ETV Bharat / state

‘650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପିଜି ଖୋଲିବା ପାଇଁ ସୁଯୋଗ ଆଣିଦେବ’ - ସହିଦ ଲକ୍ଷ୍ମଣ ନାୟକ ମେଡିକାଲ

ଆସନ୍ତା ତିନି ବର୍ଷ ମଧ୍ୟରେ କୋରାପୁଟରେ ହସ୍ପିଟାଲଟିର ନିର୍ମାଣ ସମାପ୍ତ କରିବା ପାଇଁ ଠିକା ନେଇଥିବା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

650 ସଜ୍ଜା ବିଶିଷ୍ଟ ହସ୍ପିଟାଲ ପିଜି ଖୋଲିବା ପାଇଁ ସୁଯୋଗ ଆଣିଦେବ

author img

By

Published : Dec 10, 2020, 1:15 PM IST

Updated : Dec 10, 2020, 4:05 PM IST

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ 650 ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଖୋଲିବା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ବାଳ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆସନ୍ତା 3 ବର୍ଷ ମଧ୍ୟରେ କୋରାପୁଟର ମେଡିକାଲ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିହେବ ବୋଲି ଜଣାଇଛନ୍ତି ।

‘650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପିଜି ଖୋଲିବା ପାଇଁ ସୁଯୋଗ ଆଣିଦେବ’

କୋରାପୁଟ ସ୍ଥିତ ମେଡିକାଲ କଲେଜ ଓ ଫୁଲବାଣୀରେ ସ୍ଥାପିତ ହେଉଥିବା ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ 680 କୋଟି ଟଙ୍କାର ଅନୁଦାନର ଘୋଷଣା କରିବା ସହିତ ଆସନ୍ତା ତିନି ବର୍ଷ ମଧ୍ୟରେ କୋରାପୁଟରେ ହସ୍ପିଟାଲଟିର ନିର୍ମାଣ ସମାପ୍ତ କରିବା ପାଇଁ ଠିକା ନେଇଥିବା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ, ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ମାଝୀ, କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ଅନ୍ୟାନ୍ୟ ନେତୃବୃନ୍ଦ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ତରଫରୁ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 10, 2020, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.