ETV Bharat / state

କାଗଜପତ୍ରରେ ସରକାରୀ ଯୋଜନା, କାର୍ଡ ନଥିବାରୁ ମରୁନି ପେଟର ଭୋକ

800 ଲୋକ ବସବାସ କରୁଥିବା ଦାମନଯୋଡି ସ୍ଥିତ କଳାହାଣ୍ଡି କଲୋନୀରେ ସାଧାରଣ ବଣ୍ଟନର କାର୍ଡ ମିଳିନାହିଁ । ତେଣୁ ଲକଡାଉନ ସମୟରେ ବଞ୍ଚି ରହିବା ପାଇଁ ସରକାର ଯୋଗାଇ ଦେଉଥିବା ଚାଉଳ ମଧ୍ୟ ସେମାନଙ୍କ ପାଇଁ ଅଛୁଆଁ ହୋଇ ରହିଗଲା । ଅଧିକ ପଢନ୍ତୁ..

କାଗଜପତ୍ରରେ ସରକାରୀ ଯୋଜନା, କାର୍ଡ ନଥିବାରୁ ମରୁନି ପେଟର ଭୋକ
କାଗଜପତ୍ରରେ ସରକାରୀ ଯୋଜନା, କାର୍ଡ ନଥିବାରୁ ମରୁନି ପେଟର ଭୋକ
author img

By

Published : Apr 16, 2020, 10:39 AM IST

କୋରାପୁଟ: କେନ୍ଦ୍ର ସରକାର କହିଲେ ଦେଶରେ ପ୍ରଚୁର ଖାଦ୍ୟ ମହଜୁଦ ଅଛି । ଓଡିଶା ସରକାର କହିଲେ କେହି ଭୋକରେ ରହିବେ ନାହିଁ । ଜିଲ୍ଲା ପ୍ରଶାସନ ମତରେ କାର୍ଡଧାରୀଙ୍କୁ ମିଳୁଛି ଚାଉଳ ଓ ଯୋଗ୍ୟ ବିବେଚିତ ବିନା କାର୍ଡଧାରୀଙ୍କୁ ମିଳୁଛି ପଞ୍ଚାୟତରେ ରନ୍ଧା ଖାଦ୍ୟ । ମାତ୍ର ଏସବୁ ଯୋଜନା ଦାମନଯୋଡିର କଳାହାଣ୍ଡି କଲୋନୀ ବାସିନ୍ଦାଙ୍କ ପାଖରେ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।

କାଗଜପତ୍ରରେ ସରକାରୀ ଯୋଜନା, କାର୍ଡ ନଥିବାରୁ ମରୁନି ପେଟର ଭୋକ

ତେବେ 800 ଲୋକ ବସବାସ କରୁଥିବା ଦାମନଯୋଡି ସ୍ଥିତ କଳାହାଣ୍ଡି କଲୋନୀରେ ସାଧାରଣ ବଣ୍ଟନର କାର୍ଡ ମିଳିନାହିଁ । ତେଣୁ ଲକଡାଉନ ସମୟରେ ବଞ୍ଚି ରହିବା ପାଇଁ ସରକାର ଯୋଗାଇ ଦେଉଥିବା ଚାଉଳ ମଧ୍ୟ ସେମାନଙ୍କ ପାଇଁ ଅଛୁଆଁ ହୋଇ ରହିଗଲା । ଏହି କଲୋନୀର ମହିଳାମାନେ ନାଲକୋ କ୍ବାର୍ଟରରେ ରହୁଥିବା ପରିବାରଙ୍କ ଘରେ ଅଇଁଠା ବାସନ ମାଜି ଦୁଇ ପଇସା ରୋଜଗାର କରି ପରିବାର ପୋଷୁଥିଲେ ।

ଆଉ ଏବେ ଘର ମାଲିକମାନେ ଏହି କାମ କରିବାକୁ ଆସୁଥିବା ମହିଳାଙ୍କ ମାଧ୍ୟମରେ କୋରୋନା ଭୂତାଣୁ ଆସିବା ଭୟରେ ସେମାନଙ୍କୁ କାମକୁ ନଆସିବା ପାଇଁ କହିଛନ୍ତି । ସେପଟେ ପୁରୁଷମାନଙ୍କ ପାଇଁ କାମ ବନ୍ଦ ପଡିଥିବା ବେଳେ ଅଟୋରିକ୍ସା ପଡିପଡି ଘର ସାମନାରେ ଧୂଳି ଖାଉଛି । ଅବହେଳାର ଶିକାର ହେବା କ୍ଷୋଭରେ ଭାଙ୍ଗି ପଡିଥିବା ଯୁବକଙ୍କ ପାଇଁ କୋରୋନାଠୁ ଭୋକ ଅଧିକ ଭୟଙ୍କର ଦେଖାଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.