଗାମୀ । ତେବେ ଏହି ମୁକ୍ତିଆମ୍ବ ଗାଁର ନାମକରଣ ମଧ୍ୟ ବାବା କରିଥିବା ନେଇ ବିଶ୍ବାସ ରହିଛି । ଆଶ୍ରମରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ନେଇ ଶିକ୍ଷା ଦିଆଯାଉଥିଲା । ଦୀର୍ଘ ବର୍ଷ ଧରି ଆଶ୍ରମକୁପ ସୂଚାରୁ ରୂପେ ପରିଚାଳିତ କରିବା ପରେ ବାବା ବର୍ତ୍ତମାନ ଆନ୍ଧ୍ରପ୍ରଦେଶସ୍ଥିତ ପାଡେରୁ ଯାଇ ସେଠାରେ ସମାଧି ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ବାବା ପୁନଃ ଜନ୍ମ ଗ୍ରହଣ କରି ଗାଁକୁ ଫେରିଥିଲେ ମଧ୍ୟ ଲୋକଙ୍କ ଅବିଶ୍ବାସ ଯୋଗୁଁ ସେ ପୁଣି ଆନ୍ଧ୍ରପ୍ରଦେଶ ଫେରିଯାଇଥିଲେ ।

ତେବେ ବାବାଙ୍କ ଯିବ ପରଠାରୁ ଏହି ଆଶ୍ରମର ଆଦିବାସୀ ପୂଜକ ରାମବାବୁ ଏଠାରେ ଆଶ୍ରମକୁ ସମ୍ଭାଳି ଆସୁଛନ୍ତି । ଏଥିସହ ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଆଶ୍ରମରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଆସୁଛନ୍ତି । ସୁଉଚ୍ଚ ପର୍ବତ ଶିଖରରେ ଥିବା ରାଜା ଗୁମ୍ଫା ଓ ପାଦ ଦେଶରେ ଆଶ୍ରମର ଶାନ୍ତ ଶୀତଳ ପରିବେଶ ମଧ୍ୟରେ କିଛି ସମୟ ବିତାଇବା ପାଇଁ ପର୍ଯ୍ୟଟକ ପ୍ରତିବର୍ଷ ଏହି ସମୟରେ ଆସିଥାନ୍ତି । ପର୍ଯ୍ୟଟନ ବିଭାଗ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ସିମେଣ୍ଟ ବେଞ୍ଚର ସୁବିଧା ଯୋଗାଇ ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.