ETV Bharat / state

ନାଲକୋ ପ୍ରତିଷ୍ଠାରେ କେତେ ପ୍ରଗତିଶୀଳ ପ୍ରଭାବିତ ଅଞ୍ଚଳ, ରିପୋର୍ଟ ଦେଲେ ସିଏମଡି - ସିଏମଡି

କୋରାପୁଟର ଦାମନଯୋଡି ଠାରେ ବକ୍ସାଇଟ ଖଣି ଖନନ ପାଇଁ ପ୍ରତିଷ୍ଠା ହୋଇଥିଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ। ତେବେ ଏହାର ପ୍ରତିଷ୍ଠା ହେବା ପରେ ଏହା ଦ୍ବାରା ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ପ୍ରଗତି କ୍ଷେତ୍ରରେ କମ୍ପାନୀ କେଉଁ କାର୍ଯ୍ୟକୁ ସମ୍ପାଦିତ କରିଛି ଓ କଣ ହୋଇ ପାରିନାହିଁ ସେ ନେଇ ଏକ ସମୀକ୍ଷା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 15, 2019, 10:59 AM IST

କୋରାପୁଟ: କୋରାପୁଟ ଦାମନଯୋଡି ଠାରେ ବକ୍ସାଇଟ ଖଣି ଖନନ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋର ପ୍ରତିଷ୍ଠା କରାଯାଇଥିଲା। ତେବେ ଏହାର ପ୍ରତିଷ୍ଠା ହେବା ପରେ ଏହା ଦ୍ବାରା ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ପ୍ରଗତି କ୍ଷେତ୍ରରେ କମ୍ପାନୀ କେଉଁ କାର୍ଯ୍ୟଗୁଡିକ ଏପର୍ଯ୍ୟନ୍ତ ସମ୍ପାଦିତ କରିଛି ଓ କଣ କରି ପାରିନାହିଁ ସେ ନେଇ ଏକ ସମୀକ୍ଷା କରାଯାଇଛି। ଦାମନଯୋଡି ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଲକୋ ସିଏମଡି ତପନ କୁମାର ଚାନ୍ଦ ଏ ବିଷୟରେ ଜଣାଇଛନ୍ତି।

କମ୍ପାନୀ ଦ୍ବାରା ଏହି ଅଞ୍ଚଳର ପ୍ରଭାବିତ ବ୍ୟକ୍ତିଙ୍କ ହିତ ସାଧନ କରିବା ପାଇଁ ନାଲକୋ ଅନେକ ପ୍ରଗତିମୂଳକ କାର୍ଯ୍ୟ କରିଥିବା ବେଳେ ଆଉ କିଛି କରିବାକୁ ବାକି ରହିଥିବା ସିଏମଡି ସ୍ବୀକାର କରିଛନ୍ତି। ତେବେ ନାଲକୋ ଦ୍ବାରା ବକ୍ସାଇଟ ଖନନର ପରିମାଣ ଓ ଏହାର ବ୍ୟବସାୟରେ ଆସୁଥିବା ରେକର୍ଡ ପରିମାଣର ବୃଦ୍ଧି ଏହି ଅଞ୍ଚଳର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାରେ କମ୍ପାନୀକୁ ସହଯୋଗ କରିବ । ଆସନ୍ତା ୨୦୨୨ ସୁଦ୍ଧା ନାଲକୋର ୧ ନିୟୁତ ଟନ କ୍ଷମତା ସମ୍ପନ୍ନ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ବାରା ଏହା ଆହୁରି ସହଜ ହୋଇ ଉଠିବ ବୋଲି ସେ ଆଶାବାଦୀ ଅଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନିକଟ ଅତୀତରେ ପଟ୍ଟାଙ୍ଗି ଅଞ୍ଚଳରେ କମ୍ପାନୀ ଦ୍ବାରା ଖଣି ଖନନ ପାଇଁ ହୋଇଥିବା ପଲ୍ଲୀସଭାରେ ସ୍ଥାନୀୟ ଲୋକଙ୍କ ସହଯୋଗ ନମିଳିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଜନସାଧାରଣଙ୍କ ସହଯୋଗ ମିଳିଲେ କମ୍ପାନୀ ଅଧିକରୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିପାରିବ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାରେ ନାଲକୋ କମ୍ପାନୀ ବକ୍ସାଇଟ ଖଣି ଖନନ କରିବା ପାଇଁ ପ୍ରତିଷ୍ଠା ହେବା ପରେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ପ୍ରଗତି କ୍ଷେତ୍ରରେ କମ୍ପାନୀ ଯେଉଁ କାର୍ଯ୍ୟଗୁଡିକ ଏପର୍ଯ୍ୟନ୍ତ ସମ୍ପାଦିତ କରିଛି ଓ କରିପାରିନାହିଁ ସେଗୁଡିକ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଦାମନଯୋଡିଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନାଲକୋ ର ସିଏମଡି ତପନ କୁମାର ଚାନ୍ଦ ଜଣାଇଛନ୍ତି ।Body:ଏହି ଅଂଚଳ ତଥା କମ୍ପାନୀ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ହିତ ସାଧନ କରିବା ପାଇଁ ନାଲକୋ ଅନେକ ପ୍ରଗତିମୂଳକ କାର୍ଯ୍ୟ କରିଥିବା ବେଳେ ଆଉ କିଛି କରିବାକୁ ବାକି ରହିଥିବା ଶ୍ରୀ ଚାନ୍ଦ ସ୍ୱୀକାର କରଛନ୍ତି । ତେବେ ନାଲକୋ ଦ୍ୱାରା ବକ୍ସାଇଟ ଖନନ ର ପରିମାଣ ଓ ଏହାର ବ୍ୟବସାୟ ରେ ଆସୁଥିବା ରେକର୍ଡ ପରିମାଣର ବୃଦ୍ଧି ଏହି ଅଂଚଳର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାରେ କମ୍ପାନୀକୁ ସହଯୋଗ କରିବ । ଆସନ୍ତା ୨୦୨୨ ସୁଦ୍ଧା ନାଲ୍କୋର ୧ନିୟୁତ ଟନ କ୍ଷମତା ସମ୍ପନ୍ନ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହେବାଦ୍ୱାରା ଏହା ଆହୁରି ସହଜ ହୋଇଉଠିବ ବୋଲି ସେ ଆଶାପୋଷଣ କରିଛନ୍ତି ।Conclusion:ତେବେ ନିକଟ ଅତୀତରେ ପଟ୍ଟାଙ୍ଗି ଅଂଚଳରେ କମ୍ପାନୀ ଦ୍ୱାରା ଖଣିଖନନ ପାଇଁ ହୋଇଥିବା ପଲ୍ଲୀସଭାରେ ସ୍ଥାନୀୟ ଲୋକଙ୍କ ସହଯୋଗ ନମିଳିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରେ ଶ୍ରୀ ଚାନ୍ଦ ଜନସାଧାରଣଙ୍କ ସହଯୋଗ ମିଳିଲେ କମ୍ପାନୀ ଅଧିକରୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିପାରିବ ବୋଲି ମତ ରଖିଛନ୍ତି ।
.........
Byte : Tapan Kumar Chand , CMD , Nalco
.........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.