ETV Bharat / state

ଗଞ୍ଜେଇ ଚାଲାଣ ପଣ୍ଡ, 80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ - ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ

ପୋଲିସକୁ ଚକମା ଦେଇ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅଧା ବାଟରେ ଚାଲାଣକୁ ପଣ୍ଡ କଲା ପୋଲିସ । ଅଧିକ ପଢନ୍ତୁ...

80 lakh worth of cannabis seized in koraput
ଗଞ୍ଜେଇ ଚାଲାଣ ପଣ୍ଡ, 80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ
author img

By

Published : Nov 25, 2020, 8:54 PM IST

କୋରାପୁଟ: ସେମିଳିଗୁଡା ପୋଲିସର ଆଉ ଏକ ସଫଳତା । ଅଧା ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କଲା ପୋଲିସ । କୋରାପୁଟ ସେମିଳିଗୁଡା ଥାନା ଅନ୍ତର୍ଗତ ନନ୍ଦପୁର ରୋଡ ନିକଟରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରାଯାଇଛି । ଟ୍ରକ ଯୋଗେ ପାଖାପାଖି 8 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରାଯାଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ସମ୍ପୃକ୍ତ ଦୁଇ ବିହାରୀ ଯୁବକଙ୍କୁ ଗିରଫ କରାଯାଇଛି ।

ଗଞ୍ଜେଇ ଚାଲାଣ ପଣ୍ଡ, 80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, ଏକ ଦଶ ଚକିଆ ଲୁଣ ବୋଝେଇ ଟ୍ରକରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିଲା । ଲମତାପୁଟରୁ ସେମିଳିଗୁଡା ଦେଇ ଛତିଶଗଡ ଯାଉଥିଲା ଏହି ଟ୍ରକ । ମାତ୍ର ନନ୍ଦପୁର ରୋଡର ରାଜପୁଟ ଛକରେ ପୋଲିସ ଗାଡିକୁ ଅଟକ ରଖି ଯାଞ୍ଚ କରିବାରୁ ବିପୁଳ ଗଞ୍ଜେଇ ଦେଖିବାକୁ ମିଳିଥିଲା । ଯାହାର ମୂଲ୍ୟ 80 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.