ETV Bharat / state

ଆଦିବାସୀ ଜନଜୀବନର ଗବେଷଣା ପୁସ୍ତକ ଉନ୍ମୋଚିତ - ଆଦିବାସୀ ଜୀବନୀ ପୁସ୍ତକ

ଆଦିବାସୀ ଜନଜୀବନକୁ ନେଇ ଏକ ପୁସ୍ତକ ଉନ୍ମୋଚିତ । ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟ ନ୍ୟାସ (INTACH) ଓଡିଶା ଶାଖାର ପ୍ରଚେଷ୍ଟାରେ ଉନ୍ମୋଚନ ହେଲା ପୁସ୍ତକ । ଅଧିକ ପଢନ୍ତୁ...

ଆଦିବାସୀ ଜନଜୀବନର ଗବେଷଣା ପୁସ୍ତକ ଉନ୍ମୋଚିତ
ଆଦିବାସୀ ଜନଜୀବନର ଗବେଷଣା ପୁସ୍ତକ ଉନ୍ମୋଚିତ
author img

By

Published : Aug 26, 2021, 12:07 PM IST

କୋରାପୁଟ: ଆଦିବାସୀ ଜନଜୀବନକୁ ନେଇ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟ ନ୍ୟାସ (INTACH) ଓଡିଶା ଶାଖାର ପ୍ରଚେଷ୍ଟାରେ କୋରାପୁଟରେ ଜନଜାତି କନ୍ଧ ଓ ଗାଦବା ମାନଙ୍କ ଅଣଭୌତିକ ଏବଂ ଐତିହ୍ୟକୁ ଲିପିବଦ୍ଧ କରିବା ପାଇଁ ଏକ ପ୍ରକଳ୍ପର କାର୍ଯ୍ୟ ଆଜକୁ ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ଆଦିବାସୀ ଜନଜୀବନକୁ ନେଇ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି ।

ଆଦିବାସୀ ଜନଜୀବନର ଗବେଷଣା ପୁସ୍ତକ ଉନ୍ମୋଚିତ

ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ କମଳା ପୂଜାରୀ ଯୋଗଦେଇ ଥିବାବେଳେ ଇଣ୍ଟାକ(INTACH) ଓଡିଶା ଶାଖାର ସଦସ୍ୟ ତଥା ବିଶିଷ୍ଟ ଗବେଷକ ଅନିଲ ଧୀର ଓ ପରିବେଶବିତ ବିଶ୍ୱଜିତ ମହାନ୍ତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ କମଳା ପୂଜାରୀ ଆଦିବାସୀ ଐତିହ୍ୟ ସୁରକ୍ଷାର ଜଣେ ଜାଗ୍ରତ ପ୍ରହରୀ ଏବଂ କୋରାପୁଟର କାଳକ୍ରମେ ହଜିଯାଉଥିବା ଏକ ହଜାର ପାରମ୍ପାରିକ ଧାନ ବିହନ ସଂଗ୍ରହ ଓ ସଂରକ୍ଷଣ କରି ସୁନାମ ଅର୍ଜନ କରିଥିବା ଯୋଗୁଁ ତାଙ୍କ ହାତରେ ଏହି ପ୍ରକଳ୍ପର ପୁସ୍ତକ ଉନ୍ମୋଚନ କରାଇ ଇଣ୍ଟାକ ଓଡିଶା ଶାଖା ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ଅନିଲ ଧୀର ମତପ୍ରକାଶ କରିଛନ୍ତି । କୋରାପୁଟର ଦୁଇ ଜନଜାତି ଗଦବା ଓ କନ୍ଧଙ୍କ ସାମାଜିକ ଚାଲିଚଳଣି, ସାମାଜିକ ଅନୁଷ୍ଠାନ, ବର୍ଷର ବିଭିନ୍ନ ଋତୁରେ ସେମାନେ ପାଳନ କରୁଥିବା ପର୍ବ, ପର୍ବାଣୀ ଆଦିର ଅନୁଧ୍ୟାନ ପାଇଁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଏହି ଗବେଷଣା କରାଯାଇଥିବା ଇଣ୍ଟାକ କୋରାପୁଟ ଆବାହକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

ପ୍ରକୃତି ପୂଜକ ଜନଜାତି ମଧ୍ୟରେ ଧର୍ମ ପରିବର୍ତ୍ତନ ପରେ ମୂଳ ପରମ୍ପରା କିପରି ବଦଳି ଯାଇଛି ସେ କଥା ବି ଏଥିରେ ଅନୁଧ୍ୟାନ କରାଯାଇଛି ବୋଲି କହିଛନ୍ତି । ସମଗ୍ର ଭାରତବର୍ଷରେ ଇନ୍ଟାକ ଦ୍ୱାରା ଏପରି ଏକ ଉଚ୍ଚକୋଟୀର ଗବେଷଣା ପ୍ରଥମ ଥର କରାଯାଇଥିବା କହିଛନ୍ତି ଅନିଲ ଧୀର । ଉନ୍ମୋଚିତ ହୋଇଥିବା ଗବେଷଣା ପୁସ୍ତକ ଅନେକ ଆଦିବାସୀଙ୍କ ଜନଜୀବନର ବିଭିନ୍ନ ଦିଗକୁ ଆବିଷ୍କାର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ପୂଜାରୀଙ୍କୁ ସମ୍ମାନିତ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.